Amazon କମ୍ପାନୀରେ ଚାକିରୀ ପାଇଲେ ଭାରତୀୟ ଯୁବକ, ବାର୍ଷିକ ଦରମା ୧.୧୧ କୋଟି ଟଙ୍କା,ଜାଣନ୍ତୁ କେଉଁ କୋର୍ସ କରି ଚାକିରୀ ପାଇଲେ ?

ଭାରତୀୟ ଯୁବକ ବର୍ତ୍ତମାନ ସମୟରେ ସାରା ବିଶ୍ୱକୁ ନିଜର ପ୍ରତିଭା ଦେଖେଇବାରେ ଲାଗିଲେଣି। ତେବେ ସେମାନଙ୍କୁ ବିଦେଶୀ କମ୍ପାନୀରୁ ଅଫର ଆସୁଛି। ବାର୍ଷିକ କୋଟି କୋଟି ଟଙ୍କା ଦେଇ ଭାରତୀୟ ଯୁବକ ମାନେ ବିଦେଶୀ କମ୍ପାନୀରେ ଚାକିରୀ କରିବା ପାଇଁ ଅଫର ଆସୁଛି। ଆଜି ଆମେ ଆପଣଙ୍କୁ ଜଣେ ଭାରତୀୟ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବିଶ୍ୱର ବଡ଼ କମ୍ପାନୀ Amazon କୁ ଚାକିରୀ ପାଇଁ ଯିବେ। ତେବେ ଆମେ ଆପଣଙ୍କୁ ଏହିଭଳି ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ।

ହିମାଚଳ ପ୍ରଦେଶର ଶିମଳାରେ ରହୁଥିବା ବିପିନ ଶର୍ମା ନାମକ ଜଣେ ଯୁବକ ସଫଳତା ହାସଲ କରିଛି। ତେବେ ଯୁବକ ଜଣକ ନିଜ ପ୍ରତିଭା ମାଧ୍ୟମରେ ବିଶ୍ୱର ବଡ଼ କମ୍ପାନୀରେ ଚାକିରୀ କରିବାକୁ ଯାଉଛନ୍ତି। ଯାହାକି ବର୍ତ୍ତମାନ ସାରା ଭାରତବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ସେତିକି ନୁହେଁ ଯୁବକର ଦକ୍ଷତାକୁ ନେଇ ମଧ୍ୟ ଜୋରରେ ଚର୍ଚ୍ଚା ଚାଲିଛି।

ନବୋଦୟ ବିଦ୍ୟାଳୟରୁ ଆରମ୍ଭ କରିଥିଲେ ଜୀବନ:-

ହିମାଚଳର ଯୁବକ ବିପିନ ଶର୍ମା ସେ ପାଠ ପଢା ଅବା ନିଜ କ୍ୟାରିଅର ଠୟୋଗ ନବୋଦୟ ବିଦ୍ୟାଳୟ ଏବଂ ଗାଁ ସ୍କୁଲରୁ ଆରମ୍ଭ କରିଥିଲେ। ସେ ଛୋଟ ବେଳୁ ହିଁ ବିଚିକ୍ଷଣ ଅଟେ। ଯେ କୌଣସି କାର୍ଯ୍ୟ ବହୁତ କମ୍ ସମୟରେ ସଫଳ ଭାବେ କରି ଦେଉଥିଲେ। ତେବେ ଯୁବକର ବାପା ଜଣେ ସରକାରୀ ଗଣିତ ଶିକ୍ଷକ ତାଙ୍କର ନାମ ହେଉଛି ରମେଶ ଶର୍ମା, ମାଆ ଘର ସମ୍ଭାଳନ୍ତି। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଉଭୟ ମାତା ଓ ପିତା ଦୁଇ ପୁଅଙ୍କ ରୋଜଗାରରେ ଅତ୍ୟନ୍ତ ଖୁସି ଅଟନ୍ତି।

ଦ୍ଵାଦଶ ପରେ ବିପିନ ସଫ୍ଟୱେର ଇଂଜିନିୟରିଂ କରିବା ପାଇଁ ନିଷ୍ପତ୍ତି ନେଲା। ଏହାପରେ ସେ ଚିତାକାର ବିବି କଲେଜରେ ନାମ ଲେଖେଇ ଥିଲେ ଏବଂ ସଫ୍ଟୱେର ଇଂଜିନିୟରିଂ ପାଠ ପଢିବା ଆରମ୍ଭ କରିଥିଲେ। ଏହାପରେ ସେ ବିଟେକ କରିଥିଲେ। ବିଟେକ୍ କରିବା ସମୟରେ କଲେଜକୁ ଆସିଥିବା ପ୍ଲେସେମେଣ୍ଟରେ ଭଲ ଚାକିରୀ ମଧ୍ୟ ପାଇଥିଲେ। ଉକ୍ତ ଚାକିରୀରେ ବାର୍ଷିକ ୧୫ ଲକ୍ଷ ଟଙ୍କା ପାଉଥିଲେ।

