ଜାତି ସାଜିଲା ପ୍ରେମରେ ବାଧକ, ପ୍ରେମିକ-ପ୍ରେମିକା ନେଇଗଲେ ଚରମ ନିଷ୍ପତ୍ତି, ହାରିଦେଲେ ଜୀବନ,ଜାଣନ୍ତୁ ପୁରା ଘଟଣା

ଜୀବନସାଥୀ ହେବାର ସ୍ବପ୍ନ ଅଧାରେ ଅଟକିଗଲା। ଜାତି ସାଜିଲା ପ୍ରେମରେ ବାଧକ। ବିବାହ ପାଇଁ ପରିବାର ଲୋକ ରାଜି ହେଲେନି। ପ୍ରଥମେ ପ୍ରେମିକ ପରେ ପ୍ରେମିକା ଚରମ ନିଷ୍ପତ୍ତି ନେଲେ। ଜୀବନ ଦେଇଦେଲେ। ଏପରି ଏକ ହୃଦୟ ବିଦାରକ ଘଟଣା ଖୋର୍ଦ୍ଧା ଅନ୍ତର୍ଗତ ବାଲିଅନ୍ତା ଅଞ୍ଚଳରେ ଘଟିଯାଇଛି।

ପରସ୍ପରକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ଏହି ଅଞ୍ଚଳର ଦୁଇ ପ୍ରେମୀ ଯୁଗଳ। ଏକାଠି ହେବାର ଶପଥ ନେଇଥିଲେ। କିନ୍ତୁ ଜାତି ପ୍ରତିବନ୍ଧକ ସାଜିଲା। ଘର ଲୋକ ରାଜି ନ ହେବା କାରଣରୁ ଦୁହିଁଙ୍କର ସ୍ୱପ୍ନ ଭାଙ୍ଗିଗଲା। ଏହି ଦୁଃଖକୁ ଗ୍ରହଣ କରିପାରିଲେନି ଦୁହେଁ। ପ୍ରଥମେ ପ୍ରେମିକ ବିଷ ପିଇଦେଲା। ତାର ୪ ଦିନ ପରେ ପ୍ରେମିକା ବେକରେ ଫାଶୀ ଲଗାଇ ଅତ୍ମହତ୍ୟା କରିଲା। ପ୍ରେମୀ ଯୁଗଳଙ୍କର ଏହି ଚରମ ନିଷ୍ପତ୍ତିରେ ସାରା ଅଞ୍ଚଳ ହତବାକ।

ସୂଚନା ଅନୁସାରେ, ଖୋର୍ଦ୍ଧା ବାଲିଅନ୍ତାର ଜଣେ ଯୁବକ ବାଲିପାଟଣା ଥାନା ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟ ପରସ୍ପରକୁ ବିବାହ କରିବା ପାଇଁ ଚାହୁଁଥିଲେ। ସାତ ଜନ୍ମ ପାଇଁ ଏକାଠି ରହିବାର ସ୍ଵପ୍ନ ମଧ୍ୟ ସେମାନେ ଦେଖିଥିଲେ। କିନ୍ତୁ ପ୍ରେମିକର ପରିବାର ଲୋକ ଏହି ବାହାଘରରେ ଆଦୌ ରାଜିନଥିଲେ। ପ୍ରତିବନ୍ଧକ ଥିଲା ଉଚ୍ଚ-ନୀଚ୍ଚ ଜାତି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଆଣିବା ପାଇଁ ତାଙ୍କ ଘରେ ଆସି ପହଁଞ୍ଚିଥିଲେ। ମାତ୍ର ପରିବାରର ସହମତିରେ ବିବାହ କରିବା ପାଇଁ ପ୍ରେମିକାଙ୍କର ପରିବାର ଲୋକ ଜିଦ ଧରିଥିଲେ। ଏଭଳି ପରିସ୍ଥିତିରେ ନିଜ ସାଥିରେ ଚାଲି ଆସିବା ପାଇଁ ପ୍ରେମିକାଙ୍କୁ କହିଥିଲେ ପ୍ରେମିକ । ପ୍ରେମିକା ଭାବିଥିଲେ ଘର ଲୋକ ରାଜି ହୋଇଯିବେ। ସବୁ ଠିକ୍‌ ଠାକ୍‌ ହୋଇଯିବ। ତେଣୁ ସେ ପ୍ରେମିକକୁ ୨-୪ ଦିନ ସମୟ ମାଗିଥିଲେ।

କିନ୍ତୁ ପ୍ରେମିକର ମନ ଆଦୌ ବୁଝିନଥିଲା। ବୋଧହୁଏ ସ୍ବପ୍ନ ଭାଙ୍ଗିଯାବାର ଆଶଙ୍କାରେ ସେ ବିବ୍ରତ ହୋଇପଡିଥିଲା। କୀଟନାଶକ ପିଇ ଦେଇଥିଲା। ସେପଟେ ବିଗିଡି ଯାଇଥିଲା ପ୍ରେମିକର ସ୍ବାସ୍ଥ୍ୟ। ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲା ପ୍ରେମିକ। ଏପଟେ ପ୍ରେମିକା ମଧ୍ୟ ଏହି ଦୁଃଖକୁ ସେ ଆଦୌ ସହ୍ୟ କରିପାରିଲାନି। ଅବସ୍ଥା ଏପରି ଅସମ୍ଭାଳ ହେଲାଯେ ୩ ଦିନ ପରେ ପ୍ରେମିକକୁ ଝୁରି ଝୁରି ପ୍ରେମିକା ମଧ୍ୟ ଚରମ ନିଷ୍ପତ୍ତି ନେଇଗଲେ। ଘରେ ବେକରେ ଫାଶୀ ଲଗାଇ ନିଜର ଜୀବନ ହାରିଦେଲେ। ଦୁଇ ପ୍ରେମ ପକ୍ଷୀଙ୍କର ଜୀବନ ଅକାଳରେ ଲିଭିଗଲା।

odia sambada
Comments (0)
Add Comment