ଇମ୍ରାନଙ୍କ ଯିବା ପରେ କଣ ହେବ ପାକିସ୍ତାନର ଭବିଷ୍ୟତ ? ଭାରତକୁ କାହିଁକି ରହିବାକୁ ହେବ ସତର୍କ ? ଜାଣନ୍ତୁ ସମ୍ପୂର୍ଣ ଖବର

ବର୍ତ୍ତମାନ ସମୟରେ ଇମ୍ରାନ ଙ୍କ ସରକାର ପାକିସ୍ତାନରୁ ଭଙ୍ଗ ହୋଇସାରିଛି। ତେବେ ଇମ୍ରାନ ଙ୍କ ଯିବା ପରେ ପାକିସ୍ତାନର ଭବିଷ୍ୟତ କଣ ସେ ନେଇ ପ୍ରଶ୍ନ ଉଠିଛି। ଆଜି ପର୍ଯ୍ୟନ୍ତ ଏପରି କୌଣସି ସରକାର ନାହାଁନ୍ତି ଯିଏକି ନିଜର କାର୍ଯ୍ୟକାଳ ପୂରା କରି ଇସ୍ତଫା ଦେଇଛନ୍ତି। ତେବେ ଇମ୍ରାନ ଙ୍କ ସରକାର ଅନ୍ୟ ସରକାରଙ୍କ ତୁଳନାରେ ବେଶ ଭଲ ଥିଲା ବୋଲି କୁହାଯାଉଛି। କିନ୍ତୁ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଅବିଶ୍ୱାସ ପ୍ରସ୍ତାବ ଦେଇ ଇମ୍ରାନ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ତେବେ ଏହା ପାକିସ୍ତାନରେ ପ୍ରଥମ ଥର ପାଇଁ ଘଟିଛି।

ଅବିଶ୍ୱାସ ପ୍ରସ୍ତାବକୁ ନେଇ ହାଇଡ୍ରାମା:-

ଅବିଶ୍ୱାସ ପ୍ରସ୍ତାବକୁ ନେଇ ଶନିବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ଜାତୀୟ କାଉନସେଲିଂ ରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ତେବେ ବାଚସ୍ପତି ଓ ଉପବାଚସ୍ପତି ଇସ୍ତଫା ଦେଇଥିଲେ। ଅବିଶ୍ୱାସ ପ୍ରସ୍ତାବ ଗୃହୀତ ହେବା ପରେ ବିରୋଧୀ ଦଳଙ୍କ ମତ ଅଧିକ ହୋଇଥିଲା। ଯାହାଫଳରେ ଶାସନ ଦଳ ଭାଙ୍ଗି ଯାଇଥିଲା। ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଅର୍ଦ୍ଧ ରାତ୍ରି ପରେ ମତଦାନ:-

ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ଅର୍ଦ୍ଧ ରାତ୍ରି ଅର୍ଥାତ ୧୨ ଟା ପରେ ହେବାର ଥିଲେ। କିନ୍ତୁ ଏହା ପୂର୍ବରୁ ହିଁ ବାଚସ୍ପତି କୌଶର ନିଜ ପଦବୀରୁ ଇସ୍ତଫା ଦେଇ ଦେଲେ। ସେ ଏହା କହି ଦେଇଥିଲେ କି ବିଦେଶୀ ଛଳନା ର ଅଂଶ ହେବାକୁ ଚାହୁଁ ନାହାନ୍ତି। ଏହାପରେ ବାଚସ୍ପତିଙ୍କ ପଦବୀ ଖାଲି ରହିଥିଲା। ଅୟାଜ ସାଦିକ ଙ୍କୁ ପରିଚାଳନା କରିବା ପାଇଁ ଆମନ୍ତ୍ରିତ କରାଯାଇଥିଲା।

ଏହାପରେ ସାଦିକ ପିଟିସନ ଆଧାରରେ ସମସ୍ତ ଦାଇତ୍ୱ ତୁଲେଇଲେ। ସେ ମତଦାନ ପ୍ରକ୍ରିୟା ୧୧.୫୮ ରୁ ହିଁ ଆରମ୍ଭ କରିଦେଲେ। ତେବେ ମତଦାନ ଆରମ୍ଭ ହେବାର କିଛି ସମୟ ପରେ ସଭାକୁ କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲା। ଏହାପରେ ଶାସକ ଦଳ ଗୃହ ଛାଡି ଚାଲି ଯାଇଥିଲେ। ଯେତେବେଳେ ମତଦାନ ଶେଷ ହେଲା ଶାସକ ଦଳଙ୍କ ଅନୁପସ୍ଥିତ କାରଣରୁ ବିରୋଧୀ ଦଳଙ୍କ ମତ ଶାସକ ଦଳ ଉପରେ ଅଧିକ ଭାରି ପଡିଲା। ଯାହାଫଳରେ ପ୍ରସ୍ତାବ ଗୃହୀତ ହେଲା।

