ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାରେ ଆସିଲା ଏକ ନୂଆ ଟୁଇଷ୍ଟ, ଖୁବ୍‌ଶୀଘ୍ର ସୋନାଲି ବନ୍ଧା ହେବେ!

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କର ଆତ୍ମହତ୍ୟାକୁ ୨ ମାସରୁ ଅଧିକ ସମୟ ବିତିଗଲାଣି। ପୁଅକୁ ହରାଇ ପରିବାର ଲୋକ ବର୍ତ୍ତମାନ ମାନସିକ ସ୍ତରରେ ସମ୍ପୂର୍ଣ୍ଣରୂପରେ ଭାଙ୍ଗି ପଡ଼ିଥିବା ସମୟରେ ହାଇକୋର୍ଟଙ୍କ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶ ସେମାନଙ୍କୁ ବର୍ତ୍ତମାନ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ପୁଅର ମୃତ୍ୟୁ ପାଇଁ ଗାୟିକା ସୋନାଲି ନନ୍ଦ ଦାୟୀ ବୋଲି ଅଭିଯୋଗ ଆଣି ପରିବାର ଲୋକେ ଇନ୍‌ଫୋସିଟି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ଏ ବିଷୟରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ନିରବ ଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଇନ୍‌ଫୋସିଟି ଥାନାରେ ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ତେବେ ଏହି ମାମଲାରେ ସୋନାଲି ଗିରଫ ହେବେ କି ନାହିଁ ସେ ନେଇ ବର୍ତ୍ତମାନ ମଧ୍ୟ ପ୍ରଶ୍ନବାଚୀ ଲାଗିରହିଛି।

ସୌମ୍ୟରଞ୍ଜନ ମଧ୍ୟ ମୃତ୍ୟୁ ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ ସୋନାଲିଙ୍କୁ ଦାୟୀ କରିଥିଲେ। ସୋନାଲି ଏବଂ ତାଙ୍କ ମାଙ୍କ ସହିତ କଥାହେବା ସମୟରେ ସେ ପ୍ରତାରିତ ହୋଇଥିବା କହିବା ସହ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଥିଲେ। ତେବେ ଏ ବିଷୟରେ ସୋନାଲିଙ୍କ ପରିବାର ସୌମ୍ୟରଞ୍ଜନଙ୍କ ପରିବାରକୁ କିଛି ଜଣାଇନଥିଲେ। ସୋନାଲିଙ୍କ ବିରୋଧରେ ଏଭଳି ମାଳମାଳ ଅଭିଯୋଗ ଆସୁଥିବା ସମୟରେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିଲା।

ସୌମ୍ୟରଞ୍ଜନଙ୍କ ଭଉଣୀ ଏ ବିଷୟରେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଥିରେ ନିରବ ଥିଲା। ଏପରିକି ପୋଲିସର କାର୍ଯ୍ୟକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ଯଦି ସୋନାଲିଙ୍କ ପରିବାର ଆମକୁ ଖବର ଦେଇଥାନ୍ତେ ତେବେ ମୋ ପୁଅ ବଞ୍ଚିଯାଇଥାନ୍ତା ବୋଲି ସୌମ୍ୟଙ୍କ ମା’ କହିବା ସହ ସୋନାଲି ଓ ତାଙ୍କ ମାଙ୍କ ପାଇଁ ତାଙ୍କ ପୁଅର ଜୀବନ ଗଲା ବୋଲି ଅଭିଯୋଗ କରିଥିଲେ । ଏହା ପରେ ବି ପୋଲିସ ଚୁ୍‌ ବସିଥିଲା । ପୋଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସୌମ୍ୟରଞ୍ଜନଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ବର୍ତ୍ତମାନ ଏକ ମାମଲା ରୁଜୁ କରିଛି। ତେବେ ୨ ମାସର ଏହି ପୁରୁଣା ଘଟଣା ଉପରେ ପୋଲିସ କେଉଁ ପଦକ୍ଷେପ ନେଉଛି ତା’ ଉପରେ ସମସ୍ତଙ୍କ ନଜର ଅଛି।

ସୂଚନା ଅନୁସାରେ, ସୌମ୍ୟରଞ୍ଜନ ମୁମ୍ବାଇରେ ମଡେଲିଂ କରୁଥିବାବେଳେ କରୋନା ପାଇଁ ଘରକୁ ଫେରି ଆସିଥିଲେ। ସେ ଭୁବନେଶ୍ୱର ନନ୍ଦନବିହାରରେ ରହୁଥିବା ସୋନଲି ନନ୍ଦଙ୍କର ସଂସ୍ପର୍ଶରେ ଆସିଥିଲେ। ଉଭୟ ଦୀର୍ଘ ୨ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ। ସୋନାଲି ପ୍ରତାରଣା କରିଥିଲେ ବୋଲି ଅଭିଯୋଗ ହୋଇଛି।

odia sambada
Comments (0)
Add Comment