ପୁଣି ମାହାଙ୍ଗା ଘଟଣାର ପୁନରାବୃତ୍ତି,ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ଗଳାକାଟି ହ-ତ୍ୟା,ଜାଣନ୍ତୁ ପୁରା ଘଟଣା

ଗତ ୧୨ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ଗୋଟିଏ ପରିବାରର ପାଞ୍ଚଜଣଙ୍କୁ ହତ୍ୟା କରାଯାଇଥିଲା। ସାନ ଭାଇ ବଡ଼ଭାଇର ସମ୍ପୂର୍ଣ ପରିବାରକୁ ହତ୍ୟା କରି ଦେଇଥିଲା। ଘଟଣା ଘଟାଇବା ପରେ ଅଭିଯୁକ୍ତ ସାନ ଭାଇ ଜଣକ ଶିବ ସାହୁ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ଶିବ ସାହୁକୁ ତିନି ଦିନିଆ ରିମାଣ୍ଡରେ ନେଇ ହତ୍ୟାର ରିକ୍ରିଏସନ କରିଥିଲା।

ତେବେ ମାହାଙ୍ଗାର ଏହି ଘଟଣାକୁ ଏକ ସପ୍ତାହ ନ ପୂରୁଣୁ ପୁଣିଥରେ ଉକ୍ତ ଘଟଣାର ପୁନରାବୃତ୍ତି ଘଟିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ପରିବାରର ପାଞ୍ଚଜଣଙ୍କର ଗଳାକାଟି ହତ୍ୟା କରାଯାଇଛି। ନୱାବଗଞ୍ଜରେ ଘଟିଥିବା ଏହି ବର୍ବରୋଚିତ ଘଟଣାର ତଦନ୍ତ ପୋଲିସ ବର୍ତ୍ତମାନ ଜାରି ରଖିଛି। ମୃତକମାନଙ୍କ ମଧ୍ୟରେ ରାହୁଲ ତିୱାରୀ (୪୨), ପ୍ରୀତି ତିୱାରୀ (୩୮), ମାହୀ (୧୨), ପୀୟୁ (୮) ଓ କୋତୁ (୫) ରହିଛନ୍ତି। ଗତ କିଛି ଦିନ ତଳେ ପ୍ରୟାଗରାଜର ନୱାବଗଞ୍ଜର ଖାଗଲପୁର ଗ୍ରାମରେ ମୃତକଙ୍କର ପରିବାର ସହିତ ରହି ଆସୁଥିଲେ।

ଏହି ଘଟଣାରେ ପୋଲିସ ଗୋଟିଏ ରୁମରୁ ପାଞ୍ଚଟି ଶବ ଜବତ କରିଥିଲା। ପ୍ରୀତିଙ୍କ ସହିତ ତାଙ୍କର ତିନି ସନ୍ତାନଙ୍କର ଶବ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ିଥିଲା। ଅନ୍ୟପକ୍ଷରେ ରାହୁଲଙ୍କର ଶବ ଫାଶୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ହତ୍ୟାକାରୀମାନେ ଏହି ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଏପରି କରିଥିବେ ବୋଲି ଅନୁମାନ କରାଯାଉଛି। ଦୁଇବର୍ଷ ପୂର୍ବରୁ ଉକ୍ତ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା।

odia sambada
Comments (0)
Add Comment