ଗରିବମାନଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି ! ପାଞ୍ଚ ପାଞ୍ଚ ହଜାର ଟଙ୍କା ଲେଖାଏଁ ଶ୍ରମିକମାନଙ୍କ ଖାତାକୁ ପଠାଇଲେ ସରକାର,ଜାଣନ୍ତୁ ସମ୍ପୂର୍ଣ ଖବର

ଦିଲ୍ଲୀ ସରକାର ଗରିବ ଲୋକମାନଙ୍କୁ ବଡ଼ ରିହାତି ପ୍ରଦାନ କରିଛନ୍ତି। ସରକାର ୨୩,୨୫୬ ନିର୍ମାଣ ଶ୍ରମିକଙ୍କୁ ୫-୫ ହଜାର ଟଙ୍କାର ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଆସନ୍ତା ଏକ କିମ୍ବା ଦୁଇ ଦିନ ମଧ୍ୟରେ ସମୁଦାୟ ୧୧.୬ କୋଟି ଟଙ୍କା ସମସ୍ତ କର୍ମଚାରୀମାନଙ୍କ ଆକାଉଣ୍ଟରେ ଆସିବ।

ସାହାଯ୍ୟ କରିବା ପାଇଁ ପ୍ରୟାସ:-

ଗତ ବର୍ଷ ପ୍ରଦୂଷଣ ଯୋଗୁଁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିବା କାରଣରୁ ପ୍ରଭାବିତ ଶ୍ରମିକମାନଙ୍କୁ ରିଲିଫ ଯୋଗାଇବା ପାଇଁ କେଜ୍ରିୱାଲ ସରକାର ସୋମବାର ଦିନ ସହାୟତା ରାଶି ପ୍ରକାଶ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ବିଭିନ୍ନ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା ପଠାଇଛନ୍ତି। ଅଧିକାରୀମାନଙ୍କ କହିବା ଅନୁସାରେ, ବିଲଡିଂ ଓ କନଷ୍ଟ୍ରକ୍ସନ୍ ୱାର୍କର୍ସ ୱେଲଫେୟାର ବୋର୍ଡରେ ପଞ୍ଜିକୃତ ହୋଇଥିବା ୪.୯୨ ଲକ୍ଷ ଶ୍ରମିକମାନଙ୍କୁ ଟଙ୍କା ପଠାଯାଇଛି। କିଛି କର୍ମଚାରୀଙ୍କର ବ୍ୟାଙ୍କ ଆକାଉଣ୍ଟରେ ଡକ୍ୟୁମେଣ୍ଟ ଅଭାବ ରହିବା ଯୋଗୁଁ ସେମାନେ ଟଙ୍କା ପାଇ ନାହାଁନ୍ତି।

ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ:-

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତିଯେ, ଦିଲ୍ଲୀ ସରକାର ନିର୍ମାଣ ଶ୍ରମିକମାନଙ୍କ ସହ ପ୍ରତି କ୍ଷେତ୍ରରେ ଛିଡ଼ା ହୋଇଛନ୍ତି। ଦେଶର ମେରୁଦଣ୍ଡ ହେଉଛନ୍ତି ଶ୍ରମିକମାନେ। ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଯୋଗୁଁ ଶ୍ରମିକମାନଙ୍କ ଜୀବିକାକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି। ଏହାର କ୍ଷତିପୂରଣ ଦେବା ପାଇଁ ଏହି ଆର୍ଥିକ ସହାୟତା କରୁଛନ୍ତି।

ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରେ ପ୍ରାୟ ୧୧ ଲକ୍ଷ ନିର୍ମାଣ ଶ୍ରମିକ ଅଛନ୍ତି, ସେଥିମଧ୍ୟରୁ ନଅ ଲକ୍ଷ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ ହୋଇଛନ୍ତି। ସିସୋଦିଆ କହିଛନ୍ତିକି, ଯେଉଁ ଶ୍ରମିକମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା କିମ୍ବା ଆକାଉଣ୍ଟର ଅପଡେଟ୍ ଯୋଗୁଁ ସହାୟତା ପାଇନାହାଁନ୍ତି

ସେମାନେ ଇ-ଡିସଟ୍ରିକ୍ଟ ୱେବସାଇଟରେ ମାଗଣାରେ ବ୍ୟାଙ୍କ ଆକାଉଣ୍ଟ ବିବରଣୀକୁ ସଂଶୋଧିତ କରିନିଅନ୍ତୁ। ସେ ଆଗକୁ କହିଛନ୍ତିକି, ଯେଉଁମାନଙ୍କର ପୁରୁଣା ପଞ୍ଜୀକରଣ ମଧ୍ୟ ନବୀକରଣ ହୋଇନାହିଁ, ସେମାନେ ସେମାନଙ୍କର ପଞ୍ଜୀକରଣ ପ୍ରକ୍ରିୟାକୁ ମଧ୍ୟ ସମ୍ପୂର୍ଣ୍ଣ କରିନିଅନ୍ତୁ। ଏହି ନିର୍ମାଣ ଶ୍ରମିକମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ବିବାହ, ମାତୃତ୍ୱ, ପେନସନ୍ ଇତ୍ୟାଦି ବିଭିନ୍ନ ଯୋଜନାର ଲାଭ ମିଳିଥାଏ।

odia sambada
Comments (0)
Add Comment