ଦିଲ୍ଲୀ କ୍ୟାପିଟାଲ୍ସର ବଢିଲା ଚିନ୍ତା, ହସପିଟାଲରେ ଭର୍ତ୍ତି ହେଲେ ଏହି ଷ୍ଟାର ଖେଳାଳି

ଆଇପିଏଲର ଚଳିତ ସିଜିନରେ କରୋନା ପ୍ରବେଶ କରିଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମିଶେଲ ମାର୍ଶଙ୍କର ଆରଟି-ପିସିଆର ଟେଷ୍ଟ ପଜିଟିବ ଆସିଛି। ମିଶେଲ ମାର୍ଶଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଶେଲ ମାର୍ଶଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର କିଛି ସହଯୋଗୀ ଷ୍ଟାଫ ମଧ୍ୟ ଏଥିରେ ପଜିଟିଭ ହୋଇଛନ୍ତି। ଯାହାଦ୍ୱାରା ଦଳରେ ସଂକ୍ରମିତଙ୍କ ସଂଖ୍ୟା ୪ ହୋଇଯାଇଛି।

ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ କରୋନାରେ ସଂକ୍ରମିତ ହୋଇଥିଲେ। ଏହାଛଡା ୨ ଜଣ ସହଯୋଗୀ ଷ୍ଟାଫ ମଧ୍ୟ କରୋନାରେ ପଜିଟିଭ ହୋଇଥିଲେ। ଫଳରେ ଦଳରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମିଶେଲ ମାର୍ସ କରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ବିସିସିଆଇ ଅଧିକାରୀଙ୍କ କହିବା ଅନୁଯାୟୀ, ମାର୍ଶଙ୍କର ପ୍ରଥମ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଦ୍ୱିତୀୟ ଆରଟିପିସିଆର ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଏପ୍ରିଲ ୨୦ ତାରିଖରେ ପୁଣେରେ ପଞ୍ଜାବ କିଙ୍ଗ୍ ବିପକ୍ଷରେ ୬ଷ୍ଠ ମ୍ୟାଚ୍ ଖେଳିବ। କିନ୍ତୁ ଯଦି ସୋମବାର ଓ ମଙ୍ଗଳବାର ପର୍ଯ୍ଯନ୍ତ ଦଳ ମୁମ୍ବାଇରେ ରହୁଛନ୍ତି ଓ ପୁଣେ ଯାଇପାରୁନାହାନ୍ତି। ତେବେ ଏଭଳି ସ୍ଥିତିରେ ମ୍ୟାଚ ବାତିଲ ହୋଇପାରେ। ଏହି ମାମଲାରେ ବର୍ତ୍ତମାନ ବିସିସିଆଇର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ତେବେ ଦିଲ୍ଲୀ ପଞ୍ଜାବ କିଙ୍ଗସ ବିପକ୍ଷରେ ବୁଧବାର ଦିନ ହେବାକୁ ଥିବା ମ୍ୟାଚରେ ମାର୍ଶ ଖେଳିବେ କି ନାହିଁ, ତାହା ବର୍ତ୍ତମାନ ପର୍ଯ୍ଯନ୍ତ ଜଣାପଡିନାହିଁ।

odia sambada
Comments (0)
Add Comment