ସ୍ତ୍ରୀ ପ୍ରେଗ୍ନେଣ୍ଟ ହେବାପାଇଁ ଜେଲରେ ବନ୍ଦ ଥିବା ସ୍ୱାମୀକୁ ଛାଡିବା ପାଇଁ ହାଇକୋର୍ଟକୁ କଲା ଅନୁରୋଧ,ଆଉ ହାଇକୋର୍ଟ ଦେଲା ଏମିତି ଆଦେଶ,ଜାଣନ୍ତୁ ପୁରା ମାମଲା ?

ରାଜସ୍ଥାନର ଯୋଧପୁର ହାଇକୋର୍ଟରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ କୋର୍ଟ ଠାରେ ଜେଲରେ ବନ୍ଦ ଜଣେ କଏଦୀଙ୍କ ସ୍ତ୍ରୀ ଗର୍ଭବତୀ ହେବାପାଇଁ ନିଜ ସ୍ବାମୀଙ୍କୁ ପ୍ୟାରୋଲରେ ଛାଡ଼ିବାକୁ ଅନୁରୋଧ କରିଛନ୍ତି । ତାଙ୍କର ଏହି ଆବେଦନ ହାଇକୋର୍ଟରେ ଉପସ୍ଥାପନ କରାଯାଇଥିଲା ।

ହାଇକୋର୍ଟ ଦେଲା ଏହି ଆଦେଶ :-

ଏହି ଆବେଦନ ପତ୍ର ଉପରେ ଶୁଣାଣି କରି ଯୋଧପୁର ହାଇକୋର୍ଟର ଜଷ୍ଟିସ ସନ୍ଦୀପ ମେହେଟା ଏବଂ ଜଷ୍ଟିସ ଫରଜନ୍ଦ ଅଲିଙ୍କ ବେଞ୍ଚ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛି । ହାଇକୋର୍ଟ କଏଦୀଙ୍କୁ 15 ଦିନର ସର୍ତ୍ତରେ ପ୍ୟାରୋଲ ଦେବାର ଆଦେଶ ଦେଇଛି । ଜଷ୍ଟିସ ଫରଜନ୍ଦ ଅଲି ଏହି ମାମଲାରେ ଶୁଣାଣି ସମୟରେ ପରବର୍ତ୍ତୀ ସନ୍ତାନର ଅଧିକାର ଏବଂ ବଂଶର ସଂରକ୍ଷଣର ସମାଜବାଦୀ ତଥା ସାମ୍ବିଧାନିକ ପର୍ଯ୍ୟାୟକୁ ବିବେଚନା ମଧ୍ୟ କରିଛି ।

ହାଇକୋର୍ଟ କହିଲା ଏହି କଥା :-

କୋର୍ଟ ମାମଲାର ଶୁଣାଣି କରି କହିଛି ଯେ ” ରାଜସ୍ଥାନ କଏଦୀ ଖଲାସ ଉପରେ ପ୍ୟାରୋଲ ନିୟମ 2021 “ରେ କଏଦୀଙ୍କୁ ତାଙ୍କ ସ୍ତ୍ରୀର ସନ୍ତାନ ହେବା ଆଧାରରେ ପ୍ୟାରୋଲରେ ଖଲାସ କରିବାର କୌଣସି ସ୍ପଷ୍ଟ ନିୟମ ନାହିଁ । ତଥାପି ଧାର୍ମିକ, ଦାର୍ଶନିକ, ସାଂସ୍କୃତିକ ଏବଂ ସାମାଜିକ ତଥା ମାନବୀୟ ମୂଲ୍ୟ ଉପରେ ବିଚାର କରି ଭାରତର ସମ୍ବିଧାନ ଦ୍ଵାରା ମୌଳିକ ଅଧିକାରକୁ ନେଇ ଦିଆଯାଇଥିବା ଗ୍ୟାରେଣ୍ଟି ଏବଂ ଏହାସହିତ ଏଥିରେ ଥିବା ଅସାଧାରଣ ଶକ୍ତି ପ୍ରୟୋଗ କରି ଏହି କୋର୍ଟ ଆବେଦନ ପତ୍ରକୁ ସ୍ବୀକାର କରିଛି ।

ଶୁଣାଣି ସମୟରେ ଜଷ୍ଟିସ ଫରଜନ୍ଦ ଅଲି କହିଛନ୍ତି ଯେ ଯଦି ଆମେ ମାମଲାକୁ ଧାର୍ମିକ ଦୃଷ୍ଟିରୁ ଦେଖିବା, ତେବେ ହିନ୍ଦୁ ଦର୍ଶନ ଅନୁଯାୟୀ ଗର୍ଭର ଧନ ପ୍ରାପ୍ତ କରିବା ଷୋଳ ସଂସ୍କାର ମଧ୍ୟରୁ ଗୋଟିଏ ଅଟେ । ବିଦ୍ୱାନମାନେ ବୈଦିକ ବର୍ଣ୍ଣ ପାଇଁ ଗର୍ଭାଧାନ ସଂସ୍କାର ଆବିଷ୍କାର କରିଛନ୍ତି । ଯେପରିକି ରୁଗବେଦ ଅନୁଯାୟୀ ସନ୍ତାନ ଏବଂ ସମୃଦ୍ଧି ପାଇଁ ବାରମ୍ବାର ପ୍ରାର୍ଥନା କରାଯାଏ ।

ସ୍ବାମୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ :-

ଉଲ୍ଲେଖନୀୟ ଯେ କଏଦୀ ନନ୍ଦଳାଲ ଅଜମେର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ତାଙ୍କୁ 2021 ରେ 20 ଦିନ ପାଇଁ ପ୍ୟାରୋଲ ମିଳିଥିଲା । ସେ ସମୟରେ ତାଙ୍କର ଆଚରଣ ଠିକ୍ ଥିଲା । ପ୍ୟାରୋଲ ଶେଷ ହେବାପରେ ସେ ପୁଣିଥରେ ଫେରି ଆସିଥିଲେ । ତାଙ୍କ ସ୍ତ୍ରୀ ନିଜ ଶାଶୁଘରେ ହିଁ ରୁହନ୍ତି ।

odia sambada
Comments (0)
Add Comment