ସୁପ୍ରିମକୋର୍ଟ ରୁ ଏବେ ମଧ୍ୟ ବାହାରି ପାରିବ ସମାଧାନର ରାସ୍ତା:-

ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଚାହିଁଲେ ସୁପ୍ରିମକୋର୍ଟ ଯାଇ ନିଜର ସମାଧାନର ରାସ୍ତା ବାହାର କରି ପାରିବେ। କାରଣ ଜାତୀୟ କାଉନସେଲିଂ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଓ ଉପବାଚସ୍ପତି ପଦବୀରୁ ଆଗୁଆ ହିଁ ଇସ୍ତଫା ଦେଇ ଦେଇଥିଲେ। ସାଦିକଙ୍କୁ ବାଚସ୍ପତି କରି ମତଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଅବିଶ୍ୱାସ ପ୍ରସ୍ତାବ ଗୃହୀତ କରିବା ପାଇଁ ବାଚସ୍ପତି ଙ୍କୁ ନିୟୋଜିତ କରାଯାଇଥିଲା ତାହା କେବଳ ବିରୋଧୀ ଦଳ ହିଁ କରିଥିଲେ। ଯାହାକି ସାମ୍ବିଧାନିକ ନୁହେଁ। ବାଚସ୍ପତି ବାଛିବା ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। କିନ୍ତୁ ଅବିଶ୍ୱାସ ପ୍ରସ୍ତାବରୁ ବଞ୍ଚିବାକୁ ଯାଇ ଶାସକ ଦଳର ସମସ୍ତ ନେତା ଗୃହ ଛାଡି ଚାଲି ଯାଇଥିଲେ। ତେବେ ଏହା ଉପରେ ତର୍ଜମା କରିବା ପାଇଁ ସୁପ୍ରିମକୋର୍ଟ ଙ୍କୁ ଯାଚିକା କରି ପାରିବେ।

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ:-

ବିରୋଧୀମାନେ ନୱାଜ ସରିଫଙ୍କ ଭାଇ ତଥା ପିଏମଏଲ-ଏନ ନେତା ଶାହବାଜ ସରିଫଙ୍କ ନାମ ପଠାଇ ସାରିଛନ୍ତି। ତାଙ୍କ ବିରୋଧରେ ସମଗ୍ର ବିରୋଧୀ ସର୍ବସମ୍ମତ ଏବଂ ବିଲାୱାଲ ଭୁଟ୍ଟୋ ଏବଂ ମରିୟମ ନୱାଜ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ସେମାନଙ୍କ ନାମ ଘୋଷଣା କରିଛନ୍ତି।

କାହିଁକି ସତର୍କ ରହିବାକୁ ହେବ ଭାରତକୁ:-

ପାକିସ୍ତାନର ନୂତନ ସରକାର ପାଇଁ ଭାରତକୁ ସତର୍କ ରହିବାକୁ ପଡିବ। କାରଣ ଇମ୍ରାନ ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଭାରତ ସହ ଭଲ ସଂପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପାକିସ୍ତାନର କାଶ୍ମୀର ଘଟଣାକୁ ପ୍ରଶ୍ନ କରିଥିଲେ। ମୁଖ୍ୟ କଥା ହେଉଛି ଇମ୍ରାନ ଙ୍କ ସରକାର ଭାଙ୍ଗିବା ପୂର୍ବରୁ ଇମ୍ରାନ ଭାରତର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଇମ୍ରାନ ଙ୍କ ସରକାର ଭାଙ୍ଗି ଯାଇଛି। ଶାହଵାଜ ସାରିଫ ନୂତନ ପ୍ରଧାନମନ୍ତ୍ରୀ ହେବ ବୋଲି ଆଶା କରା ଯାଉଛି।

odiasambada
Comments (0)
Add Comment