ମୃତ୍ୟୁ ୟୁକ୍ରେନର ସୈନିକଙ୍କୁ ଛୁଇଁ ଚାଲିଗଲା…! ଜୀବନ ବଞ୍ଚାଇଦେଲା ସ୍ମାର୍ଟଫୋନ; ଦେଖନ୍ତୁ ଏହି ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ହଜାର ହଜାର ଭିଡିଓ ଭାଇରାଲ ହୁଏ। ସେଥିରୁ କିଛି କିଛି ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଥିବା ସମୟରେ ଆଉ କିଛି ଭିଡିଓ ବହୁତ ଇମୋସନାଲ କରିଦିଏ। କିନ୍ତୁ ବର୍ତ୍ତମାନ ୟୁକ୍ରେନରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହାକୁ ଦେଖିଲେ ଆପଣ ମଧ୍ୟ ଥରି ଉଠିବେ। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛିକି ୟୁକ୍ରେନ ସୈନିକଙ୍କର ସ୍ମାର୍ଟଫୋନ ଭିତରେ ଏକ ଗୁଳି ପଶି ରହିଛି।

ଭିଡିଓରେ ଦୁଇ ୟୁକ୍ରେନ ସୈନିକ ପରସ୍ପର ମଧ୍ୟରେ କଥା ହେଉଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛିକି, ଏହି ସ୍ମାର୍ଟଫୋନ ଯୋଗୁ ଜଣେ ସୈନିକଙ୍କର ଜୀବନ ରକ୍ଷା ପାଇଯାଇଛି। ମୃତ୍ୟୁ ତାଙ୍କୁ ଅତି ନିକଟରୁ ଛୁଇଁ ଯାଇଛି। ଭିଡିଓରେ ଆପଣ ଦେଖିପାରିବେଯେ ଜଣେ ସୈନିକ ନିଜ ପକେଟ୍‌ରୁ ମୋବାଇଲ ଫୋନକୁ ବାହାର କରୁଛନ୍ତି ଏବଂ ପାଖରେ ଥିବା ଅନ୍ୟ ଜଣେ ସୈନିକଙ୍କୁ ଦେଖାଇ କହୁଛନ୍ତିକି, ଫୋନ୍‌ ଭିତରେ ୭.୬୨ ଏମ୍‌ଏମ୍‌ର ଏକ ଗୁଳି ପଶି ରହିଛି।

ଭିଡିଓକୁ ସୋସିଆଲ ମିଡିଆ ସାଇଟ ରେଡିଟ୍‌ରେ ଅପଲୋଡ୍‌ କରାଯାଇଛି। ୩୦ ସେକେଣ୍ଡର ଏହି କ୍ଲିପକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗୁଳିଟି ମୋବାଇଲ ପଛଭାଗରେ ପଶି ରହିଛି, ଯାହାକୁ ରୁଷ ସୈନ୍ୟମାନେ ଫାୟାର କରିଛନ୍ତି। ତେବେ ଏହି ଗୁଳି ଯଦି ଭେଦ କରିଥାନ୍ତା, ତେବେ ସୈନିକ ଜଣକ ମରଣ ମୁଖରେ ପଡ଼ିଥାନ୍ତେ।

ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୦୦୦ରୁ ଅଧିକ ଭୋଟ ମିଳିଛି। ଜଣେ ରେଡିଟ୍‌ ୟୁଜର ଲେଖିଛନ୍ତିକି, ‘କ’ଣ ଏହା ନୋକିଆର ଫୋନ୍‌ ଥିଲା।’ ଅନ୍ୟ ଜଣେ ଲେଖିଛନ୍ତିକି, ‘ଯଦି ଏହା ନୋକିଆ ଫୋନ୍‌ ହୋଇଥିବ, ତେବେ ଏମିତି ସମ୍ଭବ ହୋଇପାରେ।’ ସେହିପରି ଆଉ ଜଣେ ୟୁଜର ଲେଖିଥିଲେକି, ‘ଯଦି ଏହା ନୋକିଆ ସ୍ମାର୍ଟଫୋନ ହୋଇଥାନ୍ତା, ତେବେ ଗୁଳି ପଛକୁ ଶୁଟରଙ୍କ ଆଡ଼କୁ ଫେରି ଆସିଥାନ୍ତା।’

odia sambada
Comments (0)
Add Comment