ପ୍ରଥମ ଥର ପାଇଁ ଏକଲା ଯାତ୍ରା କରୁଥିବା ପୁଅର ମୋବାଇଲ ସ୍ୱିଚ ଅଫ ଆସିବା କାରଣରୁ ବିଚଳିତ ହୋଇଗଲେ ପୁଅର ବାପା, ରେଳମନ୍ତ୍ରୀଙ୍କ ପାଖକୁ ଗଲା ସୂଚନା

ପିଲାବେଳରୁ କିଶୋରବସ୍ଥା ଆଡ଼କୁ ଗତି କରିବା ସମୟରେ ବାପା-ମାଆ ଭାବିଥାନ୍ତି କି, ଏବେ ତାଙ୍କ ପୁଅ ନିଜ ଦମରେ ଏକଲା ଜୀବନ ଅତିବାହିତ କରିବ। ଏକଲା ଯାତ୍ରା କରିବ ଓ ଏକଲା କୌଣସି କାର୍ଯ୍ୟର ନିଷ୍ପତ୍ତି ନିଜେ ନେଇପାରିବ। ଏମିତି ହିଁ ଏକ 16 ବର୍ଷୀୟ ପିଲାଟି ଏକଲା ନିଜ ଘର ଲୋକଙ୍କ ବ୍ୟତୀତ ଗାଡ଼ିରେ ଯାତାୟାତ କରିବାକୁ ମନ ବନାଇଲା।

ମାତା-ପିତା ମଧ୍ୟ ପିଲାଟିର ଆତ୍ମବିଶ୍ବାସ ବଢ଼ାଇଲେ ଓ ପିଲାଟିକୁ ଏକଲା ଟ୍ରେନ ରେ ବସାଇ ଦେଇ ଘରକୁ ଚାଲିଆସିଲେ। ମାତା-ପିତା ନିଶ୍ଚୟ ଥିଲର କି, ଯଦି ପିଲାଟିର କୌଣସି ଅସୁବିଧା ହୁଏ ତାହେଲେ ସେ ପିଲାଟିକୁ ଫୋନରେ ଯୋଗାଯୋଗ କରି ଗାଇଡ଼ କରିବେ ଓ ହାଲଚାଲ ପଚାରି ବୁଝୁଥିବେ କିନ୍ତୁ କୌଣସି ଏକ ଟେକ୍ନିକାଲ କାରଣ ଯୋଗୁଁ ପିଲାଟିର ମୋବାଇଲ ଫୋନ ସ୍ୱିଚ ଅଫ ଆସିଥିଲା ଓ ପିତା-ମାତା ସେ ସମୟରେ ବ୍ୟାକୁଳ ହୋଇଗଲେ।

ଏକଲା ଯାତ୍ରା କଲା ପିଲାଟି:-

ଏକ 16 ବର୍ଷୀୟ ଯୁବକ ପ୍ରଥମ ଥର ନିଜର ପୈତୃକ ଘର ଯିବାପାଇଁ ଟ୍ରେନରେ ଯାତ୍ରା କରିବାକୁ ନିଷ୍ପତ୍ତି ନେଲା। ମାତା-ପିତାଙ୍କୁ ପଚାରି ସେ ଟ୍ରେନ ଯାତ୍ରା ଆରମ୍ଭ କରିଦେଉଛି। ମାତା-ପିତା ମଧ୍ୟ ଖୁସି ହୋଇଗଲେ ଯେ, ଏବେ ତାଙ୍କର ପୁଅ ଏତେ ବଡ଼ ହୋଇଯାଇଛି ଯେ, ସେ କୌଣସି ସ୍ଥାନକୁ ଏକା ଯାଇପାରିବ। ଏବେ ଟ୍ରେନ ନିଜର ଲକ୍ଷ୍ୟସ୍ଥଳ ଅଭିମୁଖେ ବାହାରି ପଡ଼ିଛି, ଦୀର୍ଘ 5 ଘଣ୍ଟା ପରେ ଯେତେବେଳେ ବାପା କିଶାନ ରାଓ ନିଜ ପୁଅ ଶାନ୍ତନୁକୁ ଫୋନ କରିବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ଫୋନ ଲାଗୁନାହିଁ ଓ ଏଥିରେ ପୁଅର ବାପା ବ୍ୟଥିତ ହୋଇଯାଉଛନ୍ତି।

