ବିବାହର ଦଶ ଘଣ୍ଟା ପରେ କନ୍ୟାଙ୍କ ମୃତ୍ୟୁ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା ବିଷୟରେ

ରାଜସ୍ଥାନର ଯୋଧପୁରରୁ ହଇରାଣ କରିଦେବାପରି ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ବିବାହର ମାହୋଲ ଅଚାନକ ଶୋକର ଛାୟାରେ ପରିଣତ ହୋଇଗଲା। କଥା ଏହାକି ଯେ, ବାହାଘର ପରେ କନ୍ୟା ନିଜ ଶଶୁର ଘରେ ପହଞ୍ଚିଥିଲେ ଓ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଥିଲା ଓ ସେ ବାହାଘରର 10 ଘଣ୍ଟା ପରେ ମୃତ୍ୟୁବରଣ କରିଥିଲେ।

ସୂଚନା ମୁତାବିକ, ଜିଲ୍ଲାର କୁଇ ଯୋଧ ଗ୍ରାମରେ ଏକ ବରଯାତ୍ରୀ ଆସିଥିଲା ଓ କନ୍ୟା ଖୁସି ଖୁସିରେ ନିଜ ଶଶୁର ଘରେ ପହଞ୍ଚିଥିଲେ। କିନ୍ତୁ ଶଶୁରଘରେ ପହଁଚିବାର କିଛି ସମୟ ପରେ ଝିଅଟିର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ପରିଜନ ବାଲେସରର ଏକ ପ୍ରାଇଭେଟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇଲେ। ଏଠାରେ ଯାଞ୍ଚପରେ ଡ଼କ୍ଟର ତାଙ୍କୁ ମୃତ ଘୋଷିତ କରିଦେଲେ।

ବାଲେସରର ତେନା ଗ୍ରାମର ସୁଭାଷ ମେଘବାଳ ବରଯାତ୍ରୀ ନେଇ ମଙ୍ଗଳବାର ରାତିରେ ଯୋଧ ଗ୍ରାମ ଛାଗନାରାମଙ୍କ ଘରକୁ ଯାଇଥିଲେ। ରାତିରେ ବାହାଘର କାର୍ଯ୍ୟ ସାରି ସକାଳୁ ନିଜ କନ୍ୟା ରେଖାକୁ ନେଇ ଘରକୁ ଆସିଥିଲେ। ଶଶୁରଘରେ ଜୋରଦାର ବୋହୁର ସ୍ୱାଗତ କରାଗଲା ଓ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରାଗଲା। କିନ୍ତୁ ସନ୍ଧ୍ୟାରେ ଅଚାନକ କନ୍ୟା ରେଖାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିଲା ଓ ସେ ବେହୋସ ହୋଇଗଲେ। ତାଙ୍କୁ ପ୍ରାଇଭେଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ଓ ଡ଼କ୍ଟର ତାଙ୍କୁ ମୃତ ଘୋଷିତ କରିଥିଲେ। ଏହି ଘଟଣା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଲେ।

ପରିଜନଙ୍କ କହିବାହେଲା ଭୟଙ୍କର ଗରମରେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବାପରେ କନ୍ୟା ଘରକୁ ଆସି ଶୋଇପଡିଲେ। କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ସେ ଉଠିନଥିଲେ ଓ ଘରର ମହିଳା ମାନେ ତାଙ୍କୁ ଉଠାଇଥିଲେ। ସେତେବେଳେ ସେ ବେହୋସ ଥିଲେ। ସେତେବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଓ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଉଭୟ ପରିବାରରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି।

odia sambada
Comments (0)
Add Comment