ପତ୍ନୀଙ୍କୁ ଶଶୁର ନଛାଡ଼ିବାରୁ ଜ୍ବାଇଁ କରି ବସିଲା ଏମିତି କାଣ୍ଡ, ଚୁପଚାପ ନାବାଳିକା ଶାଳୀକୁ ଡ଼କାଇ କଲା ଏହିକାମ

ଶାଳୀ ଓ ଭିଣୋଇ ସମ୍ପର୍କ ମଜାଳିଆ ହୋଇଥାଏ କିନ୍ତୁ କେତେଥର ଏହି ସମ୍ପର୍କ ଉପରେ ପ୍ରଶ୍ନ ମଧ୍ୟ ଉଠିଥାଏ। ଏମିତି ଏକ କେସ ବିହାରରୁ ସାମ୍ନାକୁ ଆସିଛି। ଏଠାରେ ଶାଳୀ ଓ ଭିଣୋଇ ସମ୍ପର୍କରେ ଦାଗ ଲାଗିଯାଇଛି। ଏହି ମାମଲା ସାମ୍ନାକୁ ଆସିବାପରେ ସାରା ଅଞ୍ଚଳରେ ଏହି ଦୁହିଁଙ୍କ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ଉଭୟଙ୍କୁ ନେଇ ବହୁତ ପ୍ରକାରର କଥା କହିବାରେ ଲାଗିଛନ୍ତି।

ମାମଲା କେବଳ ଏତିକି ଥିଲା କି, ଶଶୁର ନିଜ ଝିଅକୁ ଜ୍ବାଇଁ ସହିତ ଯିବାକୁ ମନା କରିଦେଲେ। ବାଆସ ଏତିକି କଥାରେ ଜ୍ବାଇଁ ଏମିତି କାଣ୍ଡ କରି ବସିଥିଲା ଯାହାର କେହି କଳ୍ପନା କରିବେନାହିଁ। ଭିଣୋଇ ନିଜର ନାବାଳିକା ଶାଳୀକୁ ଡ଼କାଇ ଯାହାକଲେ ଆପଣ ବିଶ୍ୱାସ କରିବେନାହିଁ।

ଗରଖା ଅଞ୍ଚଳର ଏହି ଘଟଣା:-

ହଇରାଣ କରିବା ଭଳି ଏହି ମାମଲା ଛପରାରୁ ସାମ୍ନାକୁ ଆସିଛି। ଏଠାରର ଗରଖା ଅଞ୍ଚଳରେ ଭିଣୋଇ ଓ ଶାଳୀ ସମ୍ପର୍କକୁ ନେଇ ଆଲୋଚନା ଚାଲୁଛି। ପ୍ରତ୍ୟେକ ଏହି ସମ୍ପର୍କ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏଠାରର ଉତ୍ତର କଦନା ଗ୍ରାମରୁ ଏହି କେସ ହୋଇଥିଲା ଯେଉଁଠାରେ ଭିଣୋଇ ଶଶୁର ଘରେ ବଡ଼ କାଣ୍ଡ କରିଥିଲା। ଏହାପରେ ସାରା ଘରେ ହଇଚଇ ଖେଳିଗଲା।

ଯୁବତୀର ପିତା ପୋଲିସକୁ କହିଥିଲେ କି, କୃଷ୍ନା ରାମ ନାମକ ଜଣେ ବ୍ୟକ୍ତି ସହିତ ସେ ନିଜ ଝିଅ ସୁକାନ୍ତିର ବିବାହ କରାଇଥିଲେ। ଆରମ୍ଭରୁ ସବୁକିଛି ଠିକଠାକ ଥିଲା ଓ ଏହାପରେ ତାଙ୍କ ଝିଅକୁ ସେ ମାଡ଼ ମାରିବା ଆରମ୍ଭ କରିଦେଇଥିଲା। ଯାହାଦ୍ୱାରା ଝିଅ ବାପଘରକୁ ଚାଲିଗଲା।

