ଭାରତୀୟ ସେନାଙ୍କ ଭର୍ତ୍ତି ପ୍ରକ୍ରିୟାରେ ପରିବର୍ତନ : ବହୁତ ଜଲଦି ଲାଗୁ ହେବ ଅଗ୍ନିପଥ ପ୍ରବେଶ ଯୋଜନା, ଯୁବକମାନେ ୩ ବର୍ଷ ପାଇଁ ସାମିଲ ହୋଇପାରିବେ ସେନାରେ

ଭାରତୀୟ ସେନାରେ ସାମିଲ ହେବା ପାଇଁ ଚାହୁଁଥିବା ଯୁବକମାନଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ବହୁତ ଶୀଘ୍ର ଭାରତୀୟ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଛି। ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର ‘ଅଗ୍ନିପଥ ପ୍ରବେଶ ଯୋଜନା’ ଆଣିବା ପାଇଁ ଯାଉଛନ୍ତି। ଏହି ନୂତନ ବ୍ୟବସ୍ଥା ଅଧୀନରେ ସେବାରେ ଥିବା ସୈନିକମାନଙ୍କୁ ‘ଅଗ୍ନିବୀର’ କୁହାଯିବ। ଏହି ସୈନିକମାନେ ମାତ୍ର ତିନି ବର୍ଷ ସେବା କରିବା ପରେ ସେନାବାହିନୀରୁ ଓହରିଯିବେ ଏବଂ ସେମାନେ ସିଭିଲ ସେକ୍ଟରରେ ଚାକିରି କରିବା ପାଇଁ ଚେଷ୍ଟା କରିବେ। କୁହାଯାଉଛିକି, ସରକାର ବର୍ତ୍ତମାନ କେବଳ ୩ ବର୍ଷ ପାଇଁ ଅଗ୍ନିବୀରମାନଙ୍କୁ ଚୟନ କରିବେ। ଏହି ସମୟରେ, ସେମାନଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରର କଠିନ ଆହ୍ଵାନ ଦେଇ ଗତି କରିବାକୁ ପଡିବ।

ଏହି ଅଗ୍ନିବୀର ଯୋଜନା ୨ ବର୍ଷ ପୂର୍ବେ ଆରମ୍ଭ କରିବାକୁ ପ୍ରାରମ୍ଭିକ ସ୍ତରରେ ଆଲୋଚନା ହୋଇଥିଲା। ଯେତେବେଳେ ଟୁର ଅଫ ଡ୍ୟୁଟି ଯୋଜନା ବାବଦରେ ଚର୍ଚ୍ଚା ମଧ୍ୟ ହେଉଥିଲା। ଏଥିରେ ଯୁବକମାନଙ୍କୁ ସେନାରେ ସିମିତ ଅବଧି ପାଇଁ ସାମିଲ କରାଯାଏ। ଏବଂ ପ୍ରଶିକ୍ଷଣ ମଧ୍ୟ ଦିଆଯାଏ। ଏହାଛଡା ଏମାନଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଏ। ଏହାଦ୍ୱାରା ସେନା ପାଖରେ କୌଣସି ପ୍ରକାର ଜରୁରୀକାଳୀନ ସ୍ଥିତିରେ ପ୍ରଶିକ୍ଷିତ ସୈନ୍ୟମାନଙ୍କର ଯେପରି ଅଭାବ ନଥିବ।

ଗତ ୨ ବର୍ଷ ହେବ ମହାମାରୀ କାରଣରୁ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ବହୁତ ବାଧାପ୍ରାପ୍ତ ହୋଇଛି। ରିପୋର୍ଟ ଅନୁସାରେ, ବର୍ତ୍ତମାନ ସେନାରେ ୧.୨୫ ଲକ୍ଷ ପଦବୀ ଖାଲି ରହିଛି। ତେଣୁ ଏହି ଅଗ୍ନିପଥ ଯୋଜନା ମାଧ୍ୟମରେ ଫାଙ୍କା ପଡିଥିବା ପଦବୀରେ କିଛି ସୈନିକମାନଙ୍କୁ ସାମିଲ କରାଯାଇପାରିବ। ସବୁଠାରୁ ବଡ କଥା ହେଲାକି, ଏହାଦ୍ୱାରା ଦରମା, ପେନସନ ବାବଦକୁ କୋଟି କୋଟି ଟଙ୍କା ବଞ୍ଚିଯିବ। ତେବେ ଏ ବିଷୟରେ ବିଧିବଦ୍ଧ ଭାବରେ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ସରକାର ଏ ବାବଦରେ ବଡ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି।

ପ୍ରାରମ୍ଭିକ ଯୋଜନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ତିନି ବର୍ଷ ପରେ ସୈନିକମାନେ ସେନା ଛାଡି ସିଭିଲ ଚାକିରୀକୁ ଯାଇପାରିବେ। ଗତ କିଛି ବର୍ଷ ମଧ୍ୟରେ, ଅନେକ କର୍ପୋରେଟ କମ୍ପାନୀ ଏହିପରି କର୍ମଚାରୀ ନିଯୁକ୍ତି ପାଇଁ ନିଜର ଆଗ୍ରହ ଦେଖାଇଛନ୍ତି।

odia sambada
Comments (0)
Add Comment