BEL ରେ ବମ୍ପର ନିଯୁକ୍ତି : ଇଂଜିନିୟରିଂରେ ଡିପ୍ଲୋମା କରିଥିଲେ ତୁରନ୍ତ ଆବେଦନ କରନ୍ତୁ, ମାସକୁ ଦରମା ୯୦୦୦୦ ଟଙ୍କାରୁ ଅଧିକ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡରେ ବାଙ୍ଗାଲୁରୁ କମ୍ପ୍ଲେକ୍ସ ପାଇଁ ସ୍ଥାନୀୟ ଭାବରେ ୯୧ ଜଣ ଇଂଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନି, ଟେକ୍ନିସିଆନ୍‌ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ belindia.in କୁ ଯାଇ ନିଜର ଆବେଦନ କରିପାରିବେ।

ପଦବୀ ବିବରଣୀ:-

– ଇଂଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନି

– ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ :୧୭
( ମାସକୁ ଦରମା ୨୪,୫୦୦ ରୁ ୯୦ ହଜାର )

– ମେକାନିକାଲ: ୩୩

– ଇଲେକ୍ଟ୍ରିକାଲ: ୧୬

– ଇଲେକ୍ଟ୍ରୋନିକ୍ସ ମେକାନିକ: ୬
(ଦରମା: ୨୧, ୫୦୦ ରୁ ୮୨ ହଜାର ପର୍ଯ୍ୟନ୍ତ)

– ଫିଚର: ୧୧

– ଇଲେକ୍ଟ୍ରିକାଲ : ୪

– ମିଲର: ୨

– ଇଲେକ୍ଟ୍ରୋ ପ୍ଲାଣ୍ଟର: ୨

ଶିକ୍ଷାଗତ ଯୋଗ୍ୟତା:-

ଇଂଜିନିୟରିଂ ଆସିଷ୍ଟାଣ୍ଟ ଟ୍ରେନିଂ ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଇଂଜିନିୟରିଂରେ ୩ ବର୍ଷର ଡିପ୍ଲୋମା କରିଥିବା ଆବଶ୍ୟକ।

ବୟସର ସୀମା:-

ଏହି ପଦବୀ ପାଇଁ ଭର୍ତ୍ତି ହେବାର ବୟସ ସୀମା ୨୮ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନର ଶୁଳ୍କ:-

ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ଜେନେରାଲ/ଓବିସି ଏବଂ EWS ଶ୍ରେଣୀର ପ୍ରାର୍ଥୀମାନଙ୍କ ପାଇଁ ୨୫୦ ଟଙ୍କା ଅନୁସୂଚିତ ଜାତ/ ଜନଜାତି/PWD/ Ex-Army ପ୍ରାର୍ଥୀମାନଙ୍କୁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ।

କେମିତି କରିବେ ଆବେଦନ:-

ଇଚ୍ଛୁକ ଥିବା ପ୍ରାର୍ଥୀ BEL ର ଅଧିକାରକ ୱେବସାଇଟ bel-india.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ପ୍ରାର୍ଥୀମାନଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ। ଆବେଦନ କରିବା ପାଇଁ ନୋଟିଫିକେସନକୁ ଦେଖି ସବୁକିଛି ଯାଞ୍ଚ କରିପାରିବେ।

ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

https://www.bel-india.in/Documentviews.aspx?fileName=Final%20Non%20Ex%20English%20AD-06-04-22.pdf

odia sambada
Comments (0)
Add Comment