ନୋ ବଲକୁ ନେଇ ହାଇ ଭୋଲଟେଜ ଡ୍ରାମା : ଅମ୍ପାୟାର ସହ ଯୁକ୍ତିତର୍କ, ମ୍ୟାଚ ଅଟକାଇଲେ, ଖେଳାଳିଙ୍କୁ ପୁଣି ଡକାଇଲେ,କୋଚକୁ ପଡିଆକୁ ପଠାଇଲେ…ଋଷଭ ପନ୍ତ ସବୁ ଭୁଲ ମାନିଲେ

ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିରୁଦ୍ଧରେ ଶେଷ ଓଭରରେ ହୋଇଥିବା ହାଏ ଟେମ୍ପର ଡ୍ରାମାରେ,ଅମ୍ପାୟାର ସହ ଯୁକ୍ତି ହୋଇ ଖେଳାଳିଙ୍କୁ ପୁଣି ଡାକିବା ଓ ପଡିଆ କୋଚ ପ୍ରବୀଣ ଅମାରକୁ ପଠାଇବା ନେଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ନିଜ ଭୁଲ ମାନିଛନ୍ତି କିନ୍ତୁ ଏହି ପରାଜୟ ପାଇଁ ସେ ଅମ୍ପାୟାରକୁ ଦାୟୀ କରିଛନ୍ତି|ରାଜସ୍ଥାନ ବିରୁଦ୍ଧରେ ୧୫ ରନରେ ହାରିବା ପରେ ସେ କହିଛନ୍ତି ଯଦି ତୃତୀୟ ବଲ ନୋ ବଲ ହୋଇନଥାନ୍ତା ମ୍ୟାଚର ଫଳାଫଳ ଆଉକିଛି ହୋଇଥାନ୍ତା|

ଶେଷ ଓଭର କରୁଥିବା ଓଵେ ମକାୟୋର ତୃତୀୟ ବଲକୁ ଅମ୍ପାୟାର ଦ୍ୱାରା ନୋ ବଲ ନମାନିବା ଫଳରେ ଋଷଭ ଖେଳାଳିଙ୍କୁ ପଡିଆରୁ ବାହାରକୁ ବୁଲାଇଲେ|କୋଚ ପ୍ରବୀଣ ଇସାରାରେ ନୋ ବଲ ଚେକ୍ କରିବାକୁ କହୁଥିଲେ|ଏଥିରେ କିଛି ସମୟ ମ୍ୟାଚ ଅଟକା ଯାଇଥିଲା|ପନ୍ତ ନିଜର ସ୍ୱକାର କରି କହିଲେ,”ମୋତେ ଲାଗିଲା ଯେ ପୂରା ଖେଳରେ‌ ଭଲ ବୋଲିଙ୍ଗ କରୁଥିଲେ କିନ୍ତୁ ଶେଷରେ ପାୱଲ ସୁଯୋଗ ଦେଇଥିଲେ|ମୋତେ ଲାଗିଲା ନୋ ବଲ ଆମ ପାଇଁ ମୂଲ୍ୟବାନ ହୋଇପାରେ କିନ୍ତୁ ଏହା ମୋ ନିୟନ୍ତ୍ରଣରେ ନଥିଲା|

ସେ କହିଲେ ଯେ ତୃତୀୟ ଅମ୍ପାୟାରକୁ ଖେଳ ଦେବା ଦରକାର ଥିଲା|ସମସ୍ତେ ଡଗ ଆଉଟରେ ନିରାଶ ହୋଇଥିଲେ|ମୋତେ ଲାଗିଲା ଯେ ତୃତୀୟ ଅମ୍ପାୟାରକୁ ହସ୍ତକ୍ଷେପ କରିବା କଥା ଏହି ନୋ ବଲରେ |

ସେ କୋଚ ପ୍ରବୀଣ କୁମାରକୁ ପଡିଆକୁ ପଠାଇବା ନେଇ ନିଜ ଦୋଷ ସ୍ଵୀକାର କରିଛନ୍ତି|ସେ କହିଛନ୍ତି ସ୍ବଭାବତଃ ଏହା ଠିକ ନଥିଲା(ଆମରେ କୁ ପଡିଆକୁ ପଠେଇବା), କିନ୍ତୁ ଆମ ସହ ଯାହା ହେଲା ତାହା ମଧ୍ୟ ଠିକ ନୁହେଁ|ଏହା ହିଟ ଅଫ ଦ ମୋମେଣ୍ଟ ହେଲା|ଏହା ଉଭୟ ପକ୍ଷର ଭୁଲ ,ଏହା ନିରାଶଜନକ ଅଟେ କାରଣ ମୁ ଟୁର୍ଣ୍ଣାମେଣ୍ଟରେ ଭଲ ଅମ୍ପାୟାରିଙ୍ଗ ଦେଖିଛି|

ହାରିବାକୁ ନେଇ ସେ କହିଛନ୍ତି,”ଆମେ ପାଖାପାଖି ଯାଇ ହାରିବା ନିରାଶାଜନକ|ଖାସକରି ଯେତେବେଳେ ଅନ୍ୟ ଦଳ ୨୦୦+ ସ୍କୋର
କରିଥିବ|ମୋତେ ଲାଗୁଥିଲା ଯେ ଆମେ ଆହୁରି ଭଲ ବୋଲିଙ୍ଗ
କରି ପାରିଥାନ୍ତୁ|ମୁଁ ଲୋକଙ୍କୁ କହୁଛି ନିଜର ବିଶ୍ୱାସ ବଜାୟ ରଖନ୍ତୁ ଓ ଆସନ୍ତା ମ୍ୟାଚ ପାଇଁ ପ୍ରସ୍ତୁତି କରନ୍ତୁ|ପନ୍ତ ମଧ୍ୟ ଜାଣନ୍ତି ତାଙ୍କ ଏହି
ହଇରାଣ ପାଇଁ ବୋର୍ଡ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ|

odia sambada
Comments (0)
Add Comment