ଆମେରିକାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ,ଖେଳିବେ ୨୦ଟି ଦଳ !

ଟି-୨୦ ବିଶ୍ଵକପ ୨୦୨୪:-ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ବର୍ତ୍ତମାନ ଉଭୟ ଦଳ ହୋଷ୍ଟ ଭାବରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ ନିଜର ଯୋଗ୍ୟତା ଅର୍ଜନ କରିଛନ୍ତି। ରବିବାର ଦିନ ଦୁବାଇରେ ଆୟୋଜିତ ହୋଇଥିବା ଆଇସିସି (ICC) ବୈଠକରେ ଏହି ନିଷ୍ପତ୍ତିକୁ ନିଆଯାଇଛି।

ପ୍ରଥମ ଥର ପାଇଁ ମୋଟ ୨୦ଟି ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଅଂଶଗ୍ରହଣ କରିବେ। ଆଇସିସି ଏହି ସୂଚନା ଦେଇଛି। ଆମେରିକାର ଏକ ଦଳ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ଖେଳିବ

ESPNcricinfo ର ରିପୋର୍ଟ ଅନୁସାରେ, ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପ ୨୦୨୪ ମସିହାରେ ୨୦ଟି ଦଳ ମଧ୍ୟରୁ ୧୨ଟି ଦଳ ସିଧାସଳଖ ଏଣ୍ଟ୍ରି କରିବେ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଶ୍ରେଷ୍ଠ -୮ ଟି ଦଳ ଏବଂ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଭଳି ଦୁଇଟି ଆୟୋଜକ ଦେଶ ଏଥିରେ ଅନ୍ତର୍ଭୁକ୍ତ ରହିବେ। ଅବଶିଷ୍ଟ ଦୁଇଟି ଦଳ ଚଳିତ ବର୍ଷ ନଭେମ୍ବର ୧୪ ପର୍ଯ୍ୟନ୍ତ ଶୀର୍ଷ ମାନ୍ୟତା ଦଳ ଆଧାରରେ ନିଷ୍ପତ୍ତି ନିଆଯିବ।

ଯଦି ୱେଷ୍ଟଇଣ୍ଡିଜ୍ ଦଳ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଟପ୍-୮ ରହିବାରେ ସଫଳ ହୁଏ, ତେବେ ର଼୍ୟାଙ୍କିଙ୍ଗର ଟପ୍ -୨ ବଦଳରେ ଟପ୍-୩ ଦଳ ଖେଳିବାର ସେ ସୁଯୋଗ ପାଇବ। ବିଶ୍ୱକପରେ ଅବଶିଷ୍ଟ ଆଠଟି ଦଳ ଆଞ୍ଚଳିକ ଯୋଗ୍ୟତା ଆଧାରରେ ନିଷ୍ପତ୍ତି ନିଆଯିବ।

ଏସିଆ, ଆଫ୍ରିକା ଏବଂ ୟୁରୋପର ଶ୍ରେଷ୍ଠ ଦୁଇ ଦଳ ଏହି ବିଶ୍ୱକପ୍‌ରେ ଖେଳିବେ ଏବଂ ଆମେରିକୀୟ ଏବଂ ପୂର୍ବ ଏସିଆ ପ୍ରଶାନ୍ତ ମହାସାଗରରେ ଗୋଟିଏ ଦଳ ଅଂଶଗ୍ରହଣ କରିବାର ଏଥିରେ ସୁଯୋଗ ପାଇବ।

odia sambada
Comments (0)
Add Comment