ବେରୋଜଗାରଙ୍କୁ ମିଳିବ ଭତ୍ତା ! ଗ୍ରାଜୁଏଟଙ୍କୁ ୫୦୦୦ ଓ ପୋଷ୍ଟ ଗ୍ରାଜୁଏଟଙ୍କୁ ମାସିକ ସାଢେ ୭୦୦୦ ଟଙ୍କା ଭତ୍ତା ଦେବାକୁ ଯୋଜନା ।

ଦିଲ୍ଲୀରେ ବହୁତ ଶୀଘ୍ର ବେକାରୀ ଭତ୍ତା ମିଳିବା ପାଇଁ ଯାଉଛି। ଦିଲ୍ଲୀରେ ରହୁଥିବା ବେରୋଜଗାରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏଣିକି ଦିଲ୍ଲୀର ବେରୋଜଗାରୀଙ୍କୁ ମାସିକ ଭତ୍ତା ମିଳିବ। ଏ ବିଷୟରେ ଅରବିନ୍ଦ କେଜ୍ରିିୱାଲ ଘୋଷଣା କରିଛନ୍ତି। ଯେଉଁମାନେ ନିଜର ଗ୍ରାଜୁଏସନ ଶେଷ କରି ସାରିଛନ୍ତି କିନ୍ତୁ ଚାକିରି ପାଇନାହାନ୍ତି ସେମାନଙ୍କୁ ମାସକୁ ମିଳିବ ୫ ହଜାର ଟଙ୍କା ମିଳିବ। ସେହିପରି ଯେଉଁମାନେ ପିଜି ବା ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି ସେମାନଙ୍କୁ ୭ ହଜାର ୫ ଶହ ଟଙ୍କା ଲେଖାଏଁ ମାସିଭ ଭତ୍ତା ଦିଆଯିବ।

ଦେଶରେ କରୋନା ମହାମାରୀ ଯିବା ପରେ ବେରୋଜଗାରୀଙ୍କର ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଧ୍ୟାନରେ ରଖି କେଜ୍ରିୱାଲ ସରକାର ଦିଲ୍ଲୀର ବେରୋଜଗାରୀମାନଙ୍କୁ ବେରୋଜଗାର ଭତ୍ତା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ମାସିକ ଭତ୍ତା ସେହି ଯୁବକମାନେ ପାଇପାରିବେ ଯେଉଁମାନେ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ କରି ଚାକିରି ନପାଇ ବେକାର ହୋଇ ବୁଲୁଛନ୍ତି। ଏହାସହ ପୂର୍ବରୁ ସେମାନେ ଏମ୍ପୋ୍ଲଏମେଂଟ ଏକ୍ସଚେଞ୍ଜରେ ନିଜର ରେଜିଷ୍ଟ୍ରେସନ କରିଥିବେ ସେହିମାନେ ଏହି ସୁଯୋଗର ଲାଭ ଉଠାଇପାରିବେ।

ପ୍ରତ୍ୟେକ ରାଜ୍ୟରେ ‘ଏମ୍ପପ୍ଲଏମେଂଟ ଏକ୍ସଚେଂଚ’ ରହିଥାଏ। ଯେଉଁଥିରେ ସେହି ରାଜ୍ୟରେ କେତେ ଜଣ ବେରୋଜଗାର ଅଛନ୍ତି ସେଥିରୁ ସରକାର ଜାଣିପାରନ୍ତି। ଏହି ଯୋଜନାର ସୁବିଧା ଉଠାଇବା ପାଇଁ ଯୁବକମାନଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ।

ଆବଶ୍ୟକ କାଗଜପତ୍ର:-

ଆଧାର କାର୍ଡ଼, ପ୍ୟାନ କାର୍ଡ଼, ନିବାସ ପ୍ରମାଣ ପତ୍ର, ମୋବାଇଲ ନମ୍ବର, କଲେଜ ଆଇଡ଼ି, ଫଟୋ ଆଦି ଜରୁରୀ କାଗଜପତ୍ରର ଆବଶ୍ୟକତା ରହିଛି। ତେବେ ପୂର୍ବରୁ ପଂଜାବ, ଗୋଆ, ଉତ୍ତରାଖଣ୍ଡ ନିର୍ବାଚନ ସମୟରେ କ୍ଷମତାକୁ ଆସିଲେ କେଜ୍ରିୱାଲ ବେକାରି ଭତ୍ତା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

odia sambada
Comments (0)
Add Comment