ସ୍ୱପ୍ନା ଚୌଧୁରୀଙ୍କ ଗୀତରେ ଷ୍ଟେଜ ଉପରେ ଝୁମିଲେ ଅଙ୍କଲ, ନାଚି ନାଚି ଗଡିଗଲେ। ଦେଖନ୍ତୁ ଏହି ଭିଡ଼ିଓ

ସୋସିଆଲ ମିଡିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ। ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଅତି ସହଜରେ ବିଶ୍ୱାସ କରି ହୁଏ ନାହିଁ। ଏହିଭଳି ଭିଡ଼ିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେଇଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ମଧ୍ୟ କିଛି ଏହି ଭଳି ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଲୋକମାନେ ସ୍ତବ୍ଧ ହେଇଯାଉଛନ୍ତି।

ସ୍ୱପ୍ନା ଚୌଧୁରୀ ର ଗୀତ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ବର୍ତ୍ତମାନ ସମୟରେ ସ୍ୱପ୍ନା ଚୌଧୁରୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ସ୍ୱପ୍ନା ଚୌଧୁରୀଙ୍କ ଡ୍ୟାନ୍ସ ର ପ୍ରଶଂସା। ଯେତେବେଳେ କୌଣସି ସ୍ଥାନରେ ସ୍ୱପ୍ନା ଚୌଧୁରୀର ଗୀତ ବାଜିଥାଏ ସେଠାରେ ଗୋଡ଼ ଆପେ ଆପେ ଝୁମିବାକୁ ଲାଗେ। ବର୍ତ୍ତମାନ ସମୟରେ ଇଣ୍ଟରନେଟରେ ସ୍ୱପ୍ନା ଚୌଧୁରୀର ଏକ ହରିୟାଣା ଗୀତ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଅଙ୍କଲ ନାଚୁଥିବାର ଦେଖିବାକୁ ପାଇବେ।

ସ୍ୱପ୍ନା ଚୌଧୁରୀ ଗୀତରେ ଷ୍ଟେଜ ଉପରେ ଝୁମିଲେ ଅଙ୍କଲ:-

ସୋସିଆଲ ମିଡ଼ିଆ ସ୍ୱପ୍ନା ଚୌଧୁରୀଙ୍କ ଏକ ଗୀତରେ ବୟସ୍କ ବ୍ୟକ୍ତି ଜଣକ ନାଚୁଥିବାର ଆପଣ ଦେଖିବାକୁ ପାଇବେ। ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଏକ ଷ୍ଟେଜ ଉପରେ କିଛି କିଛି ଡ୍ୟାନ୍ସର ହଳଦିଆ ପୋଷାକ ପିନ୍ଧି ନାଚୁଥିଲେ। ତେବେ ସେହି ସମୟରେ ଜଣେ ବୟସ୍କ ବ୍ୟକ୍ତି ଷ୍ଟେଜ ଉପରେ ଚଢ଼ିଗଲେ। ଏହାପରେ ବ୍ୟକ୍ତିଙ୍କ ନାଚ ସମ୍ପୂର୍ଣ୍ଣ ନିଆରା ଥିଲା। ଷ୍ଟେଜ ଉପରେ ଗଡ଼ି ଗଡି ନାଚୁଥିଲେ। ତେବେ ଏହା କୌଣସି ବାହାଘର ଫନସନ ହୋଇଥିବା ଜଣା ପଡୁଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେତେବେଳେ ସ୍ୱପ୍ନା ଚୌଧୁରୀ ଙ୍କ ଲୋକପ୍ରିୟ ଗୀତ “ତେରୀ ଆଂଖୋକା କାଜଲ” ଗୀତ ବାଜିବା ମାତ୍ରେ ତଳେ ଛିଡା ହୋଇଥିବା ଅଙ୍କଲ ନିଜ ଉପରୁ ନିୟନ୍ତ୍ରଣ ହରାଇ ଷ୍ଟେଜ ଉପରକୁ ଚାଲି ଆସିଥିଲେ। ଏହାପରେ ନିଆରା ରୂପରେ ନାଚିଥିଲେ। ଯାହାକୁ ଦେଖି ସେଠାରେ ଥିବା ଅନ୍ୟ ଲୋକମାନେ ହସିବାକୁ ଲାଗିଥିଲେ।

ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ସ୍ୱପ୍ନା ଚୌଧୁରୀ ଗୀତ ବାଜିବା ମାତ୍ରେ ବ୍ୟକ୍ତି ଜଣକ ଷ୍ଟେଜ ଉପରେ ଚଢ଼ି ଯାଇଥିଲେ ଏବଂ ଫୁଲ୍ ଏନର୍ଜୀ ସହ ନାଚିଥିଲେ। ତେବେ ଅଙ୍କଲଙ୍କ ଭିତରେ ଏତେ ଏନର୍ଜି ଦେଖି ତଳେ ଛିଡା ହୋଇଥିବା ଅନ୍ୟମାନେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯାଇଥିଲେ। ଅଙ୍କଲଙ୍କ ଏହି ନାଚକୁ ଲୋକମାନେ ବହୁତ ମଜା ଉଠାଉ ଥିଲେ। ତେବେ ଅଙ୍କଲଙ୍କ ସବୁଠୁ ମଜାଦାର ଷ୍ଟେପ ହେଉଛି ଗଡି ଗଡି ନାଚିବା।

ଅଙ୍କଲଙ୍କ ନାଚ ସୋସିଆଲ ମିଡ଼ିଆରେ ଭାଇରାଲ:-

ତେବେ ଏହି ମଜାଦାର ଦୃଶ୍ୟକୁ ଅନେକ ଲୋକ ନିଜ ନିଜ ମୋବାଇଲ ଫୋନରେ ରେକର୍ଡ଼ କରୁଥିବାର ଦେଖିବାକୁ ପାଇବେ। ତେବେ ସୋସିଆଲ ମିଡିଆରେ ଲୋକପ୍ରିୟ କମେଡିଆନ ସୁନୀଲ ଗୋଭର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ସେୟାର କରିବା ସମୟରେ ଲେଖିଛନ୍ତି କି ପୁଣିଥରେ ଦେଖିବାକୁ ବହୁତ ଇଚ୍ଛା ହେଉଛି। ତେବେ ଏହି ଭିଡ଼ିଓ କୁ ୟୁଜର ମାନେ ମଧ୍ୟ ଅଧିକ ପସନ୍ଦ କରୁଛନ୍ତି। ଲୋକମାନେ ନା କେବଳ ଭିଡ଼ିଓକୁ ସେୟାର କରୁଛନ୍ତି ବରଂ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି।

odia sambada
Comments (0)
Add Comment