ଧମକ ଦେଉଥିଲା ଜ୍ବାଇଁ:-

ଝିଅ ସୁକାନ୍ତି ଚିନ୍ତିତ ହୋଇ ପଡ଼ିଥିଲା ଓ ଆଉଥରେ ସେ ନିଜ ସ୍ୱାମୀ ପାଖକୁ ଯିବାକୁ ଚାହୁଁନଥିଲା। ପିତା ତାଙ୍କର ଫୁଲ ସପୋର୍ଟ ମଧ୍ୟ କରୁଥିଲେ। ଏହାପରେ ଜ୍ବାଇଁ ଶଶୁର ଘରକୁ ଆସି ସ୍ତ୍ରୀ କୁ ନେବାପାଇଁ କହିଥିଲା। ପିତା ସଫା ସଫା କହିଦେଲେ କି, ଯେବେପର୍ଯ୍ୟନ୍ତ ସେ ତାଙ୍କ ଅଭ୍ୟାସ ସୁଧାରିବେ ନାହିଁ ସେପର୍ଯ୍ୟନ୍ତ ସେ ନିଜର ଝିଅକୁ ପଠାଇବେ ନାହିଁ।

ଆରୋପୀ କୃଷ୍ନା ରାମ ପରେ ମଧ୍ୟ କେତେଥର ଶଶୁର ଘର ଆସି ସ୍ତ୍ରୀ କୁ ନେବାପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କର ଏହି ପ୍ରଚେଷ୍ଟା ସଫଳ ହୋଇ ପାରିନଥିଲା ଓ ସେ ଧମକ ଦେଇଥିଲେ ଯଦି ସେ ତାଙ୍କ ସ୍ତ୍ରୀ ଙ୍କୁ ନନିଅନ୍ତି ତାହେଲେ ଯେକୌଣସି ଉପାୟରେ ସ୍ତ୍ରୀ ର ସାନ ଭଉଣୀକୁ ନେଇଯିବେ।

ଶାଳୀ କୁ ବାଇକରେ ବସାଇ ନେଇଗଲେ:-

ପୀଡିତ ପିତା ପୋଲିସକୁ କହିଥିଲେ କି, ତାଙ୍କର 14 ବର୍ଷୀୟ ଝିଅ ସନ୍ଧ୍ୟାବେଳେ କ୍ଷେତକୁ ଯାଇଥିଲା। ବହୁତ ସମୟ ହୋଇଗଲା ଓ ସେ ନଫେରିବାରୁ ତାଙ୍କର ଚିନ୍ତା ବଢ଼ିଗଲା। ଏହାପରେ ପଚରା ଉଚରା କରିବାରୁ, ଗାଁ ଲୋକେ କହିଥିଲେ ତାଙ୍କ ଜ୍ବାଇଁ ସାନ ଝିଅକୁ ଜବରଦସ୍ତ ବାଇକରେ ବସାଇ ନେଇଗଲେ।

ଏହାପରେ ପିତା ଆରୋପୀ ଜ୍ବାଇଁ ବିରୁଦ୍ଧରେ ଝିଅର ଅପହରଣ କେସ ଲଗାଇଥିଲେ। ପୋଲିସ ଅକବରପୁର ଗ୍ରାମରେ ରହୁଥିବା କୃଷ୍ନା ବିରୁଦ୍ଧରେ ଦରିଆପୁର ଥାନାରେ କେସ ମଧ୍ୟ ଦର୍ଜ କଲେ। ପୋଲିସର କହିବାହେଲା ଏହା ପ୍ରସଙ୍ଗ ପରି ଲାଗୁଥିଲା ଓ ଏହାର ସମ୍ପୂର୍ଣ୍ଣ ମାମଲା ଯାଞ୍ଚ କରାଯାଉଛି।

odia sambada
Comments (0)
Add Comment