Business Idea : ଆସିଗଲା ସୁପରହିଟ ବିଜନେସ, ମାତ୍ର ଥରେ ନିବେଶ କରି 10 ବର୍ଷ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା କରନ୍ତୁ ରୋଜଗାର

ଆଜିକାଲି ଲେଖା ପଢା ବ୍ୟକ୍ତିମାନେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ଚାଷ ଆଡ଼କୁ ମନ ବଳାଉଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଚାଷ କରିବାପାଇଁ ଏମିତି କିଛି ନଗଦ ଫସଲ ରହିଥାଏ, ଯାହାକୁ ଉନ୍ନତ ଉପାୟରେ କରିଲେ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର ଖୁବ୍ ସହଜରେ ହୋଇଥାଏ । ଅର୍ଥାତ୍ ନଗଦ ଫସଲ ଅଧିକ ରୋଜଗାରର ଭଲ ମାଧ୍ୟମ ହୋଇପାରେ । ଆଜି ଆମେ ଆପଣଙ୍କୁ ଏପରି ପ୍ରଡକ୍ଟ ବିଷୟରେ କହିବାକୁ ଯାଉଛୁ, ଯାହାର ଗାଁଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠାରେ ଡିମାଣ୍ଡ ରହିଥାଏ ।

ଆଜିକାଲି ଛୁଇଁ ଚାଷର ଚଳନ ବଢ଼ିବାରେ ଲାଗିଛି । ଏହାର ସବୁଠାରୁ ବଡ଼ କାରଣ ଏହା ଯେ ଏଥିରେ ବହୁତ୍ ସାରା ଲାଭକାରୀ ଗୁଣ ରହିଛି । ଏହାବ୍ୟତୀତ ଏହାର ଚାଷ ମଧ୍ୟ ବହୁତ୍ ସହଜରେ କରାଯାଇପାରେ । ଆଜି ଆମେ ଆପଣଙ୍କୁ ଛୁଇଁ ଚାଷ ବିଷୟରେ କହିବାକୁ ଯାଉଛୁ

ଏହିପରି ଆରମ୍ଭ କରନ୍ତୁ :-

ଛୁଇଁକୁ ଇଂରାଜୀରେ ଡ୍ରମଷ୍ଟିକ କୁହାଯାଏ । ଏହାର ବୈଜ୍ଞାନିକ ନାମ ମୋରିଙ୍ଗା ଓଲିଫେରା ଅଟେ । ଛୁଇଁ ଚାଷ କେବଳ ଭାରତରେ ନୁହେଁ ବରଂ ଦୁନିଆର ଅନେକ ଦେଶରେ କରାଯାଇଥାଏ । ଫିଲିପାଇନ୍ସ ଶ୍ରୀଲଙ୍କା ଠାରୁ ନେଇ ଅନେକ ଦେଶରେ ଏହି ଚାଷ କରାଯାଏ । ଛୁଇଁ ଗୋଟିଏ ମେଡ଼ିସିନାଲ ପ୍ଲାଣ୍ଟ ଅଟେ । କମ୍ ବିନିଯୋଗରେ ପ୍ରସ୍ତୁତ ହେଉଥିବା ଏହି ଫସଲର ବିଶେଷତା ଏହା ଯେ ଏହାକୁ ଥରେ ଲଗାଇଲେ ଚାରି ବର୍ଷ ପର୍ଯ୍ୟନ୍ତ ଲଗାଇବାକୁ ପଡେ ନାହିଁ ।

ଛୁଇଁ ବର୍ଷକୁ ଦୁଇଥର ତୋଳାଯାଏ । ପ୍ରତ୍ୟେକ ଗଛରୁ ବର୍ଷକୁ ପ୍ରାୟ 200-400(40-50 କିଲୋଗ୍ରାମ) ଛୁଇଁ ମିଳିଥାଏ । ଛୁଇଁ ତୋଳିବା କାମ ମାର୍କେଟ ଏବଂ ପରିମାଣ ଅନୁଯାୟୀ 1-2 ମାସ ପର୍ଯ୍ୟନ୍ତ ଚାଲିଥାଏ । ଛୁଇଁ ଫଳରେ ଦାଗ ଆସିବା ପୂର୍ବରୁ ହିଁ ତୋଳିବା କାମ ଆରମ୍ଭ କଲେ ବଜାରରେ ଏହାର ଡିମାଣ୍ଡ ଅଧିକ ରହିଥାଏ । ଏହାଦ୍ବାରା ଲାଭ ମଧ୍ୟ ଅଧିକ ମିଳିଥାଏ ।

ବର୍ଷା ଏବଂ ବନ୍ୟା ହେଲେ ମଧ୍ୟ ହୋଇନଥାଏ କ୍ଷତି :-

କମ୍ କିମ୍ବା ଅଧିକ ବର୍ଷା ଦ୍ଵାରା ଗଛକୁ କୌଣସି କ୍ଷତି ହୋଇନଥାଏ, ଏହା ଅନେକ ପ୍ରକାରର ପରିସ୍ଥିତି ମଧ୍ୟରେ ଉତ୍ପାଦନ ହେଉଥିବା ଗଛ ଅଟେ । ଏହାକୁ ସବୁ ପ୍ରକାରର ମାଟିରେ ଚାଷ କରାଯାଇପାରେ ।

କେତେ ହେବ ରୋଜଗାର :-

ଏକ ଏକର ଜମିରେ 1200 ଛୁଇଁ ଗଛ ଲଗାଇଲେ ପ୍ରାୟ 50,000-60,000 ଟଙ୍କା ଖର୍ଚ୍ଚ ହେବ । ଛୁଇଁ ଉତ୍ପାଦନ କରିବା ଦ୍ଵାରା 1 ଲକ୍ଷ ଟଙ୍କାରୁ ଅଧିକ ରୋଜଗାର ଖୁବ୍ ସହଜରେ ହୋଇପାରିବ ।

odia sambada
Comments (0)
Add Comment