ଗୁଜୁରାଟରେ ବୁଲଡୋଜର ଉପରେ ନିଜର ଜଲୱା ଦେଖାଇଲେ ବ୍ରିଟିଶ ପିଏମ ବୋରିସ ଜନସନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତରେ ବୁଲଡୋଜର ଉପରେ ନିଜର ଜଲୱା ଦେଖାଇଛନ୍ତି। ସେ ଭାରତରେ ନିଜର ବୁଲଡୋଜର ବାଲା ଛବି ଦେଖାଇବାକୁ ଚେଷ୍ଟା କରିଥିଲେ। ଆପଣଙ୍କୁ ଜଣାଇଦେଉଛୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇଦିନ ଭାରତ ଗସ୍ତରେ ଆସିଛନ୍ତି। ଗୁରୁବାର ଦିନ ସକାଳେ ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ଏକ ଅଲଗା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ସେଠାକାର JCB ଫ୍ୟାକ୍ଟ୍ରିକୁ ଯାଇଥିଲେ। ଜଣାଇଦେଉଛୁ କି, JCB ଭାରତରେ ନିଜର ଷଷ୍ଠ ପ୍ଲାଣ୍ଟ ଲାଗାଇଛି। ବୋରିସ ଏଠାରେ ଏକ JCB ଉପରେ ଚଢ଼ିଗଲେ ଓ ଯାତ୍ରା କରିଥିଲେ। ଏହାର ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଭାଇରାଲ ଫୋଟରେ କମେଣ୍ଟ:-

JCB ଉପରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଫୋଟ ଉପରେ ସୋସିଆଲ ମିଡ଼ିଆରେ ଲୋକେ ମଜାଦାର କମେଣ୍ଟ କରୁଛନ୍ତି। ଜଣେ ୟୁଜର୍ସ ଲେଖିଥିଲେ- ବୁଲଡୋଜର ମଡେଲ ଏବେ ଇନ୍ଟରନାଶନାଲ ହୋଇଯାଇଛି। ଆଉଜଣେ ଲେଖିଥିଲେ- ଅବ ଜେସିବି ତେରା ଭାଇ ଚଲାଏଗା।

ମିଡ଼ିଆ ସହିତ ଆଲୋଚନା କରି ବୋରିସ ଜନସନ କହିଥିଲେ- ଏବେପର୍ଯ୍ୟନ୍ତ ଯାତ୍ରା ର ଅନୁଭବ ବହୁତ ଶାନଦାର ଥିଲା। ଗୁଜୁରାଟକୁ ଆସିବା ବହୁତ ସୌଭାଗ୍ୟର ବିଷୟ ଓ ଏହା ଏକ ବହୁତ ଅଦ୍ଭୁତ ସ୍ଥାନ ଅଟେ। ଯେମିତି ଆପଣ ଜାଣନ୍ତି କି, ୟୁକେ ରେ ଗୁଜୁରାଟ ସମୁଦାୟ ବହୁତ ବଡ଼ ପରିମାଣରେ ଅଛନ୍ତି। ଯାହାକି ଭାରତ ଓ ୟୁକେ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ।

ବୋରିସ କହିଥିଲେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭେଟ ହୋଇ ବହୁତ ଉତ୍ସାହିତ ରହିଛନ୍ତି। ସେ କହିଛନ୍ତି, ଆମେ ଟ୍ରେଡ଼, ସିକ୍ୟୁରିଟି ଓ ଅନ୍ୟ ମୁଦ୍ଦା ଉପରେ ଆଲୋଚନା କରିବୁ।

ଇଣ୍ଡିଆ ପହଞ୍ଚିବା ପୂର୍ବରୁ ବୋରିସ ଏକ ଟ୍ୱିଟ କରିଥିଲେ। ସେ ଲେଖିଥିଲେ, ଭାରତରେ ରହିବା ମଜାଦାର ଅଟେ ଯାହାକି ସବୁଠାରୁ ବଡ଼ ଲୋକତନ୍ତ୍ର ଦେଶ ଅଟେ। ମୁଁ ଦୁଇଦେଶ ସମ୍ପର୍କରେ ବହୁତ ସମ୍ଭାବନା ଦେଖୁଛି। ଆମେ ଦୁଇଦେଶ ଏକାଠି ହୋଇ ଚାକିରୀ, ବଡ଼ ବଡ଼ ନୂତନ ଷ୍ଟାର୍ଟଅପ ଆରମ୍ଭ କରିପାରିବା। ଆସୁଥିବା ସମୟରେ ଆମେ ଏହି ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବୁ।

ଜଣାଇଦେଉଛୁ କି ବୋରିସ ନିଜର ଯାତ୍ରା ସାବରମତୀ ଆଶ୍ରମରୁ ଆରମ୍ଭ କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାମଧ୍ୟରେ ସେ ଅରଟ ମଧ୍ୟ ଚଳାଇଥିଲେ। ଆଶ୍ରମରୁ ବାହାରିବା ପରେ ସେ ଭିଜିଟ ବୁକରେ ଲେଖିଥିଲେ ଏହି ଅସାଧାରଣ ଶକ୍ସିୟତ ଆଶ୍ରମକୁ ଆସିବା ସୌଭାଗ୍ୟର ବିଷୟ ଅଟେ।

ଏହାସହ ସେ ଦେଶର ଜଣାଶୁଣା ବିଜନେସମ୍ୟାନ ଗୌତମ ଆଦାନୀଙ୍କ ସହ ଭେଟ ହୋଇଥିଲେ। କଥାବାର୍ତ୍ତା ପରେ ଆଦାନୀ ବୋରିସଙ୍କ ସହିତ ନିଜର ଏକ ଫୋଟ ଶେୟର କରିଥିଲେ।

odia sambada
Comments (0)
Add Comment