ମୋବାଇଲ କିଣନ୍ତୁ ମାଗଣାରେ ଲେମ୍ବୁ ଓ ପେଟ୍ରୋଲ ପାଆନ୍ତୁ: ଏମିତି ଅଫର ଦେଉଛନ୍ତି ଦୋକାନୀ

ବର୍ତ୍ତମାନ ଦେଶରେ ପେଟ୍ରୋଲ-ଡିଜେଲ ସହ ଲେମ୍ବୁର ମଧ୍ୟ ଅହେତୁକ ମୂଲ୍ୟ ବୃଦ୍ଧି ହେଉଅଛି ଯେଉଁଥିପାଇଁ ସାଧାରଣ ଲୋକ ବହୁତ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାରାଣସୀର ଜଣେ ମୋବାଇଲ୍ ଦୋକାନୀ ଏକ ନିଆରା ଅଫର ଦେଉଛନ୍ତି। ମୋବାଇଲ ଦୋକାନର ମାଲିକ ପ୍ରସ୍ତାବ ଦେଇଛନ୍ତିକି ଯଦି କେହି ତାଙ୍କ ଦୋକାନରୁ ୧୦ ହଜାର ଟଙ୍କାର ମୋବାଇଲ ନିଅନ୍ତି, ତେବେ ସେ ତାଙ୍କୁ ମାଗଣାରେ ଏକ ଲିଟର ପେଟ୍ରୋଲ ଦେବେ। ଏହା ଛଡ଼ା ୧୦୦ ଟଙ୍କାର ମୋବାଇଲ୍ ଉପକରଣ ଯଥା ଫୋନ କଭର ,ସ୍କ୍ରିନ ଗାର୍ଡ, ଇୟର ଫୋନ ଆଦି ନିଅନ୍ତି ତେବେ ଆପଣଙ୍କୁଙ୍କୁ ଦୁଇଟି ଲେମ୍ବୁ ଅଫର ମିଳିବ।

ଦୋକାନୀ କହିଛନ୍ତିକି ଯଦି କେହି ତାଙ୍କ ଦୋକାନରୁ ମୋବାଇଲ୍ ଆସେସୋରିଜ ନେଉଛନ୍ତି, ଯାହାର ମୂଲ୍ୟ ଅତି କମରେ ୧୦୦ ଟଙ୍କା ଅଟେ, ତେବେ ତାଙ୍କୁ ୨ଟି ଲେମ୍ବୁ ମାଗଣାରେ ଦିଆଯିବ। ମୋବାଇଲ୍ ଦୋକାନ ମାଲିକଙ୍କ ଏହି ଅଫରର ଆଲୋଚନା ବିଷୟରେ ଜୋରସୋରରେ ଚାଲିଛି। ଦୋକାନରେ ପହଞ୍ଚୁଥିବା ଗ୍ରାହକମାନେ କହିଛନ୍ତିକି ଦୋକାନୀଙ୍କ ଅଫର ଅନନ୍ୟ ଅଟେ।

ଏହା ପୂର୍ବରୁ ଲେମ୍ବୁର ମୂଲ୍ୟ ହ୍ରାସ କରିବା ପାଇଁ ବାରାଣସୀରେ ତନ୍ତ୍ର ପୂଜା ଆରମ୍ଭ କରାଯାଇଥିଲା। ଉତ୍ତରପ୍ରଦେଶ ଅଞ୍ଚଳରେ ଭାଗବତ ସିଂ ୟୁଥ୍ ବ୍ରିଗେଡ୍ ଆଦିଶକ୍ତିଙ୍କ ମନ୍ଦିରରେ ଲେମ୍ବୁ ବଳି ଦେଇ ଲେମ୍ବୁର ମୂଲ୍ୟ ହ୍ରାସ କରିବା ପାଇଁ ପ୍ରାର୍ଥନା କରି ସେ ତନ୍ତ୍ର ପୂଜା କରିଥିଲେ। ବଳି ଉତ୍ସର୍ଗ କରିଥିବା ପୁରୋହିତ କହିଛନ୍ତିକି ଦୁଇ-ତିନି ଦିନ ମଧ୍ୟରେ ଲେମ୍ବୁର ମୂଲ୍ୟ ଅନେକ ମାତ୍ରାରେ ହ୍ରାସ ପାଇବ।

ଭାଗବତ ସିଂ ୟୁଥ୍ ଫ୍ରଣ୍ଟ ସଭାପତି ତଥା ତନ୍ତ୍ର ପୂଜକ ହରିଶ ମିଶ୍ର କହିଥିଲେକି ‘ଯେତେବେଳେ ସରକାରଙ୍କର ନୀତି ବିଫଳ ହୁଏ, ପ୍ରଶାସନିକ କର୍ମଚାରୀ ମଧ୍ୟ ଏଥିରେ ବିଫଳ ହୁଅନ୍ତି ଏବଂ ଲୋକମାନେ ନିରାଶ ହୋଇ ହୁଅନ୍ତି, ତେବେ ଆମେ ମାତାଙ୍କ ନିକଟରେ ଆଶ୍ରୟ ନେଇଥାଉ। ଲେମ୍ବୁର ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ଏବଂ ଲେମ୍ବୁ ହେଉଛି ତନ୍ତ୍ର ପୂଜାର ମୁଖ୍ୟ ଉପାଦାନ।

ପ୍ରତ୍ୟେକ ଲେମ୍ବୁର ମୂଲ୍ୟ ୧୫ ଟଙ୍କା ଲେଖାଏଁ ବିକ୍ରି କରାଯାଉଛି। ଏଭଳି ଭୟଙ୍କର ପରିସ୍ଥିତିରେ ସରକାର ମଧ୍ୟ ଦରବୃଦ୍ଧିକୁ ନେଇ ସମର୍ଥନ କରୁଛନ୍ତି। ତେଣୁ ଗତକାଲି ମଙ୍ଗଳବାର ଦିନ ଥିବାରୁ ଭାଗବତୀଙ୍କ ସାମ୍ନାରେ ଲେମ୍ବୁ ବଳି ଦେଇ ମଧ୍ୟ ତନ୍ତ୍ର ପୂଜା କରିଛନ୍ତି ଏବଂ ଆଶା କରାଯାଉଛିକି ୨ ରୁ ୩ ଦିନ ମଧ୍ୟରେ ଲେମ୍ବୁ ମୂଲ୍ୟରେ ଅପ୍ରତ୍ୟାଶିତ ହ୍ରାସ ଘଟିବ ଏବଂ ଲେମ୍ବୁ ଶସ୍ତା ହୋଇଯିବ।

odia sambada
Comments (0)
Add Comment