ପାଞ୍ଚ ଦିନ ପାଇଁ ସାରା ଦେଶ ହୋଇଯିବ ଅନ୍ଧାର! ବର୍ତ୍ତମାନ ଠାରୁ ଏହି ସବୁ ରାଜ୍ୟରେ ହେବ ୮ ଘଣ୍ଟା ପାଇଁ ବିଜୁଳି କାଟ

ଭୀଷଣ ଗ୍ରୀଷ୍ମର ପ୍ରକୋପ ଏବଂ କୋଇଲା ଅଭାବ ମଧ୍ୟରେ ଭାରତରେ ନୂଆ ବିଜୁଳି ସଙ୍କଟ ସୃଷ୍ଟି ହୋଇଛି। ବିଜୁଳି ଚାହିଦା ବଢ଼ବା କାରଣରୁ ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟକୁ ବିଜୁଳି କାଟ କରିବାକୁ ପଡ଼ୁଛି। କିଛି ସ୍ଥାନରେ ଏହି କାଟ ୮ ଘଣ୍ଟା ପର୍ଯ୍ୟନ୍ତ ରହୁଛି। ଏମିତିରେ ଲୋକମାନଙ୍କୁ ଭୀଷଣ ଗରମର ସାମ୍ନା କରିବା ପାଇଁ ପଡ଼ୁଛି।

ଭାରତରେ ୭୦ ପ୍ରତିଶତ ବିଜୁଳି ଉତ୍ପାଦନ କୋଇଲା ଦ୍ୱାରା ହୋଇଥାଏ। କିନ୍ତୁ କୋଇଲା ପରିବହନ ପାଇଁ ରେଳୱେ ରେକ ଉପଲବ୍ଧତା କମ ହେବା ଏବଂ କୋଇଲା ଆମଦାନୀ ହ୍ରାସ ଯୋଗୁଁ ଯୋଗାଣ ବାଧିତ ହୋଇଛି। ଏମିତିରେ ଦେଶରେ ବଢୁଥିବା ବିଜୁଳିର ଚାହିଦା ସମ୍ପୂର୍ଣ୍ଣ ହୋଇପାରୁନାହିଁ। କୋରୋନା ମହାମାରୀ ହ୍ରାସ ହେବା ପରେ ଆର୍ଥିକ ଗତିବିଧିରେ ପୁଣିଥରେ ବଢ଼ିବା ଏବଂ ଦେଶରେ ଅତ୍ୟନ୍ତ ଗରମ ହେବା କାରଣରୁ ବିଜୁଳିର ଚାହିଦା ମଧ୍ୟ ବଢ଼ିଯାଇଛି।

୧୯୦୧ ମସିହା ପରେ ନ୍ୟାସନାଲ ଆଭେରେଜ୍ ରେକର୍ଡ ୯୨ ଡିଗ୍ରୀ:-

ଦେଶର ଅନେକ ଅଞ୍ଚଳରେ ତାପମାତ୍ରା ଲଗାତାର ବଢ଼ିବାରେ ଲାଗିଛି। ଯାହା ଫଳରେ ପାଣିପାଗ ବିଭାଗ ଅଂଶୁଘାତ ଚେତାବନୀ ଜାରି କରିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ଏପ୍ରିଲ ୨୦ ତାରିଖରେ ତାପମାତ୍ରା ୧୦୮.୭ ଡିଗ୍ରୀ ଫାରେନହାଇଟ୍ (୪୨.୬ ଡିଗ୍ରୀ ସେଲସିଅସ) ରେକର୍ଡ କରାଯାଇଥିଲା। ଏହା ୫ ବର୍ଷରେ ସବୁଠାରୁ ଗରମ ଦିନ ଥିଲା। ମାର୍ଚ୍ଚ ମାସରେ ନ୍ୟାସନାଲ ଆଭେରେଜ୍ ରେକର୍ଡ ୯୨ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା, ୧୯୦୧ ପରେ ସବୁଠାରୁ ଅଧିକ।

