ମା ଫେକ ପ୍ରୋଫାଇଲ ତିଆରି କରି ଝିଅକୁ ଫସାଇଲା, ତାପରେ ବୁଦ୍ଧି ଶିଖାଇବାକୁ କଲେ କିଡନାପିଙ୍ଗ ପାଇଁ ପ୍ଲାନିଙ୍ଗ

ପିଲାମାନଙ୍କୁ ଠିକ୍ ଭୁଲ ଶିଖାଇବା ପାଇଁ ବାପାମାଆ ବହୁତ୍ କିଛି କରିଥାନ୍ତି । ନିଜ ପିଲାକୁ ସୁରକ୍ଷିତ ରଖିବାପାଇଁ ବାପାମାଆ ସବୁ ଚେଷ୍ଟା କରନ୍ତି, ଯେପରିକି ସେ ବୁଝିପାରୁ ଯେ କେତେବେଳେ କାହା ସହିତ କେତେ ବନ୍ଧୁତା କରିବା ଉଚିତ୍ । କାହା ଉପରେ କେତେ ଭରଷା କରିବା ଉଚିତ୍ । ଯଦି ବା ଭରଷା କରୁଛି, ତାକୁ କେତେ ଭରସା ଆଉ ବିଶ୍ୱାସ କରିବା ଉଚିତ୍ । ପିଲା ବିଗିଡିବାର ସବୁଠାରୁ ଅଧିକ ଆଶଙ୍କା ସେହି ଟିନଏଜରେ ହୋଇଥାଏ, ଯେତେବେଳେ ହୋର୍ମେନାଲ ଡେଭଲପମେଣ୍ଟ ତାର ଭାବିବା ଏବଂ ଚିନ୍ତା କରିବାର ସବୁ ଶକ୍ତିରେ ଗୋଟିଏ ଗୋଟିଏ କରି ପରିବର୍ତ୍ତନ କରିଦିଏ ।

ଟିନଏଜ ବୟସର ଏପରି ଗୋଟିଏ ପର୍ଯ୍ୟାୟ ରହିଥାଏ, ଯେତେବେଳେ ପିଲାମାନଙ୍କ ଉପରେ ଗମ୍ଭୀର ଭାବରେ ଧ୍ୟାନ ଦିଆ ନ ଗଲେ ସେମାନଙ୍କ ରାସ୍ତା ସେମାନଙ୍କୁ ଭୁଲ ଦିଗରେ ମଧ୍ୟ ନେଇଯାଇପାରେ । ଯଦି ସଠିକ୍ ଶିକ୍ଷା ପାଇବେ, ତେବେ ଠିକ୍ ରାସ୍ତା ପାଇବେ । ଯଦି ଭୁଲ୍ ଶିକ୍ଷା ମିଳିବ, ତେବେ ବହୁତ୍ ସ୍ଥାନରେ ଫସିଯିବେ । 14 ବର୍ଷର ଝିଅର ମା ଲେସି ୱିଲସନ ନିଜ ଝିଅ ସଠିକ୍ ରାସ୍ତାରେ ଚାଲିବା ଏବଂ ଭୁଲ୍ ଲୋକ ଉପରେ ବିଶ୍ଵାସ କରିବାର କ୍ଷତି ବିଷୟରେ ବୁଝାଇବା ପାଇଁ ଏପରି ଏପରି ପଦକ୍ଷେପ ନେଇଥିଲେ ଯେ ଲୋକମାନେ ତାଙ୍କୁ ଜଣେ କ୍ଷତିକାରକ ମା ବୋଲି କହିବାକୁ ଲାଗିଲେ ।