ବିଚଳିତ ହୋଇଥିବା ପିତା ନିଜର ବୁଦ୍ଧି ଉପଯୋଗ କଲେ:-

ବିଚଳିତ ହୋଇଥିବା ପିତା ଠିକ ସେହି ସମୟରେ ବୁଦ୍ଧି ଉପଯୋଗ କରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟ୍ୱିଟ କରି ସାହାର୍ଯ୍ୟ ମାଗିଥିଲେ କି, ତାଙ୍କ ପୁଅର ଲୋକେସନ ବିଷୟରେ ଜଣାଇବା ପାଇଁ, ଠିକ ଏହାର କିଛି ସମୟ ପରେ ପୁଅ ଶାନ୍ତନୁ ତରଫରୁ ଫୋନ ଆସିଥିଲା ଓ ସେ କହିଥିଲେ କି, ବାପା ମୁଁ ଠିକ ଅଛି, ଏହା ଶୁଣି ପିତା ବହୁତ ଖୁସି ହୋଇଗଲେ। ଟାଇମସ ଅଫ ଇଣ୍ଡିଆ ରିପରର ମୁତାବିକ ଏହି ଘଟଣା ଏପ୍ରିଲ 19 ତାରିଖର ଅଟେ। କିଶାନ ରାଓ ଏକ ଅଟୋମୋବାଇଲ କମ୍ପାନୀରେ ମହାପ୍ରବନ୍ଧକ ଅଟନ୍ତି। ସେ କହିଥିଲେ, ଶାନ୍ତନୁ 10ମ ଶ୍ରେଣୀର ଛାତ୍ର ଅଟେ ଓ ସେ ପରୀକ୍ଷା ଦେବାପରେ ନିଜ ପୈତୃକ ଘର (କୋଟାୟମ, କେରଳ) ଯିବାକୁ ଚାହୁଁଥିଲା।

ମଙ୍ଗଲୁରୁ ରି କୋଟାୟମ ଯାତ୍ରା:-

କିଶାନ ରାଓଙ୍କ କହିବାହେଲା ତାଙ୍କ ପୁଅ ଏପ୍ରିଲ 19 ତାରିଖ ସକାଳ 5 ଘଟିକା ସମୟରେ ମଙ୍ଗଲୁରୁ ସେଣ୍ଟ୍ରାଲ ରେଲୱେ ଷ୍ଟେସନରେ ପର୍ଶୁରାମ ଏକ୍ସପ୍ରେସରେ ଚଢ଼ିଥିଲା। ଦ୍ୱିପ୍ରହର 2.30 ମିନିଟରେ ଏରନାକୁଲମ ଓ କୋଟାୟମ ମଝିରେ ସ୍ଥିତ ପିରାବୋମ ରୋଡ଼ ରେଲୱେ ଷ୍ଟେସନରେ ଶାନ୍ତନୁଙ୍କୁ ତାଙ୍କ ଦାଦାଙ୍କ ପୁଅ ନେବାକୁ ଆସିବାର ଥିଲା। କିଶାନ ରାଓ ଓ ତାଙ୍କ ପତ୍ନୀ ସନ୍ଧ୍ୟା ଶାନ୍ତନୁଙ୍କୁ ଏକ ମୋବାଇଲ ଫୋନ ଦେଇଥିଲେ ଯଦି କୌଣସି ଆପାତ ସମୟରେ ଫୋନ କରିବାକୁ କାରଣ ଶାନ୍ତନୁର ଏହା ପ୍ରଥମ ରେଳ ଯାତ୍ରା ଥିଲା। କିଶାନଙ୍କ କହିବା ହେଲା ତାଙ୍କ ପୁଅ ଏକଲା ଯାତ୍ରା କରିବାପାଇଁ ବହୁତ ଉତ୍ସାହିତ ଥିଲା ଓ ସେ ରାତିସାରା ଶୋଇନଥିଲା।

ଅଚାନକ ଫୋନ ସ୍ୱିଚ ଅଫ ହୋଇଗଲା:-

ଶାନ୍ତନୁଙ୍କ ବାପା କିଶାନଙ୍କ କହିବାହେଲା ସକାଳ 10 ଘଟିକା ସମୟରେ ସେ ପୁଅକୁ ଫୋନ ଲଗାଇବାକୁ ଚେଷ୍ଟା କଲେ କିନ୍ତୁ ତାଙ୍କ ମୋବାଇଲ ସ୍ୱିଚ ଅଫ ଦେଖାଉଥିଲା। ଟିଟିଇଙ୍କ ନମ୍ବର ମୁଁ ନେଇନଥିଲି ଓ ପ୍ରାୟ 10.34 ମିନିଟରେ ମୁଁ ରେଳମନ୍ତ୍ରୀଙ୍କ ପାଖକୁ ଟ୍ୱିଟ କରିଥିଲି।

odia sambada
Comments (0)
Add Comment