ରିଆଲିଟି ସୋ ଦାଦାଗିରିର ଉପସ୍ଥାପକ ବଦଳିଲେ: ଏଣିକି ଏହି ସୋ ର ଉପସ୍ଥାପନା ସିଦ୍ଧାନ୍ତ ମହାପାତ୍ର କରିବେ

ଜୀ-ସାର୍ଥକର ରିଆଲିଟି ଶୋ ଦାଦାଗିରିର ଉପସ୍ଥାପକ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଥିଲେ। ଜି-ସାର୍ଥକରେ ପ୍ରସାରିତ ମନୋରଂଜନ ଭିତିକ କାର୍ଯ୍ୟକ୍ରମର ଦାଦାଗିରି-ହୃହୟର ମଂଚର ଉପସ୍ଥାପକକକୁ ପ୍ରଯୋଜନା ସଂସ୍ଥା ବଦଳାଇଦେଇଛନ୍ତି। ଅନୁଭବ ମହାନ୍ତିଙ୍କ ବଦଳରେ ବର୍ତ୍ତମାନ ଏହି ଶୋର ଉପସ୍ଥାପନା ଓଲିଉଡର ଅଭିନେତା ସିଦ୍ଧାନ୍ତ ମହାପାତ୍ର କରିବେ। ତେବେ ହଠାତ ଅନୁଭବଙ୍କ ସୋରୁ ଆଉଟ ହେବା ବର୍ତ୍ତମାନ ଚର୍ଚ୍ଚା ବଢିବାରେ ଲାଗିଛି।

ଗତବର୍ଷ ଏହି ରିଆଲଟି ଶୋ ଆରମ୍ଭ ହେବା ପରେ ଓଡିଆର ଦର୍ଶକ ମହଲରେ ଏହି ଶୋକୁ ନେଇ ଉକ୍ରଣ୍ଠା ପ୍ରକାଶ ପାଇଥିଲା। ଏପରିକି ରିଆଲିଟି ଶୋକୁ ବିଗତ ଦିନରେ ଜଣାଶୁଣା ଅଭିନେତ୍ରୀ ରଚନା ବାନାର୍ଜୀ ମଧ୍ୟ ଅତିଥି ହୋଇ ଆସିଥିଲେ। ଦିନେ ବିଜେଡିର ପୋଷ୍ଟର ବୟ ଅନୁଭବ ଥିଲେ। ଏହାଛଡା ବର୍ଷାଙ୍କ ସହିତ ପାରିବାରିକ ବିବାଦର ନେଇ ଚର୍ଚ୍ଚାକୁ ଆସିଥିଲେ। ବିଜେଡିରେ କଣଠେସା ହୋଇ ରହିଥିଲେ। ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରିଥିଲା। ଏହାଛଡା ସାମ୍ବାଦିକ ଜାଗୃତି ଶୁକ୍ଳାଙ୍କ ସହିତ ତାଙ୍କର ଫଟୋ ଭାଇରଲା ନେଇ ସେ ମଧ୍ୟ ବିବାଦ ଘେରକୁ ଆସିଥିଲେm ତେଣୁ ଅନୁଭବଙ୍କ ଆଉଟ ହେବା ପଛରେ ଏହି କାରଣ ଅଛି ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି।

odia sambada
Comments (0)
Add Comment