ଦିନ ଥିଲା ପାଣିରେ ବୁଡାଇ ଖାଉଥିଲେ ବିସ୍କୁଟ, ବର୍ତ୍ତମାନ ” ଦି କାଶ୍ମୀର ଫାଇଲ୍ସ” ରୁ ମିଳିଲା ପରିଚୟ, ଆଜି କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ଦର୍ଶନ କୁମାର !

ଦର୍ଶନ କୁମାର ଏମିତି ଜଣେ ଭାରତୀୟ ଫିଲ୍ମ ଅଭିନେତା, ଯିଏକି ନିଜ କ୍ୟାରିୟରରେ ବହୁତ୍ ପରିଶ୍ରମ ଏବଂ ଖରାପ ଏବଂ ଭଲ ସମୟକୁ ଦେଖିବାପରେ ସଫଳତା ହାସଲ କରିଛନ୍ତି । ” ଦି କାଶ୍ମୀର ଫାଇଲ୍ସ” ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଦର୍ଶନ କୁମାରଙ୍କ ପ୍ରଦର୍ଶନ ଫିଲ୍ମରେ ବହୁତ୍ ପ୍ରଭାବଶାଳୀ ରହିଛି । ଅଭିନୟ କ୍ଷେତ୍ରରେ ଦର୍ଶନ କୁମାରଙ୍କ ଯାତ୍ରା ବହୁତ୍ କଠିନ ଏବଂ ସଂଘର୍ଷପୂର୍ଣ୍ଣ ରହିଛି । ଆଜି ଆମେ ଆପଣଙ୍କୁ ଦର୍ଶନ କୁମାରଙ୍କ ଜୀବନ ସହ ଜଡ଼ିତ କିଛି କଥା କହିବାକୁ ଯାଉଛୁ ।

ସମସ୍ତେ ଜାଣିଛନ୍ତି ଯେ ମୁମ୍ୱାଇକୁ ସ୍ୱପ୍ନର ସହର କୁହାଯାଏ । ଏହା ଏମିତି ଗୋଟିଏ ସହର ଅଟେ, ଯେଉଁଠାକୁ ହଜାର ହଜାର ସଂଖ୍ୟାରେ ଲୋକମାନେ ନିଜ ସ୍ବପ୍ନକୁ ପୂରଣ କରିବାପାଇଁ ପ୍ରତିଦିନ ଆସନ୍ତି । ଦର୍ଶନ କୁମାର ମଧ୍ୟ 24 ବର୍ଷ ବୟସରେ ମୁମ୍ବାଇ ଚାଲିଗଲେ । ଦର୍ଶନ କୁମାର ଦକ୍ଷିଣ ଦିଲ୍ଲୀର କିଶନଗଢ଼ ଗାଁରେ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ପରିବାରରେ ବଢିଛନ୍ତି । ଯେତେବେଳେ ସେ ଅଭିନୟ କ୍ଷେତ୍ରରେ ନିଜ କ୍ୟାରିୟର ଗଢ଼ିବା ପାଇଁ ମୁମ୍ବାଇ ଆସିଲେ, ସେତେବେଳେ ତାଙ୍କୁ ଏଠାରେ ବହୁତ୍ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା ।

ଦର୍ଶନ କୁମାର ନିଜ କ୍ୟାରିୟରର ଆରମ୍ଭ ସର୍ବପ୍ରଥମେ 5 ବର୍ଷ ପର୍ଯ୍ୟନ୍ତ ସହଜ ଥିଏଟର ଗ୍ରୁପ ସହିତ କାମ କଲେ । ଏଠାରେ ରହିବା ସମୟରେ ଦର୍ଶନ କୁମାରଙ୍କୁ ପ୍ରସିଦ୍ଧ ଅଭିନେତା ନସିରୁଦ୍ଦିନ ଶାହଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଲା । ସେ 2001 ରେ “ମୁଝେ କୁଛ କହନା ହେ” ରେ ଗୋଟିଏ ଛୋଟ ଭୂମିକା ସହିତ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ କରିଥିଲେ । ଦର୍ଶନ କୁମାରଙ୍କୁ ନିଜର ପରିଚୟ ସୃଷ୍ଟି କରିବାପାଇଁ 20 ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡ଼ିଲା । 2003 ରେ ସଲମାନ ଖାନଙ୍କ ରିଲିଜ୍ ହୋଇଥିବା ଫିଲ୍ମ ” ତେରେ ନାମ”ର ମଧ୍ୟ ସେ ଅଂଶ ହୋଇଥିଲେ ।

ଦର୍ଶନ କୁମାରଙ୍କୁ ନିଜର ପ୍ରତ୍ୟେକ ରୋଲକୁ ପାଇବା ପାଇଁ ବହୁତ୍ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ‘ ମ୍ୟାରି କମ୍” ରୁ ମିଳିଲା । ମ୍ୟାରୀ କମର ଜୀବନ ଉପରେ ତିଆରି ଏହି ଫିଲ୍ମରେ ଦର୍ଶନ କୁମାରଙ୍କୁ ମ୍ୟାରୀ କମଙ୍କ ସ୍ବାମୀ ଓନଲୋର୍ କମଙ୍କ ଭୂମିକା ମିଳିଥିଲା । କିନ୍ତୁ ବର୍ତ୍ତମାନ “ଦି କାଶ୍ମୀର ଫାଇଲ୍ସ” ରୁ ତାଙ୍କ ଅଭିନୟ ତାଙ୍କୁ ଆହୁରି ସଫଳତା ଆଣିଦେଲା ।

ଦର୍ଶନ କୁମାର ଗୋଟିଏ ଇଣ୍ଟରଭିୟୁରେ କହିଛନ୍ତି ଯେ ବହୁତ୍ ଫିଲ୍ମରେ କାମ କରିବା ପରେ ମଧ୍ୟ ତାଙ୍କୁ ସଂଘର୍ଷ କରିବାକୁ ପଡିଲା । ଅଡିସନ୍ ପାଇଁ ବହୁତ୍ କିଲୋମିଟର୍ ଚାଲି ଚାଲି ଯାଇଥିଲେ । ବସ ଟିକେଟ ପଇସାରେ ସେ ପାରଲେ ଜି ବିସ୍କୁଟ କିଣୁଥିଲେ । ସେ କହିଛନ୍ତି ଯେ ମୁଁ ପାଣିରେ ବିସ୍କୁଟ ବୁଡାଇ ଖାଉଥିଲି । ମୁଁ ସାରା ଦିନ ସେଥିରେ ବିତାଉଥିଲି ।

odia sambada
Comments (0)
Add Comment