ଶିବ ଜେଲରେ ପକୁଡି ଓ ରସଗୋଲା ଖାଇବା ପାଇଁ କରିଲା ଜିଦ, ଏମିତି କଥା ଶୁଣି ପୋଲିସ ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ!

ବର୍ତ୍ତମାନ ମୋତେ ପକୁଡି ଓ ରସଗୋଲା ଖାଇବା ପାଇଁ ଦିଅ, ମୁ ସବୁ ସତ କହିଦେଲି ବର୍ତ୍ତମାନ ମୋ ଇଛାକୁ ପୂରଣ କର। ଗୋଟେ ପଟେ ପୋଲିସ ଚିନ୍ତାରେ ଥିବା ସମୟରେ ନିଜ ବଡ ଭାଇଙ୍କର ସମ୍ପୂର୍ଣ ପରିବାରକୁ ହତ୍ୟା କରିଥିବା ଅଭିଯୁକ୍ତ ଶିବ ସାହୁ ବର୍ତ୍ତମାନ ଏମିତି ଅର୍ଡର କରୁଛି। ମାହାଙ୍ଗା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ପକୁଡି ଓ ରସଗୋଲା ଖାଇବାକୁ ମାଗିଲା। ଆଜି ରିମାଣ୍ଡର ଅବଧି ସରିଯିବା ପରେ ଶିବକୁ କୋର୍ଟରେ ହାଜିର କରାଯାଇଛି।

ସେଠାରେ ସେ ପହଞ୍ଚିବା ମାତ୍ରେ ପକୁଡି ଖାଇବାକୁ ମାଗିଥିଲା। କେବଳ ପକୁଡି ନୁହେଁ ତା ସହିତ ରସଗୋଲା ମଧ୍ୟ ମାଗିଥିଲା। ଗୋଟେ ପଟେ ପ୍ରଥମ ରିମାଣ୍ଡରେ ସଂପୂର୍ଣ୍ଣ ସତ ସାମ୍ନାକୁ ଆସିନଥିବା ସମୟରେ ଅନ୍ୟପଟେ ଶିବର ଏପରି ଅର୍ଡର ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ସତ ଜାଣିବାକୁ ଆହୁରି ବାକି ଥିବା ସମୟରେ ପୁଣି ଥରେ ରିମାଣ୍ଡର ଆବେଦନ କରାଯାଇ ପାରେ ବୋଲି ସୂଚନା ମିଳୁଛି।

ପୁଣି ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବା ସହିତ ଆହୁରି ସତ ଓଗାଳିବା ପାଇଁ ପୋଲିସ ଚେଷ୍ଟା କରିବ। ପ୍ରଥମ ରିମାଣ୍ଡର ଅବଧିରେ ସିନ ରିକ୍ରିଏସନ କରାଯାଇଥିଲା। ଏହି ରିକ୍ରିଏସନରେ ସେ ହତ୍ୟାକୁ ନେଇ ସବୁ ସତ ଓଗାଳିବା ସହ କଟୁରି କେଉଁଠୁ ଆସିଥିଲା ତାହା ବଖାଣିଛି। ପାଞ୍ଚ ଜଣଙ୍କୁ ସେ କିପରି ଏକା ହତ୍ୟା କରିଥିଲା ଏହା ସବୁଠାରୁ ବଡ ପ୍ରଶ୍ନ ରୂପରେ ବର୍ତ୍ତମାନ ସୁଧା ରହିଛି।

ସେ କହିବା ଅନୁସାରେ, ପ୍ରଥମେ ସେ ନିଜର ଭାଉଜଙ୍କୁ କଟୁଉରିରେ ଗୋଟେ ଚୋଓଟ ମାରିଥିଲା ମାତ୍ର ଚୋଟର ଶିକାର ହୋଇଥିଲେ ବଡ ଭାଇ ତା ପରେ ବଡ ପୁଅ ଝିଅକୁ ମାରିଲା। ଏହା ଦେଖି ସାନ ପୁଅ ଛାତ ଉପରକୁ ଦଉଡି ପଳାଇ ଯାଉଥିଲା। ସେହି ସମୟରେ ତାକୁ ମଧ୍ୟ ଘୋଷାଡ଼ି ଆଣି ବର୍ବର ରୂପରେ ଶିବ ସାହୁ ହତ୍ୟା କରିଥିଲା।

ପାଞ୍ଚ ଜଣଙ୍କୁ ହତ୍ୟା କରିବା ଓ ଦେହରେ ଟିକେ ରକ୍ତ ଦାଗ ନ ଲାଗିବା ଏହା ବର୍ତ୍ତମାନ ପୋଲିସର ଚିନ୍ତାକୁ ଆହୁରି ବଢାଇ ଦେଇଛି। ଆଜି କୋର୍ଟରେ ହାଜର ହେବା ସମୟରେ ପକୁଡି ଆଉ ରସଗୋଲା ମାଗିବା ଘଟଣା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

odia sambada
Comments (0)
Add Comment