ଅହେତୁକ ଭାବେ ବଢିଛି ସିମେଣ୍ଟ ଏବଂ ଲୁହା ଛଡ଼ ଦର, ଘର କରିବା ସ୍ବପ୍ନକୁ ଆବଶ୍ୟକ ସାମଗ୍ରୀର ଦାମ ବୃଦ୍ଧି ଧୂଳିସାତ କରୁଛି,

ପ୍ରତ୍ୟେକ ଲୋକଙ୍କର ଗୋଟିଏ ସ୍ୱପ୍ନ ଥାଏ, ତାହା ହେଉଛି ଗୋଟିଏ ସୁନ୍ଦର ଘର। ବର୍ତ୍ତମାନ ସେ ସ୍ୱପ୍ନକୁ ପୂରଣ କରିବା ଅଧିକାଂଶ ଲୋକଙ୍କ ପାଇଁ କାଠିକର ପାଠ ହୋଇଯାଇଛି। ବର୍ତ୍ତମାନ ସେହି ସ୍ୱପ୍ନ ସ୍ୱପ୍ନରେ ରହିଯାଉଛି। ତାର ପ୍ରମୁଖ କାରଣ ହୋଇଛି ମହଙ୍ଗା ଘର। ଘରକୁ ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀର ଦରଦାମ ବହୁ ମାତ୍ରାରେ ବଢି ଯାଇଛି। ଗୃହନିର୍ମାଣ କରିବା ପାଇଁ ସବୁଠାରୁ ପ୍ରମୁଖ ଉପାଦାନ ସିମେଣ୍ଟ ଓ ଲୁହାଛଡ଼। ସିମେଣ୍ଟ ଦର ୬ମାସ ପୂର୍ବରୁ ପ୍ରାୟ ୨୭୦ଟଙ୍କା ଥିବା ସମୟରେ ବର୍ତ୍ତମାନ ଏହା ପ୍ରାୟ ୪୧୦ ଟ଼ଙ୍କା ରହିଛି। ସେହିପରି ୮ ମି.ମି. ଓ ୧୦ ମି.ମି. ଲୁହାଛଡ଼ର ଦର ମଧ୍ୟ ବଢିଯାଇଛି।

ଲୁହାଛଡ଼ କ୍ୱିଣ୍ଟାଲ ପିଛା ୪୦ ପ୍ରତିଶତ ବୃଦ୍ଧି ପାଇଛି। ୬ ମାସ ତଳେ ୬ ହଜାର ଟଙ୍କା ଥିବା ସମୟରେ ବର୍ତ୍ତମାନ ଏହା ୧୦ ହଜାର ଟଙ୍କାରୁ ଅଧିକ ହୋଇଗଲାଣି। ବ୍ୟବସାୟୀମାନେ ମଧ୍ୟ ଏଥିପାଇଁ ଅନେକ କ୍ଷତି ସହୁଥିବା କହିଛନ୍ତି। ସେହିପରି ବାଲି, ଚିପ୍‌ସ ଓ ଇଟା, ମଜୁରୀ ଦର ମଧ୍ୟବଢିଛି। ୟୁକ୍ରେନ ଯୁଦ୍ଧ ପାଇଁ ପେଟ୍ରୋଲ ଓ ଡିଜେଲଦର ବଢିଛି। ସେହିଭଳି ଇସ୍ପାତ ଦର ବହୁଳ ଭାବରେ ବଢିଛି। ରୁଷ, ୟୁକ୍ରେନ ଇସ୍ପାତର ରପ୍ତାନୀ ବନ୍ଦ କରିବା ସହିତ ଚୀନ ମଧ୍ୟ ଏହାର ରପ୍ତାନି ବନ୍ଦ କରିଦେଇଛି। ଏହାର ପ୍ରଭାବ ଇସ୍ପାତ ଦର ଉପରେ ପଡ଼ିଥିବା କାରଣରୁ ଲୁହାଛଡ଼ର ଦର ବଢିଥିବା କଥା ବ୍ୟବସାୟୀମାନେ କହୁଛନ୍ତି।

ଘରକୁ ତିଆରି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦର ବଢିଥିବାରୁ ଲୋକ ହଇରାଣ ହେଉଛନ୍ତି। ପୂର୍ବରୁ ଘର କରିଥବା ଲୋକେ ବର୍ତ୍ତମାନ ଆଉ ଦ୍ୱିତୀୟ ମହଲା କରି ପାରୁନାହାନ୍ତି। ପୂର୍ବରୁ 2 bhk ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସମୟରେ ବର୍ତ୍ତମାନ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ବଢୁଥିବା ଦରକୁ ଦେଖି ଲୋକ ଘର କରିବାକୁ ସାହସ ମଧ୍ୟ କରି ପାରୁନାହାନ୍ତି। ଘରର interior ପାଇଁ ଆବଶ୍ୟକ ମାର୍ବଲ, ଟାଇଲ, ଗ୍ରାନାଇଟ, ସାନିଟାରୀ ସାମଗ୍ରୀର ଦର ମଧ୍ୟ ୧୫ ରୁ ୨୦ପ୍ରତିଶତ ବଢିଛି। ସିମେଣ୍ଟରୁ ଆରମ୍ଭ କରି ମାର୍ବଲ, ଲୁହାରଡ୍‌ରୁ ଆରମ୍ଭ କରି ବାଲି-ଇଟା ସବୁକିଛିରେ ଦର ବୃଦ୍ଧି ହୋଇଛି। ଯାହା ବର୍ତ୍ତମାନ ଗ୍ରାହକଙ୍କୁ ବାଧୁଛି। ଗ୍ରାହକମାନଙ୍କ ସହ ବ୍ୟବସାୟୀ ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି।

odia sambada
Comments (0)
Add Comment