ଯବାନ ଝିଅ ଦେଖି କରିଥିଲେ ବିବାହ, 24 ଘଣ୍ଟା ଭିତରେ ହିଁ କନ୍ୟା ଘଟାଇଲା ଏମିତି କାଣ୍ଡ,ଜାଣନ୍ତୁ ପୁରା ଘଟଣା

ଜୟପୁରର ଝୋଟବାଡ଼ା ଥାନା ଅଂଚଳରେ ରୂପଚାନ୍ଦ ନାମକ ଜଣେ ବ୍ୟକ୍ତି ରୁହନ୍ତି । ତାଙ୍କ ଲାଇଫ ଏତେ ଦିନ ଧରି ଭଲ ଚାଲିଥିଲା ଏବଂ ସେ ସିଙ୍ଗଲ ଲାଇଫ ବିତାଉଥିଲେ । ତାପରେ ଦିନେ ବୁଦ୍ଧ ସିଂହ ନାମକ ବ୍ୟକ୍ତି ତାଙ୍କୁ ବିବାହ ଲଡୁ ଖାଇବାର ଲୋଭ ଦେଖାଇଲା । କହିଲା ” ଭାଇ ବିବାହ କରିଦିଅ । ଏପରି ଏକୁଟିଆ ଜୀବନ କଟେନାହିଁ । ମୋ ନଜରରେ ଜଣେ ନିରୀହ ଝିଅ ଅଛି । ପୁରା ପରିବାରକୁ ସମ୍ଭାଳିନେବ ।”

ବିବାହର ଦ୍ୱିତୀୟ ଦିନ ହିଁ କାଣ୍ଡ କରିଗଲା କନ୍ୟା :-

ରୂପଚନ୍ଦ ସେହି ବ୍ୟକ୍ତିଙ୍କ କଥାରେ ରାଜି ହୋଇଗଲେ ଏବଂ ବିବାହ କରିବାକୁ କହିଲେ । ସେ ଏ କଥା ନିଜ ପରିବାରକୁ ମଧ୍ଯ କହିଲେ ଏବଂ ସେମାନେ ମଧ୍ୟ ମାନିଲେ । ତାପରେ ପୁରା ପରିବାର ମାର୍ଚ୍ଚ 4ତାରିଖ 2022ରେ ଅଜମେର ଗଲେ । ସେଠାରୁ ପୂଜା ନାମକ ଝିଅକୁ ବିବାହ କରି ଜୟପୁର ଆଣିଲେ । ବିବାହ ପରେ ସମସ୍ତେ ଖୁସି ଥିଲେ । କିନ୍ତୁ ବିବାହର ମାତ୍ର 24 ଘଣ୍ଟା ମଧ୍ୟରେ ହିଁ କନ୍ୟା ବଡ କାଣ୍ଡ କରିଗଲା । ସେ ଘରୁ ବାହାରକୁ ଯାଉଛି କହି ବାହାରିଲା, କିନ୍ତୁ ଆଉ ଫେରିଲା ନାହିଁ । ସନ୍ଧ୍ୟାରୁ ରାତି ହେଲା । ସ୍ବାମୀ ବହୁତ୍ ଖୋଜିଲେ କିନ୍ତୁ ସେ ମିଳିଲା ନାହିଁ ।

ଯେଉଁ ଲୋକମାନେ ପୂଜା ସହିତ ବିବାହ କରାଇଥିଲେ, ସେମାନେ ମଧ୍ୟ କିଛି ଜାଣିନାହାନ୍ତି ବୋଲି କହିଲେ । କିନ୍ତୁ ଘରୁ କନ୍ୟା ଯେ ଖାଲି ହାତରେ ପଳାଇଛି ସେମିତି ନୁହେଁ ବରଂ ଘରେ ରଖାଯାଇଥିବା କ୍ୟାସ ଏବଂ ଲକ୍ଷ ଲକ୍ଷ ଟଙ୍କାର ଗହଣା ଗାଏବ ଥିଲା । ପୂଜା ସବୁକିଛି ଚୋରି କରି ନେଇଯାଇଥିଲା । ଖୁବ୍ ଶୀଘ୍ର ରୂପଚନ୍ଦ ବୁଝିଗଲେ ଯେ ତାଙ୍କୁ ଧୋକା ଦିଆଯାଇଛି । ସେ ଡେରି ନକରି ପୋଲିସ ପାଖକୁ ଯାଇ ସାହାଯ୍ୟ ମାଗିଲେ ।

ପୋଲିସ ଖୋଜୁଛି :-

ରୂପଚନ୍ଦ ପୋଲିସକୁ ପୁରା କାହାଣୀ କହିଲେ । ସେ ପୂଜା, ବୁଦ୍ଧ ସିଂହ, ମୁନା ଏବଂ ଜିତେନ୍ଦ୍ର ଉପରେ ଧୋକା ଦେଇଥିବା ଅଭିଯୋଗ କଲେ । ସେ କହିଛନ୍ତି ଯେ ଏସବୁ ଲୋକମାନେ ହିଁ ବିବାହ କଥା କହି ଜାଲରେ ଫସାଇଲେ ଏବଂ ତାପରେ ଘରୁ ଚୋରି କରାଇଲେ । ଏହି ବିବାହ ମଧ୍ୟ ଗୋଟିଏ ମିଛ ବିବାହ ଥିଲା । ପଣ୍ଡିତଙ୍କ ଅନୁଯାୟୀ, ତାଙ୍କ ଘରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଏବଂ ସୁନା ରୂପାର ଗହଣା ଚୋରି ହୋଇଛି ।

କେସ କରାଯିବା ପରେ ପୋଲିସ ମଧ୍ୟ ସକ୍ରୀୟ ହୋଇଯାଇଛି । ସେ ଘଟଣାର ସବୁ ସୂଚନା ନେଇଛନ୍ତି । ବର୍ତ୍ତମାନ ସେମାନେ ସବୁ କଥାକୁ ଯୋଡି କେସକୁ ସଲ୍ଭ କରିବା ଦିଗରେ କାମ କରୁଛନ୍ତି । ସେମାନେ ସନ୍ଦେହ କରୁଛନ୍ତି ଯେ ସେହି କନ୍ୟା ଆଗରୁ ମଧ୍ୟ ଆହୁରି ଅନେକ ଲୋକଙ୍କୁ ଠକିଥିବ । ବର୍ତ୍ତମାନ ପୋଲିସ କନ୍ୟା ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ଖୋଜିବା ଜାରି ରଖିଛି ।

odia sambada
Comments (0)
Add Comment