ଗୋଟିଏ ପରିବାରର ୫ ଜଣଙ୍କୁ ହ-ତ୍ୟା: ବଡ଼ ଭାଇର ପରିବାରକୁ ସଫା କରିଦେଇ ଥାନାରେ ଆତ୍ମସମର୍ପଣ କଲା ସାନ ଭାଇ

ସାନ ଭାଇ ସଫା କରି ଦେଲା ବଡ ଭାଇର ସଂସାର। ବଡ଼ ଭାଇଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ସାନ ଭାଇ ମା-ରି ଦେଲା। ଏଭଳି ଏକ ଚାଞ୍ଚ-ଲ୍ୟକର ଘ-ଟ-ଣା କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ ଗାଆଁରେ ଘଟିଛି। ଅଭିଯୁକ୍ତ ଜଣକ ଥା-ନାରେ ବର୍ତ୍ତମାନ ଆତ୍ମସମର୍ପଣ କରିଛି

ମୃ-ତ-କ ମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କର ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା। ଝିଅକୁ ୧୮ ବର୍ଷ ହୋଇଥିବା ସମୟରେ ଦୁଇ ପୁଅ ନାବାଳକ ଥିଲେ। ଅଭିଯୁକ୍ତଙ୍କର ନାଁ ଶିବ ସାହୁ।

ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଜଣକ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓରେ ସେ ଯାହା କହିଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛିକି ପାରିବାରିକ କଳହ ପାଇଁ ଏମିତି ଏକ ଜଘନ୍ୟ ହ-ତ୍ୟା-କା-ଣ୍ଡ ଘଟିଛି।

ଶିବ ସାହୁ କହିଛନ୍ତିକି, ଭାଇ ଓ ମୋ ମଧ୍ୟରେ ଅନେକ ତିକ୍ତତା ଥିଲା। ସେ ଓ ତା’ ପରିବାର ମୋତେ ସବୁବେଳେ ହଇରାଣ ହରକତ କରୁଥିଲେ। ଗତକାଲି ରାତିରେ ଭାଇ, ଭାଉଜ ଓ ସେମାନଙ୍କ ତିନି ଛୁଆ ମୋତେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ। ଏହା ପରେ ମୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲି ଓ ସେମାନଙ୍କର ପରିବାରକୁ ମା-ରି ଦେଇଥିଲି। ଆଇନ ଯାହା ଦଣ୍ଡ ଦେବ, ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଏହି ଭିଡିଓରେ ସେ ଆହୁରି କହିଛନ୍ତିକି ତାଙ୍କର ସମ୍ବଳ ନଥିବା କାରଣରୁ ସେ ମାହାଙ୍ଗା ନ ଯାଇ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିବେ। ସୂଚନା ଅନୁସାରେ, କୁସୁପୁର ଠାରୁ ବାଲିଚନ୍ଦ୍ରପୁର ଥାନା ବହୁତ ପାଖ।

ମିଳିଥିବା ସୂଚନା ଅନୁସାରେ, ଅଲେଖର ଗାଁରେ ଏକ ଛୋଟ ଦୋକାନ କରିଥିଲେ। ସେହିପରି ଶିବ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। ଘର ଓ ଜାଗାବାଡ଼ିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଝଗଡ଼ା ଲାଗି ରହିଥିଲା। ତେବେ ଗତକାଲି ରାତିରେ ଉକ୍ତ ଝଗଡା ଉଗ୍ରରୂପ ନେଇଥିଲା। ସୂଚନା ଅନୁସାରେ, ରାତି ପ୍ରାୟ ଅଢ଼େଇଟା ସମୟରେ ଶିବ ସମସ୍ତଙ୍କୁ ମା-ରି-ଛି। କୌଣସି ଧାରୁଆ ଅ-ସ୍ତ୍ର-ରେ ସେ ସେମାନଙ୍କୁ ହା-ଣି ଦେଇଛି। ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଶିବ ଗାଁରେ ଥିଲେ। ଲୋକମାନେ ମଧ୍ୟ ତାଙ୍କୁ ଦେଖିଛନ୍ତି। ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଥାନାରେ ଆତ୍ମସମର୍ପଣ କରିଥିଲେ। ଦୁଇ ଭାଇ ଗୋଟିଏ ଘରେ ରହୁଥିବା ସମୟରେ ଅଭିଯୁକ୍ତ ଶିବଙ୍କର ପତ୍ନୀ ଘରେ ନଥିଲେ। ବର୍ତ୍ତମାନ ପୋ-ଲି-ସ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାକୁ ତ-ଦ-ନ୍ତ କରୁଛନ୍ତି।

odia sambada
Comments (0)
Add Comment