୧ ଲକ୍ଷ ୬୦,୦୦୦ ମିଳୁଛି ଝିଅଙ୍କୁ; କେମିତି ଆବେଦନ କରିବେ ଜାଣନ୍ତୁ

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଝିଅମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ପ୍ରକାର ଯୋଜନା ଲାଗୁ କରୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଅଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଲାଡ଼ଲି ଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ଝିଅମାନଙ୍କୁ ନଗଦ ଟଙ୍କା ଦେଉଛନ୍ତି। ସରକାର ପ୍ରକୃତରେ ଏହି ଟଙ୍କା ଦେଉଛନ୍ତି କି ନାହିଁ ଆସନ୍ତୁ ଜାଣିବା।

ସୂଚନା ଅନୁସାରେ PIB ଟୁଇଟ୍ କରିଛନ୍ତି କହିଛନ୍ତିକି, PIB ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛନ୍ତିକି ୟୁଟ୍ୟୁବ୍ ଭିଡ଼ିଓରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ଲାଡଲି ଲକ୍ଷ୍ମୀ ଯୋଜନା ଅଧୀନରେ ଥିବା ସମସ୍ତ ଝିଅଙ୍କୁ କେନ୍ଦ୍ର ସରକାର ୧,୬୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ଏହି ଯୋଜନା ଅଧୀନରେ ଝିଅମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

PIB ଏହି ଭିଡିଓର ଫ୍ୟାକ୍ଟ ଚେକ୍ କରି ପ୍ରକାଶ କରିଛିକି ଏହି ଭିଡିଓଟି ସମ୍ପୂର୍ଣ୍ଣ ନକଲି ଅଟେ। ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି। ଯଦି ଆପଣ ଏମିତି କୌଣସି ଭିଡିଓ ଦେଖିଥିବେ ତେବେ ଏହାକୁ କାହା ସହ ସେୟାର କରନ୍ତୁ ନାହିଁ।

ପଡିପାରେ ଆପଣଙ୍କ ଟଙ୍କା ବିପଦରେ:-

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବାର୍ତ୍ତା ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି ପିଆଇବି ନିଜ ମନ୍ତବ୍ୟରେ କହିଛି। PIB ଲୋକମାନଙ୍କୁ ଏପରି ବାର୍ତ୍ତା ନ ପଠାଇବାକୁ କହିଛି। ଏହିପରି ବାର୍ତ୍ତା ଦ୍ୱାରା ଲୋକ ଭ୍ରମିତ ହୋଇ, ଆପଣ ବ୍ୟକ୍ତିଗତ ସୂଚନା ଏବଂ ଟଙ୍କାକୁ ବିପଦରେ ପକାଇବେ।

ଆପଣ ଫ୍ୟାକ୍ଟ ମଧ୍ୟ ଚେକ କରିପାରିବେ:-

ଯଦି ଏପରି କୌଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସୁଛି, ତେବେ ଆପଣ ଏହାର ସତ୍ୟତା ବିଷୟରେ ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଆପଣ PIB ମାଧ୍ୟମରେ ଏକ ଫ୍ୟାକ୍ଟ ମଧ୍ୟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଏକ ଅଫିସିଆଲ୍ ଲିଙ୍କ https://factcheck.pib.gov.in/ ପରିଦର୍ଶନ କରିବାକୁ ପଡ଼ିବ। ଏହା ବ୍ୟତୀତ, ଆପଣ ଏହି ଭିଡିଓକୁ ହ୍ଵାଟ୍ସଆପ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: pibfactcheck@gmail.com ଜରିଆରେ ମଧ୍ୟ ପଠାଇପାରିବେ।

odia sambada
Comments (0)
Add Comment