ଆପଣଙ୍କୁ ଜେଲ ପଠାଇବ ହ୍ୱାଟସଆପ୍ ! ଆପଣ ମଧ୍ୟ ଏହି ମେସେଜ ପଠାଇଛନ୍ତି କି, ତେବେ ଅସୁବିଧାରେ ନିଶ୍ଚିତ ପଡିବେ ! ଜାଣନ୍ତୁ ସମ୍ପୂର୍ଣ ସୂଚନା

ହ୍ୱାଟସଆପ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଆପ। ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବେ ତେବେ ଆପଣ ନିଶ୍ଚିତ ହ୍ୱାଟସଆପ ବ୍ୟବହାର କରୁଛନ୍ତି। ଲୋକପ୍ରିୟତା ଦୃଷ୍ଟିରୁ ଏହି ଆପର କୌଣସି ଉତ୍ତର ନାହିଁ, କିନ୍ତୁ ଆପଣ ଜାଣିଛନ୍ତିକି ଯଦି ଆପଣ ଏଥିରୁ ମେସେଜ ପଠାଇବା ସମୟରେ ସାବଧାନ ରହିବେ ନାହିଁ, ତେବେ ଆପଣ ଜେଲ ଯାଇପାରନ୍ତି।

ହ୍ୱାଟସଆପ ବିପଜ୍ଜନକ ହୋଇପାରେ:-

ଯଦି ଆପଣ ଚିନ୍ତା କରୁଛନ୍ତି ଯେ ହ୍ୱାଟସଆପ କିପରି ଆପଣଙ୍କୁ ଜେଲରେ ପହଞ୍ଚାଇବ? ତେବେ ଆପଣ ଜାଣିବା ଉଚିତଯେ ଏହା ଏକ ଚାଟିଂ ପ୍ଲାଟଫର୍ମ। ଯେଉଁଠାରେ ଆପଣ ନିଜ କଣ୍ଟାକ୍ଟ ସହିତ ସହଜରେ କନେକ୍ଟ ହୋଇପାରିବେ। ଅନେକ ଥର ଆପଣ ଏହିପରି ଗ୍ରୁପରେ ଯୋଗ ଦିଅନ୍ତି ଯେଉଁଠାରେ କିଛି ଲୋକ ଆପଣଙ୍କୁ ଜାଣନ୍ତି ନାହିଁ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆପଣଙ୍କ ପାଇଁ ଅଜ୍ଞାତ ମଧ୍ୟ ଅଟନ୍ତି। ଏଭଳି ସ୍ଥିତିରେ ଆପଣଙ୍କୁ କିଛି କହିବା, ମେସେଜ୍ କରିବା କିମ୍ବା କୌଣସି ମିଡିଆ ଫାଇଲ୍ ପଠାଇବା ପୂର୍ବରୁ ଆପଣଙ୍କୁ ବହୁତ ସତର୍କ ରହିବା ପାଇଁ ପଡିବ। କାରଣ ଯଦି ଆପଣ ଏପରି ନକରନ୍ତି ତେବେ ଆପଣଙ୍କୁ ପୋଲିସ ଓ କୋର୍ଟର ସାମ୍ନା କରିବାକୁ ପଡିପାରେ।

କେବଳ ଗୋଟିଏ ମେସେଜ ଆପଣଙ୍କୁ ଜେଲ ପହଞ୍ଚାଇପାରେ:-

ବାସ୍ତବରେ, ଯଦି ଆପଣ ଏକ ଗ୍ରୁପରେ ଅଛନ୍ତି, ତେବେ ଏହା ସ୍ପଷ୍ଟ ଯେ ସେହି ଗ୍ରୁପରେ ବିଭିନ୍ନ ବିଚାରଧାରା ଓ ଧର୍ମର ଲୋକ ନିଶ୍ଚିତ ରହିଥିବେ। ଏପରି ସ୍ଥିତିରେ ଅନେକ ଥର ଆପଣଙ୍କୁ କୌଣସି ମେସେଜ୍ କିମ୍ୱା କୌଣସି ମିଡିଆ ଫାଇଲ୍ସରୁ କୌଣସି ମଧ୍ୟ ମେମ୍ୱରଙ୍କର ଭାବନା ଆହତ ହୋଇପାରେ। ଧରାଯାଉ ଆପଣ ଗ୍ରୁପରେ କୌଣସି ଜାତି-ସୂଚକ କିମ୍ବା ଅପମାନଜନକ ଭାଷାକୁ ବ୍ୟବହାର କରିଛନ୍ତି, ତେବେ ଏହା ସ୍ପଷ୍ଟଯେ ଏହା ଉପରେ କେହି ଆଘାତ ମଧ୍ୟ ହୋଇଛନ୍ତି। ଯଦି ଏହି ଅଭିଯୋଗ ପୋଲିସର ଆଇଟି ସେଲରେ କରାଯାଏ, ତେବେ ମେସେଜ ପ୍ରେରକ ଓ ଗ୍ରୁପ ଆଡମିନଙ୍କୁ ପୋଲିସ ଷ୍ଟେସନକୁ ମଧ୍ୟ ଡକାଯାଇପାରେ। ଯଦି ଏହି ସମଗ୍ର ପ୍ରକ୍ରିୟାରେ ଆପଣଙ୍କର ସମ୍ପୃକ୍ତି ମିଳୁଛି, ତେବେ ଆପଣଙ୍କୁ ଏଥିପାଇଁ ଜେଲ ଯିବାକୁ ପଡ଼ିପାରେ।

odia sambada
Comments (0)
Add Comment