କିଏ ଏହି ଶାହବାଜ ସରିଫ ? ଯିଏ କି ଇମ୍ରାନଙ୍କ ପରେ ହୋଇପାରନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ !

ପାକିସ୍ତାନର ନେସନାଲ ଆସେମ୍ୱଲିର ବିରୋଧୀ ଦଳର ନେତା ଶାହବାଜ ସରିଫ ଇମ୍ରାନ ଖାନଙ୍କ ପରେ ଦେଶର ନୂତନ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଅଛି। ବର୍ତ୍ତମାନର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ ସଫଳ ହେଲେ ଯାଇ ଏମିତି ହୋଇପାରେ। ଗତକାଲି ଅର୍ଥାତ ଶନିବାର ଦିନ ଅନାସ୍ଥା ପ୍ରସ୍ତାବର ଭୋଟ ଦିଆଯାଇଛି। ଇମ୍ରାନ ଖାନଙ୍କର ସରକାରକୁ ହଟାଇବା ପାଇଁ ସରିଫ ବିରୋଧୀ ଦଳର ନେତୃତ୍ୱ ନେଇଛନ୍ତି। ଏବଂ ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ଏକମାତ୍ର ବିରୋଧୀ ପ୍ରାର୍ଥୀ ଅଟନ୍ତି।

ଶାହବାଜ ସରିଫ କିଏ?

ଶାହାବାଜ ସରିଫଙ୍କର ବୟସ ୭୦ ବର୍ଷ। ସେ ତିନିଥର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି। ନୱାଜ ସରିଫଙ୍କର ସାନଭାଇ ଏବଂ ଆମୀର ସରିଫ ରାଜବଂଶର ଏକ ଅଂଶ ଅଟନ୍ତି।

ଶାହବାଜ ସରିଫ ପାକିସ୍ତାନର ସବୁଠାରୁ ଜନବହୁଳ ପ୍ରଦେଶ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଓ ଲାହୋରରେ ପାକିସ୍ତାନର ପ୍ରଥମ ଆଧୁନିକ ଜନ-ପରିବହନ ବ୍ୟବସ୍ଥା ସମେତ ଅନେକ ଭିତ୍ତିଭୂମିର ମେଗା ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରିଥିଲେ ଓ ଏହାକୁ ସଫଳ ମଧ୍ୟ କରିଥିଲେ। ତାଙ୍କର ଭାଇଙ୍କ ପରି ଶାହବାଜ ସରିଫ ମଧ୍ୟ ପାକିସ୍ତାନରେ ସୈନ୍ୟବାହିନୀଙ୍କ ସହ ଆନ୍ତରିକ ସମ୍ପର୍କକୁ ବଜାୟ ରଖିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ସମୟରେ ଇମ୍ରାନ ଖାନଙ୍କର ଅପେକ୍ଷା ସରିଫ ରାଜନୈତିକ ବଂଶର ଭାରତ ପ୍ରତି ଅଧିକ ସକରାତ୍ମକତା ରହିଛି।

ଶାହବାଜ ସରିଫ ଲାହୋରରେ ଏକ ଧନୀ ଶିଳ୍ପ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏବଂ ସେ ନିଜ ଦେଶ ଭିତରେ ନିଜର ସମସ୍ତ ଶିକ୍ଷା ଲାଭ କରିଥିଲେ। ଅଧ୍ୟୟନ କରିବା ପରେ, ସେ ପାରିବାରିକ ବ୍ୟବସାୟର ଏକ ଅଂଶ ହୋଇଥିଲେ ଏବଂ ପାକିସ୍ତାନରେ ଏକ ଇସ୍ପାତ କମ୍ପାନୀର ମାଲିକ ହୋଇ ଯାଇଥିଲେ। ସେ ପଞ୍ଜାବର ରାଜନୀତିରେ ପ୍ରବେଶ କରି ୧୯୯୭ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଥିଲେ।

୨୦୧୭ ମସିହାରେ ପାନାମା ପେପର ପ୍ରକାଶନ ସହିତ ଜଡିତ ସମ୍ପତ୍ତି ଲୁଚାଇ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ଭାଇ ନୱାଜ ସରିଫଙ୍କ ବଦଳରେ ତାଙ୍କୁ ପାକିସ୍ତାନର ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଦଳର ମୁଖ୍ୟ କରିଦିଆ ଯାଇଥିଲା। ଉଭୟ ଭାଇ ଅନେକ ଦୁର୍ନୀତିର ସାମ୍ନା ହୋଇଛନ୍ତି କିନ୍ତୁ ସେ କୌଣସି ଅଭିଯୋଗରେ ଶାହବାଜଙ୍କୁ ଆଦୌ ଦୋଷୀ ସାବ୍ୟସ୍ତ କରିନାହାନ୍ତି।

odia sambada
Comments (0)
Add Comment