ହିନ୍ଦୀ ସିନେମା ସାଉଥରେ କାହିଁକି ଚାଲୁ ନାହିଁ ବୋଲି ସଲମାନଙ୍କ ପ୍ରଶ୍ନର ଉତ୍ତର ଦେଲେ କେଜିଏଫର ଷ୍ଟାର ୟଶ |

ସାଉଥ ସିନେମା କିଛିଦିନ ହେବ ବକ୍ସ ଅଫିସରେ ବଲିଉଡର ସିନେମାକୁ ଟକ୍କର ଦେଉଥିବାର ଦେଖିବା ପାଇଁ ମିଳୁଛି। ବାହୁବଳୀ ସିନେମା ଠାରୁ ଏମିତି ଆରମ୍ଭ ହୋଇଛି। ପୁଷ୍ପା, ଆରଆରଆର ଓ କେଜିଏଫ ଚାପ୍ଟର ୨କୁ ସାରା ଦେଶରେ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି

କେଜିଏଫ ଚାପ୍ଟର ୨ ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ ହୋଇନାହିଁ। ଏହା ସତ୍ତ୍ବେ ମଧ୍ୟ ସିନେମାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଲାଣି। ଏହା ଜରିଆରେ ସିନେମା ୨୫କୋଟି ଟଙ୍କା ରୋଜଗାର କରି ସାରିଲାଣି। ସେହିପରି ଆରଆରଆର ୧୦୦୦କୋଟି ଟଙ୍କା ବ୍ୟବସାୟ କରିଛି। ନିକଟରେ ସଲମାନ ଖାନ ଆରଆରଆରର ବହୁତ ପ୍ରଶଂସା କରିଥିଲେ। ଏଥିସହିତ ସେ କହିଥିଲେକି, ବଲିଉଡ ସିନେମା ସାଉଥରେ କାହିଁକି ଚାଲେ ନାହିଁ। ଏହାକୁ ନେଇ କେଜିଏଫ ଚାପ୍ଟର ୨ର ଫେମ ୟଶ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ସଲମାନ ଖାନ ରାମ ଚରଣଙ୍କର ଜନ୍ମଦିନରେ ଶୁଭେଚ୍ଛା ଜଣାଇ ତାଙ୍କ ସିନେମା ଆରଆରଆରର ଅନେକ ପ୍ରଶଂସା କରିଥିଲେ। ସଲମାନ କହିଥିଲେକି, ଆରଆରଆରରେ ରାମ ଚରଣ ଭଲ କାମ କରିଛନ୍ତି। ତାଙ୍କୁ ନେଇ ମୁଁ ବହୁତ ଗର୍ବିତ। ତେବେ ମୋତେ ଏହା ଭାବି ଆଶ୍ଚର୍ଯ୍ୟ ଲାଗୁଛିକି ଆମ ସିନେମା ସାଉଥରେ କାହିଁକି ଚାଲୁ ନାହିଁ। ସାଉଥ ସିନେମା ଆମ ଠାରେ ଭଲ ବ୍ୟବସାୟ କରୁଛି।

କେଜିଏଫ ଚାପ୍ଟର ୨ର ଫେମ ୟଶ କହିଛନ୍ତିକି, ପୂର୍ବରୁ ଆମର ସିନେମାକୁ ମଧ୍ୟ ଏତେ ଭଲ ରେସପନ୍ସ ମିଳୁ ନଥିଲା। ପ୍ରଥମେ ଯେଭଳି ଭାବରେ ଡବିଂ ହେଉଥିଲା, ବର୍ତ୍ତମାନ ତାହା ମଧ୍ୟରେ ବହୁତ ପାର୍ଥକ୍ୟ ଦେଖିବା ପାଇଁ ମିଳୁଛି। ପ୍ରଥମେ ଯେମିତି ଡବିଂ ହେଉଥିଲା ତାହାକୁ ଲୋକମାନେ କେବଳ ମଜାକ ମଜାକରେ ଉଡାଇ ଦେଉଥିଲେ। କିନ୍ତୁ ବର୍ତ୍ତମାନ ଦର୍ଶକ ଆମ ଷ୍ଟୋରୀଟେଲିଂକୁ ପ୍ରଶଂସା କରୁଛନ୍ତି। ଏହା ଗୋଟିଏ ରାତି ମଧ୍ୟରେ ସମ୍ଭବ ହୋଇନାହିଁ। ଏହି ସଫଳତାକୁ ପାଇବା ପାଇଁ ଆମକୁ ବହୁତ ବର୍ଷ ଲାଗିଛି।

odia sambada
Comments (0)
Add Comment