ପ୍ରେମିକ ଜଣକ ବାହା ହେବାକୁ ମନା କରିଦେବାରୁ ୬ ଜଣ ପ୍ରେମିକା ପିଇଲେ ବିଷ , ୩ ଜଣ ମୃତ.ଆଉ ୩ ଜଣ ଗୁରୁତର,ଜାଣନ୍ତୁ ପୁରା ଘଟଣା

ଆପଣମାନେ ଆଗରୁ ଅନେକ ଥର ନିଶ୍ଚିତ ଶୁଣିଥିବେ କି ପ୍ରେମିକ ପ୍ରେମକା ମାନଙ୍କ ମଧ୍ୟରେ ଝଗଡା ଲାଗି ସେମାନଙ୍କ ମଧ୍ୟରୁ କେହି ଜଣେ ଆତ୍ମହତ୍ୟା କରିଥାନ୍ତି। କିନ୍ତୁ ଆଜିର ଖବର ଟିକେ ନିଆରା ଅଟେ। ଏଠାରେ ଜଣେ ପ୍ରେମିକ ବାହା ହେବା ପାଇଁ ମନା କରିବାରୁ ଏକା ସାଙ୍ଗରେ ୬ ଜଣ ଝିଅ ବିଷ ଖାଇଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ବାକି ୩ ଜଣ ବର୍ତ୍ତମାନ ମେଡିକାଲରେ ଜୀବନ ସହିତ ସଂଘର୍ଷ କରୁଛନ୍ତି।

ଏଭଳି ଖବର ବିହାରର ଔରଙ୍ଗାବାଦ ଜିଲ୍ଲାରୁ ଆସିଛି। ଏଠିକାର ଏସପି କାନ୍ତେଶ କୁମାର ମିଶ୍ରଙ୍କ କହିବା ଅନୁସାରେ ଜଣେ ଝିଅର ପ୍ରେମ ସଂପର୍କ ତାଙ୍କର ଭାଇଙ୍କ ଶଳା ସହ ଥିଲା। ଏ ବିଷୟରେ ଝିଅଟି ତାର ସାଥୀମାନଙ୍କ ସହିତ ଭାଇର ଶଳାକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପିଲା ଜଣଙ୍କ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ।

ପିଲା ଜଣଙ୍କ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ତା ପରେ ଝିଅ ଓ ତାର ସମସ୍ତ ସାଙ୍ଗ ଗାଁକୁ ଫେରିଆସିଥିଲେ। ହେଲେ କିଛି ସମୟ ପରେ ଦେଖିବାକୁ ମିଳିଲାକି ପ୍ରସ୍ତାବ ଦେଇଥିବା ଝିଅଟି ନିଜେ ବିଷ ଖାଇ ଦେଇଛି। ଏହାପରେ ଝିଅଟିର ସାଥିମାନେ ମଧ୍ୟ ଜଣକ ପରେ ଜଣେ ବିଷ ଖାଇଦେଇଥିଲେ।

ଏସବୁ ବିଷୟରେ ଜାଣିବା ପରେ ଗାଁ ଲୋକେ ଏକାଠି ହୋଇ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସମୟରେ ବାକି ୩ ଜଣ ବର୍ତ୍ତମାନ ମଗଧ ମେଡିକାଲ କଲେଜରେ ଚିକିତ୍ସିତ ହେଉ ଅଛନ୍ତି। ଏପଟେ ସାରା ଗାଁରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି।

odia sambada
Comments (0)
Add Comment