‘ସରପ୍ରାଇଜ ଦେବି,ଆଖି ବନ୍ଦ କର’ କହି କାଟିଦେଲା ପ୍ରେମିକର ବେକ,ସାମ୍ନାକୁ ଆସିଲା ଚମକାଇ ଦେବାଭଳି ଘଟଣା !

ଆଡେପଲି ରାମୁନାୟୁଡୁ ନାମକ ବ୍ୟକ୍ତିଙ୍କ ଏବେ ଏବେ ବିବାହ ହୋଇଥିଲା। ସେ ନିଜ ବିବାହରେ ଖୁସି ଥିଲା। ତାଙ୍କ ପ୍ରେମିକାର ନାମ ଭି ପୁଷ୍ପା ଅଟେ। ସେ 22 ବର୍ଷର ଅଟନ୍ତି। ଉଭୟଙ୍କ ବିବାହ ମେ 20 ତାରିଖରେ ହେବାକୁ ଥିଲା। କିନ୍ତୁ ପୁଷ୍ପା ସରପ୍ରାଇଜ ଦେବା କହି ତାଙ୍କୁ ପାହାଡ଼ ଉପରକୁ ନେଇଗଲେ। ଏଠାରେ ସେ ଯୁବକଙ୍କୁ ଆଖି ବନ୍ଦ କରିବାପାଇଁ କହିଲେ କାରଣ ସେ ଯେମିତି ସରପ୍ରାଇଜ ଦେଇପାରିବେ। ଯୁବକ ଯେମିତି ଆଖି ବନ୍ଦ କଲେ ସେହି କ୍ଷଣୀ ଯୁବତୀ ତାଙ୍କ ଗଳାକୁ କାଟି ପକାଇଲେ।।

ନିର୍ବନ୍ଧ ପରେ ପ୍ରେମିକା ଜଣକ କଲେ ଏମିତି କାମ:-

ଏହି ଅଦ୍ଭୁତ ପ୍ରେମ କାହାଣୀ ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀ ଜିଲ୍ଲାର କୋମଲାପୁଡ଼ି ଗ୍ରାମର ଅଟେ। 28 ବର୍ଷୀୟ ରାମୁନାୟୁଡୁ ମାଡ଼ଗୁଲା କ୍ଷେତ୍ରର ଅଟନ୍ତି। ସେ ହାଇଦ୍ରାବାଦରେ ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦରେ ରିସର୍ଚ୍ଚର ଭାବରେ କାମ କରନ୍ତି। ଏବେଏବେ ତାଙ୍କର ରବିକାମତମ ଗାଁରେ ରହୁଥିବା ଭି ପୁଷ୍ପା ନାମକ ଝିଅ ସହିତ ନିର୍ବନ୍ଧ ହୋଇଥିଲା ଓ ତାଙ୍କର ବିବାହ ତୟ ହୋଇଥିଲା। ବିବାହ ମେ 20 ତାରିଖରେ ହେବାକୁ ଥିଲା। କିନ୍ତୁ ଝିଅଟି ପୂର୍ବରୁ ଏହିକାଣ୍ଡ କରିଥିଲା।

ପୀଡିତ ଯୁବକ ଏପ୍ରିଲ 18 ତାରିଖରେ ନିଜ ପ୍ରେମିକା ପୁଷ୍ପା ସହିତ ଭେଟ ହେବାକୁ ବିଶାଖାପଟନାମ ସ୍ଥିତ ତାଙ୍କ ଗ୍ରାମକୁ ଆସିଥିଲା। ଉଭୟଙ୍କୁ କିଛି କିଣାକିଣି କରିବାର ଥିଲା, ଏଥିପାଇଁ ସେ ଅନକାପଲି ଆସିଥିଲେ। ଶପିଂ ପରେ ପୁଷ୍ପା ନିଜ ପ୍ରେମିକକୁ ନିଜର କିଛି ବନ୍ଧୁ ମାନଙ୍କୁ ଭେଟ କରିବାର କଥା କହିଥିଲେ। ଏହାକହି ସେ ତାଙ୍କ ସାଇବାବା ଆଶ୍ରମ ପାହାଡ଼ ଉପରକୁ ନେଇଗଲେ। ଯେତେବେଳେ ପ୍ରେମିକ ପୁଷ୍ପାଙ୍କୁ ତାଙ୍କ ବନ୍ଧୁଙ୍କ ବିଷୟରେ ପଚାରିଥିଲେ ସେତେବେଳେ ସେ କହିଥିଲେ ସମସ୍ତେ କେକ ପାଇଁ ଯାଇଛନ୍ତି।

