ରାସନ କାର୍ଡକୁ ନେଇ ନୂଆ ନିୟମ ଜାରି କରିବେ କେନ୍ଦ୍ର ସରକାର,ତାଲିକାରୁ ବାଦ ଦିଆଯିବ ଏସବୁ ଲୋକଙ୍କ ନାମ,ପଢନ୍ତୁ ପୁରା ଖବର

ରାସନ କାର୍ଡର ହିତାଧିକାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ମାଗଣା ରାସନର ଅବଧିକୁ ବର୍ତ୍ତମାନ ସରକାର ବୃଦ୍ଧି କରି ଦେଇଛନ୍ତି। ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରାସନ କାର୍ଡର ନିୟମରେ ଏକ ପରିବର୍ତ୍ତନ ଆଣିବା ପାଇଁ ଯାଉଛନ। ସରକାରୀ ରାସନ ଦୋକାନରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିମାନଙ୍କ ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡରେ ଏହା ପରିବର୍ତ୍ତନ କରାଯାଉଛି। ନୂତନ ମାନଦଣ୍ଡର ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି। କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ସହିତ ଅନେକ ପର୍ଯ୍ୟାୟର ବୈଠକ ମଧ୍ୟ ଏଥିପାଇଁ ଅନୁଷ୍ଠିତ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ନୂଆ ବ୍ୟବସ୍ଥାରେ କ’ଣ ସବୁ ଘଟିବ।

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁସାରେ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଏହି ଜାତୀୟ ଖାଦ୍ୟ ସୁର-କ୍ଷା ଆଇ-ନର ଲାଭ ଉଠାଉଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଲୋକ ମଧ୍ୟ ସାମିଲ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି। ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରାଳୟ ମାନଦଣ୍ଡରେ ଏହି ପରିବର୍ତ୍ତନ ଆଣିବା ପାଇଁ ଯାଉଛନ୍ତି। ବାସ୍ତବରେ, ବର୍ତ୍ତମାନ ଏହି ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହାଦ୍ୱାରା କୌଣସି ବିଶୃ-ଙ୍ଖଳା ଆଦୌ ହୋଇପାରିବ ନାହିଁ।

ଏହି ପରିପ୍ରେକ୍ଷୀରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ କହିଛିକି, ମାନକରେ ଏହି ପରିବର୍ତ୍ତନକୁ ନେଇ ରାଜ୍ୟମାନଙ୍କ ସହିତ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ରାଜ୍ୟଗୁଡିକ ଦେଇଥିବା ପରାମର୍ଶକୁ ଅନ୍ତର୍ଭୁକ୍ତ କରି ଯୋଗ୍ୟଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ନୂତନ ମାନକକୁ ବର୍ତ୍ତମାନ ପ୍ରସ୍ତୁତ କରାଯାଉଛି। ଏହି ମାନକଗୁଡିକର ଚୂଡ଼ାନ୍ତ ଅତିଶୀଘ୍ର ହେବ। ନୂତନ ମାନକ କାର୍ଯ୍ୟକାରୀ ହେବା ପରେ କେବଳ ଯୋଗ୍ୟଥିବା ବ୍ୟକ୍ତିମାନେ ଏହିପରି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହାର ସୁବିଧା ଆଦୌ ପାଇପାରିବେ ନାହିଁ। ଅସହାୟ ଲୋକମାନଙ୍କୁ ଧ୍ୟାନରେ ରଖି ଏମିତି ପରିବର୍ତ୍ତନ କରାଯାଉଛି।

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗର ସୂଚନାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ‘ୱନ୍ ନେସନ୍, ୱନ ରାସନ କାର୍ଡ’ ଯୋଜନାକୁ କାର୍ଯ୍ୟକାରୀ କରାଯାଇସାରିଛି। କୋଟି କୋଟି ହିତାଧିକାରୀ ଅର୍ଥାତ NFSA ଅନ୍ତର୍ଗତ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି। ପ୍ରତ୍ୟେକ ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଏହି ଯୋଜନାର ଲାଭ ଉଠାଉଛନ୍ତି।

odia sambada
Comments (0)
Add Comment