ରୁଷୀୟ ଯବାନ୍‌ଙ୍କ ପତ୍ନୀ କହୁଛନ୍ତିକି ୟୁକ୍ରେନ୍‌ ମହିଳାଙ୍କ ସହିତ ବଳାତ୍କାର କର

ରୁଷ-ୟୁକ୍ରେନର ଯୁଦ୍ଧ ମଧ୍ୟରେ ଏକ ସମ୍ବେଦନଶୀଳ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ରୁଷୀୟ ଯବାନଙ୍କର ତାଙ୍କର ପତ୍ନୀଙ୍କ ସହ ହୋଇଥିବା କଥାବାର୍ତ୍ତାକୁ ୟୁକ୍ରେନରେ ଇଣ୍ଟରସେପ୍ଟ କରାଯାଇଛି, ଯେଉଁଥିରେ ପତ୍ନୀ ଜଣକ ଏହା କହୁଥିବାର ଶୁଣାଯାଉଛିକି ‘ୟୁକ୍ରେନର ମହିଳାମାନଙ୍କ ସହିତ ଦୁଷ୍କର୍ମ କର’। Ukrinformରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି।

ରୁଷୀୟ ଯବାନଙ୍କର ପତ୍ନୀ ୟୁକ୍ରେନ ମହିଳାମାନଙ୍କ ସହ ଦୁଷ୍କର୍ମ କର ବୋଲି କହିବା ପରେ ଏ ବିଷୟରେ ୟୁକ୍ରେନରେ ଖୁବ ସମାଲୋଚନା କରାଯାଉଛି। ଏଠାକାର ଲୋକେ କହୁଛନ୍ତିକି, ଏହି କଥାବାର୍ତ୍ତା ଦର୍ଶାଉଛିଯେ ଆକ୍ରମଣକାରୀଙ୍କ ମଧ୍ୟରେ କେତେ ନୈତିକତା ଭରି ରହିଛି। ତେବେ ଖବର ଅନୁସାରେ, ରୁଷୀୟ ଯବାନଙ୍କର ପତ୍ନୀ ନିଜ ସ୍ୱାମୀଙ୍କୁ କହୁଛନ୍ତିଯେ ‘ତୁମେ ସେଠାକୁ ଯାଅ ଏବଂ ୟୁକ୍ରେନ ମହିଳାମାନଙ୍କୁ ଦୁଷ୍କର୍ମ କର। ବାସ୍, ମୋତେ କିଛି କୁହ ନାହିଁ’।

ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବହୁ ସଂଖ୍ୟକ ମହିଳା ୟୁକ୍ରେନରୁ ପଳାୟନ କରିଛନ୍ତି। ସେମାନଙ୍କ ସହ ଦୁର୍ବ୍ୟବହାର ହେବାର ଆଶଙ୍କା କରି ସେମାନେ ଅନ୍ୟ ଦେଶକୁ ଚାଲି ଯାଇଛନ୍ତି। ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ଭିତରେ ରୁଷର ରକ୍ଷା ମନ୍ତ୍ରାଳୟ ଏକ ବଡ଼ ଦାବି କରିଛି। ରୁଷୀୟ ସେନା ଅନୁସାରେ, ଗତ ୨୪ ଘଣ୍ଟାରେ ୟୁକ୍ରେନର ୭ ସୈନ୍ୟ ଶିବିରକୁ ରୁଷ ଧ୍ୱଂସ କରି ଦେଇଛି।

ଅନ୍ୟପଟେ ୟୁକ୍ରେନ ସହିତ ଯୁଦ୍ଧ ଭିତରେ ରୁଷ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ଏହାସହ ବ୍ରିଟିଶର କେତେଜଣ ବଡ଼ ନେତା ଓ ମନ୍ତ୍ରୀଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରୁଷର ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛିଯେ ୟୁକ୍ରେନ ସଂଘର୍ଷକୁ ନେଇ ଏହି ନେତାମାନଙ୍କର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏମିତି ପଦକ୍ଷେପ ନିଆଯାଇଛି। ମସ୍କୋ ତରଫରୁ ଜାରି ‘ଷ୍ଟପ୍‌ ଲିଷ୍ଟ୍‍’ରେ ୧୩ ଜଣ ବ୍ରିଟିଶ ରାଜନେତାଙ୍କ ନାମ ସାମିଲ ରହିଛି। ସେମାନଙ୍କ ମଧ୍ୟରେ ଭାରତୀୟ ମୂଳର ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ଗୃହମନ୍ତ୍ରୀ ପ୍ରୀତି ପଟେଲ ଅଛନ୍ତି। ଏହା ବ୍ୟତୀତ ଉପ ପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ, ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ ଓ ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ବାଲାସ୍‌ ମଧ୍ୟ ଏଥିରେ ସାମିଲ ଅଛନ୍ତି।

odia sambada
Comments (0)
Add Comment