ୟାକୁ ହିଁ କୁହନ୍ତି ଉଦାରତା…ସ୍କୁଲ ନିର୍ମାଣ ପାଇଁ ଜାଗା ସର୍ଟ ହେବାରୁ ଚାଷୀ ଜଣକ ମାଗଣାରେ ଦାନ କରିଦେଲେ ନିଜର ୨୫ ଲକ୍ଷ ଟଙ୍କାର ଜମି !

ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲା ମହିଦପୁର ଗାଁ, ଏଠାରେ ଚାଷୀ ବୃଜେନ୍ଦ୍ର ସିଂ ରଘୁବଂଶୀ ରୁହନ୍ତି, ଯାହାଙ୍କୁ ନେଇ ବର୍ତ୍ତମାନ ସାରା ଗାଁରେ ଚର୍ଚ୍ଚା ହେଉଛି। କାହିଁକି ନା, ବୃଜେନ୍ଦ୍ର ଏକ ଏମିତି ଉଦାର କାମ କରିଛନ୍ତି ଯାହା ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରଛି। ଖବର ଅନୁସାରେ, ସେ ନିଜ ଗାଁରେ ସିଏମ ରାଇଜ୍‌ ସ୍କୁଲ ପାଇଁ ନିଜ ଜମିର ୪ ବିଘା ଜମିକୁ ଦାନ କରି ଦେଇଛନ୍ତି। ବୃଜେନ୍ଦ୍ର ଯେଉଁ ଜମିକୁ ଦାନ କରିଛନ୍ତି, ତାହାର ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ବୋଲି କୁହାଯାଉଅଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଗାଁରେ ଏକ ସ୍ୱୀକୃତିପ୍ରାପ୍ତ ସରକାରୀ ସ୍କୁଲର ଘର ନିର୍ମାଣ କରିବା ପାଇଁ ୧୦ ବିଘା ଜମିର ଆବଶ୍ୟକ ପଡ଼ୁଥିଲା। କିନ୍ତୁ ପ୍ରଶାସନ ନିକଟରେ ୬ ବିଘାରୁ ଅଧିକ ଜମି ନ ଥିଲା। ଏମିତି ପରିସ୍ଥିତିରେ ପ୍ରଶାସନ ସ୍କୁଲକୁ ଅନ୍ୟ କୌଣସି ଗାଁକୁ ନେଇଯିବା ପାଇଁ ନିଷ୍ପତ୍ତି ନେଇଥିଲା। ତେବେ ଏ ବିଷୟରେ ବୃଜେନ୍ଦ୍ର ଯେତେବେଳେ ଜାଣିବା ପାଇଁ ପାଇଲେ, ତ ସେ ନିଷ୍ପତ୍ତି ନେଲେକି ଯେ ଯାହାବି ହେଉନା କାହିଁକି, ସେ ଏହି ସ୍କୁଲକୁ ନିଜ ଗାଁରୁ ଯିବାକୁ ଦେବେ ନାହିଁ।

ଏହାପରେ ବୃଜେନ୍ଦ୍ର ବିଳମ୍ବ ନ କରି ପ୍ରଶାସନିକ ଅଧିକାରୀମାନଙ୍କୁ ଭେଟିଥିଲେ। ସରକାରୀ ଜମି ସନ୍ନିକଟ ନିଜର ୪ ବିଘା ଜମିକୁ ସେ ସ୍କୁଲର ନିର୍ମାଣ ପାଇଁ ମାଗଣାରେ ଦାନ କରିବେ ବୋଲି କହିଥିଲେ। ବୃଜେନ୍ଦ୍ରଙ୍କ ଦ୍ୱାରା ଏହି ଜମି ଦାନର ଘୋଷଣା ହେବା ପରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ନିଜ କାମରେ ଲାଗି ପଡ଼ିଛି। ଆଶା କରାଯାଉଛିକି, ବହୁତ ଶୀଘ୍ର ବୃଜେନ୍ଦ୍ରଙ୍କ ଗାଁକୁ ଏକ ନୂଆ ସ୍କୁଲ ମିଳିଯିବ। ତେବେ ସୂଚନା ଅନୁସାରେ, ପାଖାପାଖି ୪୦ ବର୍ଷ ପୂର୍ବେ ବୃଜେନ୍ଦ୍ରଙ୍କର ପୂର୍ବଜ ନଥନ ସିଂ ରଘୁବଂଶୀ ମଧ୍ୟ ଏହିଭଳି ଏକ ସ୍କୁଲ ପାଇଁ ନିଜର ଜମିକୁ ଦାନ କରିଥିଲେ।

odia sambada
Comments (0)
Add Comment