ସରପ୍ରାଇଜ ଦେବା ବାହାନାରେ କାଟିଲେ ବେକ:-

ଏହାପରେ ପୁଷ୍ପା ରମାନାୟୁଡୁଙ୍କୁ ଆଖି ବନ୍ଦ କରିବାକୁ କହିଲା ଯେତେବେଳେ ସେ ଏହାର କାରଣ ପଚାରିଥିଲେ ସେତେବେଳେ ପୁଷ୍ପା ତାଙ୍କୁ ସରପ୍ରାଇଜ ଦେବା କଥା କହିଲେ। ପୁଷ୍ପାଙ୍କୁ ଭରସା ନହେବାରୁ ସେ ନିଜର ଓନି ଜରିଆରେ ତାଙ୍କ ଆଖି ବାନ୍ଧି ଦେଲେ। ଏହାପରେ ପୁଷ୍ପା ଛୁରୀ ବାହାର କରି ପ୍ରେମିକ ବେକରେ ଚଲାଇ ଦେଲେ। ଏଥିରେ ସେ ଘାୟଲ ହୋଇଗଲେ। କାମକୁ ସମାପ୍ତ କରି ପୁଷ୍ପା ସେଠାରୁ ଚାଲିଗଲେ।

ସେପଟେ ସମ୍ପୂର୍ଣ ଭାବରେ ଘାୟଲ ହେବାପରେ ଯୁବକ 108 ଆମ୍ବୁଲାନ୍ସ ଫୋନ କରି ଘଟଣା ସ୍ଥଳକୁ ଡକାଇଲେ। ଏହାପରେ ଆମ୍ବୁଲାନ୍ସ ତାଙ୍କୁ ହସ୍ପିଟାଲ ନେଇଗଲେ। ଏଠାରେ ତାଙ୍କର ଅବସ୍ଥା ଗମ୍ଭୀର ହୋଇଥିଲା। ସେପଟେ ଯୁବତୀ ଜଣକ ପୋଲିସକୁ କହିଲେ କି, ବାଇକରେ ଆକ୍ସିଡେଣ୍ଟ ହେବା କାରଣରୁ ଏମିତି ହୋଇଗଲା। ଏହି ସମୟରେ ଯୁବକ ହସ୍ପିଟାଲରେ ସମ୍ପୂର୍ଣ୍ଣ କାହାଣୀ ଶୁଣି ସାରିଥିଲା।

ଯୁବକର ବୟାନ ଆଧାରରେ ପୁଷ୍ପାକୁ ପୋଲିସ ଗିରଫ କରିଥିଲା। ଜୋରଦେଇ ପଚରାଉଚରା କରିବାପରେ ସେ ତାଙ୍କ ଅପରାଧ ସ୍ୱୀକାର କରିଥିଲେ। ପୋଲିସ ମୁତାବିକ, ପୁଷ୍ପା ନିଜ ପ୍ରେମିକ ସହିତ ଭେଟ ହେବାପୂର୍ବରୁ ବଜାରରୁ 3ଟି ଛୁରୀ କିଣିଥିଲେ। ସେ ଏହି ବିବାହରେ ଖୁସି ନଥିବାରୁ ଏହି ପଦକ୍ଷେପ ନେଇଥିଲେ।

odia sambada
Comments (0)
Add Comment