62 ବର୍ଷୀୟ ଜେଜେମା କଲେ ଟ୍ରାକିଙ୍ଗ, ଶାଢ଼ୀ ପିନ୍ଧି କେରଳର ଦ୍ୱିତୀୟ ସବୁଠାରୁ ଉଚ୍ଚ ପାହାଡ଼କୁ ଚଢିଲେ

62 ବର୍ଷୀୟ ଜେଜେମା କଲେ ଟ୍ରାକିଙ୍ଗ, ଶାଢ଼ୀ ପିନ୍ଧି କେରଳର ଦ୍ୱିତୀୟ ସବୁଠାରୁ ଉଚ୍ଚ ପାହାଡ଼କୁ ଚଢିଲେ

ସାହାସ ଏବଂ ଇଚ୍ଛା ଶକ୍ତି ଥିଲେ ବୟସକୁ ମଧ୍ୟ ହରାଇବା କଷ୍ଟକର ହୋଇନଥାଏ । ଏମିତି କିଛି କରି ଦେଖାଇଛନ୍ତି 62 ବର୍ଷୀୟ ଜଣେ ଜେଜେମା । ଆଡଭେଞ୍ଚର ଏବଂ ହାଇକିଙ୍ଗକୁ ସୁସ୍ଥ ସବଳ ଲୋକମାନଙ୍କ ଆକ୍ଟିଭିଟି ବୋଲି କୁହାଯାଏ । ଅନେକ ଥର ତ ଶାରୀରିକ ଭାବରେ ମଜବୁତ୍ ଲୋକଙ୍କ ପାଇଁ ମଧ୍ୟ ହ୍ୟାକିଙ୍ଗ ଏବଂ ଟ୍ରାକିଙ୍ଗ ଇତ୍ୟାଦି କଷ୍ଟକର କାମ ହୋଇପଡେ ।

ଏପରି ପରିସ୍ଥିତିରେ ଯଦି କୌଣସି ମହିଳା ଉଚ୍ଚ ପାହାଡ଼ ଉପରକୁ ଚଢ଼ନ୍ତି, ତା ପୁଣି 60 ବର୍ଷ ବୟସ ପାର୍ ହେବାପରେ, ତେବେ ଲୋକମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଜଣେ 62 ବର୍ଷୀୟ ବୃଦ୍ଧ ମହିଳା ୱେଷ୍ଟର୍ନ ଘାଟିର ପାହାଡ଼ ଉପରକୁ ଚଢ଼ି ପ୍ରମାଣିତ କରି ଦେଇଛନ୍ତି ଯେ ବଡ ସାହାସ ସାମ୍ନାରେ ବୟସ ବାଧା ଦେଇପାରିବ ନାହିଁ । ଏହି ସାହସୀ ମହିଳାଙ୍କ ନାମ ହେଉଛି ନାଗରତନମ୍ମା ।

ନାଗରତନମ୍ମାଙ୍କ ସାହାସକୁ ସଲାମ :-

ନାଗରତନମ୍ମାଙ୍କ ବୟସ 62 ବର୍ଷ ଅଟେ ସେ ବେଙ୍ଗାଲୁରୁର ବାସିନ୍ଦା ଅଟନ୍ତି । ତାଙ୍କ ନାମରେ ଗୋଟିଏ ବଡ ଉପଲବ୍ଧି ରହିଛି । ନାଗରତନମ୍ମା ଏହି ବୟସରେ କେରଳର ଦ୍ୱିତୀୟ ସବୁଠାରୁ ଉଚ୍ଚ ପାହାଡ଼ ତିରୁବନନ୍ତପୁରମର ଅଗସ୍ତ୍ୟକୁଡ଼ମ୍ ଉପରେ ଚଢ଼ିଛନ୍ତି । ସୋସିଆଲ ମିଡିଆରେ ନାଗରତନମ୍ମାଙ୍କ ପାହାଡ଼ ଉପରକୁ ଚଢ଼ୁଥିବାର ଭିଡିଓ ଭା

View this post on Instagram

A post shared by Vishnu (@hiking_._)

ଇରାଲ ହେବାପରେ ସେ ପ୍ରସିଦ୍ଧ ହୋଇଗଲେ ।

ନାଗରତନମ୍ମା ଉଚ୍ଚ ପାହାଡକୁ ଚଢିଲେ :-

ଫେବୃଆରୀ 16 ତାରିଖରେ ନାଗରତନମ୍ମା ଅଗସ୍ତ୍ୟକୁଡ଼ମ୍ ପାହାଡ଼ ଉପରେ ରୋପ କ୍ଲାଇବିଙ୍ଗ କରିଛନ୍ତି । ନାଗରତନମ୍ମାଙ୍କ ସହିତ ତାଙ୍କ ପୁଅ ଏବଂ ତାଙ୍କ ପୁଅର ସାଙ୍ଗ ଥିଲେ । ନାଗରତନମ୍ମାଙ୍କର ଏହା ପ୍ରଥମ ପାହାଡ଼ ଯାତ୍ରା ଥିଲା । ବିବାହ ପରଠାରୁ ହିଁ ପରିବାର ଏବଂ ଘରର କାମରେ ଲାଗିଥିବା ଜଣେ ଘରୋଇ ମହିଳା ବୟସ ବଢିବା ପରେ ମଧ୍ୟ ନିଜର ସାହାସ ଏବଂ ନିର୍ଭୟତାକୁ ବଜାୟ ରଖିଲେ ।

ଶାଢୀ ପିନ୍ଧି ଚଢ଼ିଗଲେ ଉଚ୍ଚ ପାହାଡ଼ :-

ବିଶେଷ କଥା ଏହା ଯେ ଉଚ୍ଚ ପାହାଡ଼ ଚଢ଼ିଥିବା ଜେଜେମା ନାଗରତନମ୍ମା କୌଣସି ଟ୍ରାକିଙ୍ଗ ସୁଟ କିମ୍ବା ପ୍ୟାଣ୍ଟ୍ ଓ ସାଲୱାର ପିନ୍ଧିନଥିଲେ ବରଂ ପାରମ୍ପରିକ ଶାଢ଼ୀ ପିନ୍ଧିଥିଲେ । ଯେଉଁ ଶାଢ଼ୀକୁ ପିନ୍ଧି ଚାଲିବା ମୁସ୍କିଲ ହୋଇପାରେ, ତାକୁ ପିନ୍ଧି ସେ କେରଳର ଗୋଟିଏ ଉଚ୍ଚ ପାହାଡ଼ ଉପରକୁ ଚଢ଼ିବାକୁ ସଫଳ ହେଲେ । ଶାଢ଼ୀରେ ଟ୍ରାକିଙ୍ଗ କରୁଥିବାର ତାଙ୍କର ଭିଡିଓ ଯେତେବେଳେ ସାମ୍ନାକୁ ଆସିଲା, ସେତେବେଳେ ତାକୁ ଦେଖି ସମସ୍ତେ ଜେଜେମାଙ୍କୁ ପ୍ରଶଂସା କରୁଛନ୍ତି ।

odia sambada
Comments (0)
Add Comment