୩୦୦ ୟୁନିଟ ମାଗଣା ବିଦ୍ୟୁତ ପାଇବା ପାଇଁ ଆଉ କିଛିଦିନ ଅପେକ୍ଷା କରିବା ପାଇଁ ପଡିବ, କେମିତି ହେବ ଖର୍ଚ୍ଚ ଭରଣା ତାହା ସ୍ଥିର ହୋଇପାରୁନି !

ଆମ ଆଦମୀ ପାର୍ଟି ପଞ୍ଜାବରେ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ଲେଖାଏଁ ବିଦ୍ୟୁତ ମାଗଣାରେ ପ୍ରତିଶୃତି ମିଳିବ ବୋଲି ଦେଇଥିଲା। କିନ୍ତୁ ପଞ୍ଜାବର ଲୋକମାନଙ୍କୁ ଏହି ମାଗଣା ବିଦ୍ୟୁତ ପାଇଁ କିଛି ମାସ ଅପେକ୍ଷା କରିବାକୁ ପଡିବ। ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ଯୋଜନାକୁ ଅନ୍ତିମ ସ୍ପର୍ଶ ଦେବା ପାଇଁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଦିଲ୍ଲୀକୁ ଡାକିଛନ୍ତି। ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ଅଧିକାରୀମାନଙ୍କ ସହିତ ମଧ୍ୟ ଏ ବିଷୟରେ କଥା ହୋଇଥିଲେ। କୁହାଯାଉଛିକି ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ କିଛି ବୈଷୟିକ ତୃଟି ରହିଛି।

କେଜ୍ରିୱାଲଙ୍କର କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିକି ପଞ୍ଜାବରେ ଆପ ସରକାର ଗଠନ ହେବାର ପ୍ରାୟ ଏକ ମାସ ବିତିସାରିଲାଣି। କେଜ୍ରିୱାଲ ସ୍ପଷ୍ଟ କରିଛନ୍ତିଯେ ପଞ୍ଜାବର ଲୋକମାନେ ଶୀଘ୍ର ମାଗଣା ବିଦ୍ୟୁତର ସୁବିଧା ପାଇବା ଉଚିତ ଓ ଏହାକୁ ଶୀଘ୍ର ଘୋଷଣା କରାଯିବ।

ବର୍ତ୍ତମାନ ପଞ୍ଜାବର ବିଦ୍ୟୁତ ବିଭାଗ କିପରି ଏହାର ଖର୍ଚ୍ଚକୁ ବହନ କରିବ ଏବଂ ଏହାର ଅପବ୍ୟବହାର କିପରି ବନ୍ଦ ହେବ ସେନେଇ ବର୍ତ୍ତମାନ ଆଲୋଚନା ହେଉଅଛି। ସୂଚନା ଅନୁସାରେ ଆମ ଆଦମୀ ପାର୍ଟି ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରୁ ମାଗଣା ବିଦ୍ୟୁତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା।

ଗତ ବର୍ଷ ଜୁନ ମାସରେ ଅରବିନ୍ଦ କେଜ୍ରିୱାଲ କହିଥିଲେକି ସେମାନେ କ୍ଷମତାକୁ ଆସିବା ମାତ୍ରେ ଲୋକମାନଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଇବା ପାଇଁ କାର୍ଯ୍ୟ କରିବେ। ବର୍ତ୍ତମାନ ଆମ ଆଦମୀ ପାର୍ଟି ନିକଟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପଞ୍ଜାବରେ ସରକାର ଗଠନ କରିଛି ଏବଂ ବର୍ତ୍ତମାନ ଲୋକମାନେ ଏହି ପ୍ରତିଶ୍ରୁତି ପୂରଣ ପାଇଁ ଅପେକ୍ଷା କରିଛନ୍ତି। ରାଜ୍ୟର ୧୧୭ଟି ସିଟ ମଧ୍ୟରୁ ଆପ ସମୁଦାୟ ୯୨ଟି ସିଟ ଜିତିଛି।

odia sambada
Comments (0)
Add Comment