ଏହିଭଳି ଭାବରେ ପାଇଥିଲେ ଆମାଜନ୍ କମ୍ପାନୀରେ ଚାକିରୀ:-

ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ବିପିନ ନିଜର ଧାର୍ଯ୍ୟ ସମୟ ଭିତରେ ବି.ଟେକ୍ ଶେଷ କରିଥିଲେ। ସେହି ସମୟରେ ତାଙ୍କୁ ଚାକିରୀ ସ-ଙ୍କ-ଟ ରହିଥିଲା। କିନ୍ତୁ କଲେଜରେ ପ୍ଲେସେମେଣ୍ଟ କାରଣରୁ ଏକ ସଫ୍ଟୱେର କମ୍ପାନୀରେ ଭଲ ପୋଷ୍ଟରେ ଚାକିରୀ ପାଇଥିଲେ। ଯାହାକି ବାର୍ଷିକ ୧୫ ଲକ୍ଷ ଟଙ୍କା ମିଳୁଥିଲା। ତେବେ ଦିଲ୍ଲୀର ସଫ୍ଟୱେର କମ୍ପାନୀରେ କାମ କରୁଥିବା ସମୟରେ ଆମାଜନ୍ କମ୍ପାନୀ ପାଇଁ ଅନଲାଇନ ଟେଷ୍ଟ ରଖିଥିଲେ।

ବିପିନ ମଧ୍ୟ ଏହି ଟେଷ୍ଟ ପାଇଁ ଫର୍ମ ପକେଇ ଥିଲେ। ଏହା ଭିତରେ ବିପିନ ଅନଲାଇନ ଟେଷ୍ଟ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ଟେଷ୍ଟ ପରେ ଇଣ୍ଟରଭିୟୁ ମଧ୍ୟ ରହିଥିଲା। ବିପିନ ମଧ୍ୟ ସେଥିରେ ସଫଳତା ହାସଲ କରିଥିଲେ। ଯାହାଫଳରେ ଆମାଜନ୍ ଭଳି ବିଶ୍ୱର ବଡ଼ କମ୍ପାନୀରେ ଚାକିରୀ ପାଇଥିଲେ। ତାଙ୍କୁ ବାର୍ଷିକ ୧.୧୧ କୋଟି ଟଙ୍କା ଦରମା ମିଳିବ। ବର୍ତ୍ତମାନ ଯେଉଁ ଖବର ମିଳିଛି ସେ ଜୁଲାଇ ମାସରୁ ଚାକିରୀରେ ଯୋଗ ଦେବାକୁ ଯାଉଛନ୍ତି।

ହିମଚଳର ପ୍ରତିଭାଶାଳୀ ଦେଖେଇଲେ ଆଜି ନିଜର ପ୍ରତିଭା:-

କେବଳ ବିପିନ ହିମଚଳର ପ୍ରତିଭାଶାଳୀ ଯୁବକ ନୁହନ୍ତି। ଏହା ପୂର୍ବରୁ ଅନ୍ୟ ଯୁବପିଢ଼ି ମନେ ମଧ୍ୟ ନିଜର ପ୍ରତିଭା ଦେଖେଇ ସାରିଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ନିରବ ଗନାଟେ ମଧ୍ୟ ଆମାଜନ୍ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ତାଙ୍କୁ ମଧ୍ୟ ବାର୍ଷିକ ୧.୦୧ କୋଟିର ପ୍ୟାକେଜ ମିଳିବ। ୨୦୧୯ ମସିହାରେ ପରମ ସିଂ ନାମକ ଜଣେ ଛାତ୍ର ମଧ୍ୟ ଆମେରିକାର ଏକ କମ୍ପାନୀରେ କାମ କରି ବାର୍ଷିକ ୧.୨୦ କୋଟି ଟଙ୍କା ରୋଜଗାର କରୁଛନ୍ତି।

ଏହା ବ୍ୟତୀତ ନି-ଶା-ନ୍ତ ହାଡା ଯିଏ ଏନଆଇଟି ହାମିରପୁରର ଅଟନ୍ତି ସେ ମଧ୍ୟ ୧.୫୧ କୋଟି ଟଙ୍କା ମୂଲ୍ୟର ପ୍ଲେସମେଣ୍ଟ ପାଇଥିଲେ। ତାଙ୍କୁ ବ୍ଲୁମବର୍ଗ କମ୍ପାନୀ ଦ୍ୱାରା ଆମେରିକାରେ ଚାକିରି ଦିଆଯାଇଥିଲା। ଏହା ବ୍ୟତୀତ ସାବ୍ୟ ସୋଡଙ୍କୁ ୧.୦୯ କୋଟିର ପ୍ୟାକେଜ୍ ଦେଇଥିଲା। ସେ ଆମାଜନ୍ ବ୍ରିଟେନ୍ କମ୍ପାନୀରେ କାମ କରୁଛନ୍ତି। ଜଣା ପଡ଼ିଛି ଯେ ସେ ମଧ୍ୟ ଏନଆଇଟି ହମିରପୁରର ଥିଲେ।

odia sambada
Comments (0)
Add Comment