ଝିଅକୁ ବୁଦ୍ଧି ସିଖେଇବା ପାଇଁ ମା ପାଲଟିଲା କିଡନାପର :-

ଝିଅକୁ ଠିକ୍ ଭୁଲ ବିଷୟରେ ବୁଝାଇବା ପାଇଁ ମା ଲେସି ୱିଲସନ ଯେଉଁ ପଦକ୍ଷେପ ନେଲେ, ତାହା କୌଣସି ବାପାମାଆ ପାଇଁ ସହଜ ନୁହେଁ । ଲେସିଙ୍କ ଝିଅର ବୟସ ସେତେବେଳେ 14 ବର୍ଷ ଥିଲା, ଯେତେବେଳେ ସେ ଜଣେ ପୁଅର ଫେକ ପ୍ରୋଫାଇଲ୍ କରି ଝିଅ ସହିତ ବନ୍ଧୁତା କଲେ । ସହରରେ ନୂଆଁ କହି ତା ସହିତ ଚାଟିଙ୍ଗ କଲେ । ତାପରେ ଘର ବାହାରେ ଦେଖା କରିବା ବାହାନାରେ ଡକାଇ ତାକୁ କିଡନାପ କରିବାକୁ ଚେଷ୍ଟା କଲେ । ସୋସିଆଲ ମିଡିଆରେ ମାର ଏହି ଉପାୟ ଉପରେ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ।

ସେହି ଫେକ ପ୍ରୋଫାଇଲ୍ ମାଧ୍ୟମରେ ଲେସି ନିଜ ଝିଅକୁ ଗାର୍ଡେନକୁ ଆସିବାକୁ କହିଲେ ଏବଂ ନିଜେ ବୁଦା ମୂଳେ ଲୁଚିଗଲେ । ଝିଅ ଆସିବା ମାତ୍ରେ ହିଁ ସେ ପଛରୁ ଆକ୍ରମଣ କରିବା ଶୈଳୀରେ ଧରିନେଲେ । ସେ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କେବଳ ଏହା ବୁଝାଇବାର ଥିଲା ଯେ ସେ କିପରି ବହୁତ୍ ସହଜରେ କାହା କବଳରେ ଫସିଗଲା । ଏହିପରି ଯେକୌଣସି ବ୍ୟକ୍ତି ଯେକୌଣସି ଦିନ ବୋକା ବନାଇ ତାକୁ କିଡନାପ କରିପାରନ୍ତି ।

ଏହି କାହାଣୀକୁ ସୋସିଆଲ ମିଡିଆରେ ମହିଳା ଜଣକ ସେୟାର କରିବା ମାତ୍ରେ ଲୋକଙ୍କ ବିଭିନ୍ନ ପ୍ରକାରର କମେଣ୍ଟ ଆସିବା ଆରମ୍ଭ ହୋଇଗଲା । କିଛି ଲୋକ ମା ଭାବରେ ତାଙ୍କ ଚିନ୍ତା ଏବଂ ପଦକ୍ଷେପକୁ ଠିକ୍ ବୋଲି କହିଲେ । କିନ୍ତୁ ଆଉ କିଛି ଲୋକଙ୍କ ଅନୁଯାୟୀ ବୁଦ୍ଧି ଶିଖାଇବା ନାଁରେ ମା ଟକ୍ସିସ ପାଲଟିଗଲା । ତେବେ ଲେସି କହିଛନ୍ତି ଯେ ତାଙ୍କର ଉପାୟ କାମ କଲା ଏବଂ ତାଙ୍କ ଝିଅ ବର୍ତ୍ତମାନ 16 ବର୍ଷର ହୋଇଯାଇଛି ଏବଂ ସମସ୍ତଙ୍କ ଭଲ ସାଙ୍ଗ ହୋଇପାରିଛି । ତାଙ୍କ ଝିଅ ଜୀବନର ସବୁ କଥାକୁ ତାଙ୍କ ସହିତ ସେୟାର କରୁଛି । ଅର୍ଥାତ୍ ତାଙ୍କ ପଦକ୍ଷେପ କାମରେ ଆସିଲା ।

odia sambada
Comments (0)
Add Comment