ବାପାଙ୍କ ପାଇଁ ଖାଦ୍ୟ ନେଇ ଯାଉଥିଲା ୧୦ ବର୍ଷର ଝିଅ,ଆଉ ରାସ୍ତାରେ ତାଙ୍କୁ ସାତଜଣ ମହିଳା ମିଶି କଲେ ହତ୍ୟା,ଜାଣନ୍ତୁ ପୁରା ଘଟଣା

ଅପରାଧ ଦୁନିଆରେ ଏମିତି କିଛି ଖବର ସାମ୍ନାକୁ ଆସିଥାଏ ଯାହାକୁ ଶୁଣି ଆପଣ ବିଶ୍ବାସ କରିପାରିବେନାହିଁ। କିନ୍ତୁ ଆଜି କୋର୍ଟ ଏହିପରି ଏକ ମାମଲାରେ ଅପରାଧୀକୁ ଦଣ୍ଡ ଦେଇଛନ୍ତି। ଯାହାକୁ ଶୁଣି ପ୍ରତ୍ୟକଙ୍କ ହୃଦୟ ନିଶ୍ଚୟ କାନ୍ଦିବ। ହଁ ! ସାତଜଣ ମହିଳା ମିଶି ଜଣେ ଛୋଟ ଝିଅଟିର ହତ୍ୟା କରିଦେଇଛନ୍ତି।

13 ବର୍ଷ ପରେ ମିଳିଲା ଛୁଆଟିକୁ ନ୍ୟାୟ:-

ବିହାରର ଦରଭଙ୍ଗାର ଏକ ଅଦାଲତ ବୁଧବାର ଦିନ 10 ବର୍ଷର ଝିଅଟିର ହତ୍ୟା ମାମଲାରେ ସାତଜଣ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏଡିଜି-9 କୋର୍ଟ ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। କୋର୍ଟ ର ଏହି ଫଇସଲା 13 ବର୍ଷ ପରେ ଆସିଛି।

ଖାଇବା ନେଇଯାଉଥିବାରୁ ପିଲାଟିକୁ ମିଳିଲା ଦଣ୍ଡ:-

ମାମଲା ଏହାକି ଯେ, ପିଲାଟିର ବାପାଙ୍କ ଜମିକୁ ନେଇ ଘରଲୋକଙ୍କ ସହିତ ବିବାଦ ଥିଲା। ବର୍ଷ 2009 ରେ ଯୋଗେନ୍ଦ୍ର ଯାଦବଙ୍କ ଝିଅ ଖାଇବା ନେଇ ନିଜ ବାପାଙ୍କ ପାଖକୁ ଯାଉଥିଲା। ଏହି ସମୟରେ ପିଲାଟିକୁ ସାତଜଣ ମହିଳା ଅଟକାଇ କ୍ରୁର ଭାବରେ ପିଟିଥିଲେ। ପିଲାଟିକୁ ହସ୍ପିଟାଲ ପଠାଗଲା ଓ ସେଠାରେ ପିଲାଟିର ମୃତ୍ୟୁ ହୋଇଥିଲା।

ଝିଅଟିର ପରିବାର ଲୋକେ ଏହାପରେ 7 ଜଣ ମହିଳାଙ୍କୁ ଆରୋପୀ ସାବ୍ୟସ୍ତ କରିଥିଲେ। ବର୍ତ୍ତମାନ ସମସ୍ତେ ବେଲ ଜରିଆରେ ବାହାରେ ଅଛନ୍ତି। କୋର୍ଟର ଫଇସଲା ପରେ ଓକିଲ ରେଣୁ ଝାଙ୍କ କହିବାହେଲା ବିଳମ୍ବ ହେଲା ସତ କିନ୍ତୁ ଶୁଣାଣି ମିଳିଛି। ସାତଜଣ ମହିଳାଙ୍କୁ ଯେଉଁ ଦଣ୍ଡ ମିଳିଛି ତାହା ଉଚିତ ଅଟେ।

odia sambada
Comments (0)
Add Comment