ପୁଣି ସ୍ଟୁଡ଼ିଓକୁ ଫେରିଲେ ରାନୁ ମଣ୍ଡଳ,ଗାଇଲେ ସୁପରଷ୍ଟାରଙ୍କ ଏହି ଦମଦାର ଗୀତ,ଲୋକମାନେ ହେଲେ ଦିୱାନା,ଦେଖନ୍ତୁ ଭିଡ଼ିଓ

ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଥିବା ରାନୁ ମଣ୍ଡଳ ଆଉ ଗୋଟିଏ ସିଙ୍ଗିଙ୍ଗ ଭିଡିଓ ସହ ଫେରି ଆସିଛନ୍ତି,ସେ ବାଂଲାଦେଶୀ ସୁପରଷ୍ଟାର ହିରୋ ଆଲାମ ସହ ଏକତ୍ର ଗାଇଛନ୍ତି|କିଛି ଦିନ ପୂର୍ବରୁ ଆଲମ ନିଜର ଗୀତ “ତୁମ ଚାରା ଅମି”ର ଏକ ରେକର୍ଡିଙ୍ଗ ସେସନର ଏକ ଭିଡିଓ ସେୟାର କରିଛନ୍ତି ଯାହା ୟୁଟ୍ୟୁବରେ ଭାଇରାଲ ହେଉଛି|ଏକ ରିପୋର୍ଟ ଅନୁସାରେ ବାଂଲାଦେଶର ପ୍ରସିଦ୍ଧ ହିରୋ ଆଲମ ପୂର୍ଵ ବର୍ଷ ନଭେମ୍ବରରେ ରାନୁଙ୍କ ସହ କୋଲାବରେସନ କରିବାକୁ ଘୋଷଣା କରିଥିଲେ|

ଆଲୋମ ଦ୍ଵାରା ସେୟାର କରାଯାଇଥିବା ଭିଡିଓରେ ଡାୟନାମିକ ଡୁଓର ଏକ ରେକରଡିଙ୍ଗ ଷ୍ଟୁଡିଓରେ ନିଜର ପ୍ରଥମ ଗୀତ ଏକାଥରେ ରେକର୍ଡ କରୁଥିବା ଦେଖାଯାଇଛି|ଦୁଇଜଣ ଯାକ ସିଙ୍ଗର ଲାଲ ରଙ୍ଗର ଡ୍ରେସରେ ଅଛନ୍ତି ଓ ଏକାସହ ବଢିଆ ଗୀତ ଗାଇ ହସୁଛନ୍ତି|ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଲୋକମାନେ ପୁଣିଥରେ ତାଙ୍କୁ ଇଣ୍ଟରନେଟରେ ଦେଖି ଖୁସି ହୋଇଛନ୍ତି|କିଛି ଲୋକ ବଧାଇ ଜଣାଇଥିବା ବେଳେ କିଛି ଲୋକ ଟ୍ରୋଲ କରିଛନ୍ତି|

ଜଣେ ୟୁଜର ଲେଖିଛନ୍ତି ଯାହାକୁ ବଙ୍ଗାଲର ଲୋକମାନେ ଏତେ ସମୟ ଧରି ଅପେକ୍ଷା କରିଥିଲେ ତାହା ହେଲା|ଆଗକୁ ବଢନ୍ତୁ ହିରୋ ଆଲମ୍ ଓ ତାଙ୍କ ଦଳ|ଜଣେ ଲେଖିଛନ୍ତି ରାନୁ ହିରୋ ଆଲମ ସହ ଭଲ ଦେଖା ଯାଉଛନ୍ତି|ମୁଁ ଚାହେଁ ଉଭୟ ବନ୍ଧନରେ ବାନ୍ଧି ହୋଇ ଆଗକୁ ଏଭଳି ବହୁ ଗୀତ ଗାଆନ୍ତୁ|

କହିରଖେ ପ୍ରଥମଥର ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଯେତେବେଳେ ପ୍ରଥମେ ଦେଖାଯାଇଥିଲା ସେତେବେଳେ ଏକ ଏଭରଗ୍ରିନ ଗୀତ “ଏକ ପ୍ୟାରକା ନଗମା ଗାଇଥିଲେ”|ଏହାପରେ ସେ ଇଣ୍ଟରନେଟରେ ଭାଇରାଲ ହୋଇଗଲେ|ଏହାପରେ ସେ ହିମେଶଙ୍କ ସହ ଫିଲ୍ମ “ହାପି ହାର୍ଡି ଏଣ୍ଡ ହିର” ପାଇଁ କିଛି ଗୀତ ଗାଇଥିଲେ|ବହୁ ସମୟ ଚର୍ଚ୍ଚାରେ ରହିବା ପରେ ମଞ୍ଚରେ ଗୀତ ଭୁଲିବା , ପ୍ରଶଂସକ ସହ ଦୁର୍ବବ୍ୟବହାର ଓ ଅଧିକ ମେକ୍ ଅପ ଫଳରେ ସେ ଜମେଇକି ଟ୍ରୋଲ ହୋଇଥିଲେ|

odia sambada
Comments (0)
Add Comment