କୋଇଲାର କେବଳ ୮ ଦିନର ଷ୍ଟକ:-

ଶକ୍ତି ମନ୍ତ୍ରାଳୟ ଅନୁସାରେ, ଏପ୍ରିଲ ୧୯ ତାରିଖକୁ ବିଜୁଳି ଉତ୍ପାଦକଙ୍କ ପାଖରେ ଯେଉଁ ଷ୍ଟକ୍ ଥିଲା, ଯାହା ହାରାହାରି ୮ ଦିନ ପାଇଁ ଚାଲିଥାନ୍ତା। ଚଳିତ ମାସ ପ୍ରଥମ ଅର୍ଦ୍ଧରେ ଉତ୍ପାଦନରେ ୨୭ ପ୍ରତିଶତର ବୃଦ୍ଧି ସତ୍ତ୍ୱେ ରାଜ୍ୟ ଅଧିନରେ ଥିବା କୋଲ ଇଣ୍ଡିଆ ଲିମିଟେଡ୍ ଚାହିଦା ପୂରଣ କରିପାରୁନାହିଁ। କୋଲ ଇଣ୍ଡିଆ ଏସିଆର କିଛି ସବୁଠାରୁ ବଡ଼ କୋଇଲା ଖଣିକୁ ପରିଚାଳନା କରିଥାଏ।

ଚାହିଦା ଅଧିକ, କୋଇଲା କମ ଅଛି:-

ଅଲ ଇଣ୍ଡିଆ ପାୱର ଇଞ୍ଜିନିୟର୍ସ ଫେଡେରେସନର ଶୈଳେନ୍ଦ୍ର ଦୁବେ କହିଛନ୍ତିକି, ‘ଦେଶବ୍ୟାପୀ ଥର୍ମାଲ ପ୍ଲାଣ୍ଟ କୋଇଲା ସଙ୍କଟ ଦେଇ ଗତି କରୁଅଛି, କାରଣ ରାଜ୍ୟରେ ବିଜୁଳିର ଦର ଧୀରେ ଧୀରେ ବଢ଼ିଯାଇଛି। ଏମିତିରେ ଭୀଷଣ ଗରମରେ କୋଇଲା ସଙ୍କଟ କୌଣସି ନୂଆ କଥା ନୁହେଁ। ଏହିପରି ଦୀର୍ଘ ଦିନ ଧରି ଚାଲିଆସୁଛି। ଏହାର ମୁଖ୍ୟ କାରଣ ହେଉଛିକି କୋଲ ଇଣ୍ଡିଆ ଉତ୍ପାଦନ ବୃଦ୍ଧି କରିବାରେ ଅସମର୍ଥ ଅଟେ। ଗତବର୍ଷ ମଧ୍ୟ ଅର୍ଥନୀତି ସୁଧୁରିବା ସମୟରେ ଦେଶରେ ଏଭଳି ସଙ୍କଟ ଦେଖିବା ପାଇଁ ମିଳିଥିଲା।

ଅସୁବିଧା ଆଗାମୀ ସମୟରେ ବଢ଼ିପାରେ:-

ଆଗାମୀ ସମୟରେ ମୌସୁମୀ ବର୍ଷା ସହିତ, କୋଇଲା ଖାଦାନରେ ପାଣି ମଧ୍ୟ ଭର୍ତ୍ତି ହୋଇପାରେ ଏବଂ ପରିବହନରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇପାରେ। ଏହା ଦ୍ୱାରା କୋଇଲା ଉତ୍ପାଦନ ଏବଂ ଯୋଗାଣ କମ ହୋଇପାରେ। ମୌସୁମୀ ପୂର୍ବରୁ ପ୍ରଥମେ କୋଇଲା ଷ୍ଟକ୍ ଜମା କରାଯାଇଥାଏ। ତେବେ ଏହାର ଭାରି ଚାହିଦା ପାଇଁ ଏମିତି ହୋଇପାରୁନାହିଁ ।

odia sambada
Comments (0)
Add Comment