ଆସନ୍ତା ୧୫ ଦିନ ଭିତରେ ଆସିବ କରୋନାର ଚତୁର୍ଥ ଲହର !

ଆସନ୍ତା ମାସ ୧୫ ଦିନ ମଧ୍ୟରେ ଚତୁର୍ଥ ଲହର ଆସିବ। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ। ଟୀକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣିଥରେ ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି। ଯେଉଁମାନେ ଟୀକାର ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ ନେଇନାହାନ୍ତି ସେମାନଙ୍କୁ ଟୀକା ତୁରନ୍ତ ନେଇଯିବା ଆବଶ୍ୟକତା ରହିଛି। ବର୍ତ୍ତମାନ ଯେଉଁ ଭ୍ୟାରିଏଣ୍ଟ ଆସିଛି ତାହା ଦ୍ରୁତ ଭାବରେ ସଂକ୍ରମଣ କରୁଅଛି। ତେବେ ମୃତ୍ୟୁର ହାର ଏହାର ବହୁତ କମ। ଭାରତରେ ବର୍ତ୍ତମାନ ମହାରଷ୍ଟ୍ର ଏବଂ ଦିଲ୍ଲୀରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ ଓଡିଶାକୁ ଆସିବାର ସମ୍ଭବନା ଅଧିକ ରହିଛି। ତେବେ ଆମ ରାଜ୍ୟର ଲୋକମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଛି। ଏଣୁ ଆପଣ ଏଥିରେ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ।

ତେବେ ରାଜ୍ୟରେ କରୋନାର ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣରେ ରହିଛି। ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଓ ଟୀକାକରଣ ଅଭିଯାନରେ ରାଜ୍ୟବାସୀଙ୍କର ସହଯୋଗ ଏହି ସଫଳତା ଆଣିଦେଇଛି। ହଟସ୍ପଟ ଭୁବନେଶ୍ୱରରେ ଗତ ସପ୍ତାହରେ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତଥାପି କେବଳ ସମ କୋଭିଡ ହସ୍ପିଟାଲରେ ୨୫ ଟି ଶଯ୍ୟା ସଂରକ୍ଷିତ ଅଛି। ତେବେ ସେଠାରେ ମଧ୍ୟ ଜଣେ ବି ସଂକ୍ରମିତ ଭର୍ତ୍ତି ହୋଇନାହାନ୍ତି। ଆଗକୁ କୋଭିଡ ହସ୍ପିଟାଲ ବନ୍ଦ ହେବ କି ଚାଲୁ ରହିବ ସେ ବିଷୟରେ ଚିନ୍ତା କରାଯାଉଛି। ବର୍ତ୍ତମାନ ମଧ୍ୟ ଟୀକାକରଣ ସାଙ୍ଗକୁ ପୂର୍ବପରି ଟେଷ୍ଟିଂ ଜାରୀରହିଛି। ତେବେ ଆଗକୁ ପୁଣି ଚତୁର୍ଥ ଲହରର ଆଶଙ୍କା ଥିବା କାରଣରୁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବା ପାଇଁ ବିଏମସି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ବିଷୟରେ ପରାମର୍ଶ ଦେଇଛନ୍ତି।

odia sambada
Comments (0)
Add Comment