ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା : ଆରମ୍ଭ ହେଲା, ‘କନ୍ୟା ବିବାହ ଯୋଜନା’ ବଧୂକୁ ମିଳିବ ୫୫ ହଜାର ଟଙ୍କା,ଜାଣନ୍ତୁ ସମ୍ପୂର୍ଣ ସୂଚନା

କରୋନାର ଆତଙ୍କ କମିଯିବା ପରେ ପୁଣିଥରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆରମ୍ଭ ହୋଇଯାଇଛି। ଗୁରୁବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଯୋଜାନର ପୁନଃ ଶୁଭାରମ୍ଭ କରିଛନ୍ତି। ସୀହୋର ଜିଲ୍ଲାରେ ଆୟୋଜିତ ହୋଇଥିବା ଏକ ସାମୁହିକ ବିବାହ ଉତ୍ସବରେ ଏହି ଯୋଜନାର ଘୋଷଣା କରାଯାଇଛି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ କନ୍ୟାଙ୍କୁ ୫୫ ହଜାର ଟଙ୍କାର ମିଳିବ। ତେବେ ଏହା ନଗଦ ନୁହଁ, ବରଂ ଚେକ ଓ ବିଭିନ୍ନ ସାମଗ୍ରୀ ମାଧ୍ୟମରେ କନ୍ୟାଙ୍କୁ ଦିଆଯିବ।

ଗୁରୁବାର ମଧ୍ୟପ୍ରଦେଶ ସୀହୋର ଜିଲ୍ଲାର ନସରୁଲ୍ଲାଗଞ୍ଜରେ ଏକ ସାମୁହିକ ବିବାହ ଉତ୍ସବର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ତାଙ୍କ ପତ୍ନୀ ସାଧନା ସିଂହ ମଧ୍ୟ ଯୋଗ ଦେଇଥିଲେ। ସୀହୋର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ଏହି ସାମୁହିକ ବିବାହ ଉତ୍ସବରେ ପ୍ରାୟ ୫୦୦ ଯୁବକ ଯୁବତୀ ସାମିଲ ହୋଇଥିଲେ। ନବବିବାହିତ ଦମ୍ପତିମାନଙ୍କୁ ମୁଖ୍ୟମନ୍ତ୍ରୀ ଚୌହାନ ଓ ତାଙ୍କର ପତ୍ନୀ ଆଶୀର୍ବାଦ ଦେଇଥିଲେ। ଏହି ସମୟରେ ସୀହୋର ଜିଲ୍ଲାପାଳ ସମେତ ଜିଲ୍ଲାର ପ୍ରଶାସନ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସାମୁହିକ ବିବାହରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଘୋଷଣା କରାଯାଇଛି। ଏହି ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାକୁ ୩୮ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ, ୧୧ ହଜାର ଟଙ୍କାର ଚେକ ଦିଆଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ବିବାହ ଆୟୋଜନ ପାଇଁ ୬ ହଜାର ଟଙ୍କା ବ୍ୟୟ ହେବ। ଏପରି ଭାବରେ ରାଜ୍ୟ ସରକାର ଗୋଟିଏ କନ୍ୟା ପ୍ରତି ୫୫ ହଜାର ଟଙ୍କା ଖର୍ଚ୍ଚ କରିବେ। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ କେବଳ ସାମୁହିକ ବିବାହ କ୍ଷେତ୍ରରେ ଲାଗୁ କରାଯିବ। ଏଥିରେ ଜାତି, ଧର୍ମ, ବର୍ଣ୍ଣର କୌଣସି ପ୍ରକାର ପାର୍ଥକ୍ୟ ରହିବ ନାହିଁ।

ମଧ୍ୟ ପ୍ରଦେଶରେ ୨୦୦୬ ମସିହାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଆରମ୍ଭ ହୋଇଥିଲା। ଆର୍ଥିକ ଅନାଗ୍ରସର ପରିବାରର ୧୮ରୁ ଅଧିକ ବୟସର କନ୍ୟାମାନଙ୍କ ପାଇଁ ଏହି ଯୋଜନା ଆସିଥିଲା। କୋରୋନା ସମୟରେ ସାମୁହିକ ବିବାହ ଉପରେ ପ୍ରତିବନ୍ଧକ ଲାଗିଥିଲା, ତେଣୁ ଅନେକ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇବାରୁ ବଞ୍ଝିତ ହୋଇଥିଲେ। ଗୁରୁବାର ଠାରୁ ପୁଣିଥରେ ସାମୁହିକ ବିବାହର ଶୁଭାରମ୍ଭ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ମଧ୍ୟପ୍ରଦେଶର ବିଭିନ୍ନ ଧର୍ମାଲମ୍ବୀ ୫,୬୪,୫୭୫ ଜଣ କନ୍ୟାଙ୍କୁ ବିବାହ କରାଯାଇଛି।

‘ମୁଖ୍ୟମନ୍ତ୍ରୀକନ୍ୟା ବିବାହ ଯୋଜନା’ର ଲାଭ ଉଠାଇବା ପାଇଁ ଏହି ସବୁ କାଗଜ ପତ୍ର ଆବଶ୍ୟକ:-

– ପରିଚୟ ପ୍ରମାଣ ପତ୍ର

– ଆଧାର କାର୍ଡ

– ବିପିଏଲ କାର୍ଡ

– ଆବାସୀକ ପ୍ରମାଣ ପତ୍ର

– ଆୟ ପ୍ରମାଣ ପତ୍ର

– ବ୍ୟାଙ୍କ ପାସବୁକ୍

– ବିବାହ ସାର୍ଟିଫିକେଟ

– ବର-କନ୍ୟାଙ୍କ ଫଟୋ

– ମୋବାଇଲ ନମ୍ବର

odia sambada
Comments (0)
Add Comment