ହୋଲୋ ଦୋସ୍ତ,ଆଜି ମୁଁ ଆପଣଙ୍କୁ କହିବି ନିବେଶ ସମ୍ପର୍କରେ ଆପଣ ଏହାକୁ ବିଜନେସ ଆଇଡିଆ କହି ପାରନ୍ତି|ମୁଁ ଆପଣଙ୍କୁ କହିରଖେ ଯଦି ଆପଣଙ୍କ ପାଖରେ ୧୦×୧୦ ର କୋଠରୀ ଓ ୨୫ ହଜାର ଟଙ୍କା ରହିଛି ତେଵେ ଆପଣ ମାସିକ ୫୦ ହଜାର ଟଙ୍କା ସହଜରେ ଆୟ କରି ପାରିବେ ଏହାସହ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ ଓ ଖର୍ଚ୍ଚ ପାଖାପାଖି ଶୂନ ଆସିବ|ଚାଲନ୍ତୁ ବିସ୍ତୃତ ଭାବରେ ଜାଣିବା:
ଛତୁ ଚାଷ:
ଛତୁ ଚାଷ ପାଇଁ ଗୋଟିଏ ଅନ୍ଧାର ଜାଗା ଆବଶ୍ୟକ ଯେଉଁ ଥିରେ ପରେ ଛାତ ଓ କାନ୍ଥରେ ଖୁଣ୍ଟି ଟାଣି ଫସଲ ଉତ୍ପାଦନ କରିପାରିବେ|ଏଥିପାଇଁ ମଜଦୂର ରଖିବା ଆବଶ୍ୟକ ନାହିଁ କି କୌଣସି ମେଣ୍ଟେନାନ୍ସର ମଧ୍ୟ ଆବଶ୍ୟକ ନାହିଁ|
କିପରି କରିବେ ଛତୁ ଚାଷ:
*ଛତୁ ଚାଷ ପାଇଁ କୈାଣସି ଖାସ ମୈସମ ବା ସିଜନର ଆବଶ୍ୟକ ହୋଇ ନଥାଏ କି କୈାଣସି ରାସାୟନିକ ସାର ଆବଶ୍ୟକ|
*ଆପଣ ଥରେ ନଡା ଓଦା କରି ଜରୁରୀ ପୋଷକ ତତ୍ତ୍ଵ ମିଶାଇ ସେଥିରେ ମଞ୍ଜି ଦିଅନ୍ତୁ|
*ପୁଣି ତାକୁ ବଡ ଥଳିରେ ଭର୍ତ୍ତି କରି ଅନ୍ଧାର ଓ ନମ କୋଠରୀରେ ଲଟକାଇ ଦିଅନ୍ତୁ
*ଧ୍ୟାନ ଦିଅନ୍ତୁ କୋଠରୀରେ ସୂର୍ଯ୍ୟ କିରଣ ବା ତେଜ୍ କିରଣ ନ ପଡିବା ଆବଶ୍ୟକ ନଚେତ ଛତୁ ଗଛ ନଷ୍ଟ ହୋଇଯିବ
*ଥରେ ଥଳୀରେ ସେ ଵିଜ ମିଶ୍ରିତ ନଡାକୁ ମିଳାଇ ଖୁଣ୍ଟିରେ ଟାଙ୍ଗି ଦିଅନ୍ତୁ
*ସପ୍ତାହରେ ଥରେ ସେଥିରେ ପାଣି ଛିଞ୍ଚି ଦିଅନ୍ତୁ ଯେପରିକି ନରମ ରହିବ|
*ଦୁଇ ସପ୍ତାହରେ ସେଥିରେ ଛତୁ ହେବା ଆରମ୍ଭ ହୋଇଯିବ ଓ ଦେଖୁଦେଖୁ ବଡ ହୋଇଯିବ|
*ଯେତେବେଳେ ଛତୁ ବଡ ହୋଇଯିବ ତାକୁ କାଟନ୍ତୁ ନାହିଁ ହାତରେ ତୋଳନ୍ତୁ
*ଏଭଳି କଲେ ଛତୁ ଗଛରେ ଲଗାତାର ଛତୁ ଆସିବ ଓ ଆପଣଙ୍କ ଫସଲ ମଧ୍ୟ ହେଵ
*ଏହି ଛତୁକୁ ଆପଣ ୨୦୦ ଗ୍ରାମରୁ ନେଇ ୪୦୦ ଗ୍ରାମ ପର୍ଯ୍ୟନ୍ତ ପ୍ୟାକେଟରେ ବିକ୍ରି କରି ପାରିବେ
*ଏଭଳି ୨୦୦ ଗ୍ରାମର ପ୍ୟାକେଟ ମାର୍କେଟରେ ପାଖାପାଖି ୩୦ ରୁ ୫୦ ଟଙ୍କାରେ ବିକ୍ରି ହୋଇଥାଏ|
*ଆପଣ ୧୦×୧୦ ଫୁଟ କୋଠରୀରେ ଛତୁ ଚାଷ କରି ମାସିକ ଆରାମରେ ୧୦ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ଆୟ କରି ପାରିବେ|