କୋରନାର ଏହି XE ଭାରିଏଣ୍ଟ କ’ଣ ? ଏହା କେତେ ଶୀଘ୍ର ହୋଇଥାଏ ବିସ୍ତାର ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟମାନେ !

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭୂତାଣୁ ମହାମାରୀ ଶେଷ ହୋଇନାହିଁ। ଏସିଆ ଏବଂ ୟୁରୋପର ଅନେକ ଦେଶ ବର୍ତ୍ତମାନ କୋରୋନାର ଚତୁର୍ଥ ଲହରର ସମ୍ମୁଖୀନ ହେଉଛନ୍ତି। କରୋନାର ଅନେକ ନୂଆ ଭାରିଏଣ୍ଟ ପାଇଁ, ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି।

ଏହି ସମୟରେ, XE ଭାରିଆଣ୍ଟର ପ୍ରଥମ ମାମଲା ଭାରତରେ ପଞ୍ଜିକୃତ ହୋଇସାରିଛି। ମୁମ୍ବାଇର ବିଏମସି ତରଫରୁ ଏଭଳି ରିପୋର୍ଟ ଦିଆଯାଇଛି। ତେବେ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବରେ XE ଭାରିଏଣ୍ଟର କୌଣସି ନିଶ୍ଚିତ ମାମଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ରିପୋର୍ଟ କରିନାହାଁନ୍ତି ଏବଂ ସେ ଏହି ଖବରକୁ ଖଣ୍ଡନ ମଧ୍ୟ କରିଛନ୍ତି।

ପ୍ରଶ୍ନ ହେଉଛିକି, XE ଭାରିଆଣ୍ଟ କେତେ ମାତ୍ରାରେ ସଂକ୍ରାମକ ଏବଂ ନାଗରିକମାନଙ୍କୁ କେଉଁ ଜିନିଷଗୁଡିକ ଉପରେ ଧ୍ୟାନ ଦେବାକୁ ପଡିବ। ମହାରାଷ୍ଟ୍ର କୋଭିଡ ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ଗୌତମ ଭନ୍ସାଲି ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

10% ଅଧିକ ସଂକ୍ରାମକ ଅଟେ କିନ୍ତୁ ଏହାର ଲକ୍ଷଣ ଗମ୍ଭୀର ନୁହେଁ:-

ଡକ୍ଟର ଗୌତମ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତିକି XE ଭାରିଏଣ୍ଟ ହେଉଛି ଓମିକ୍ରନର ଏକ ଅଂଶ। ଯାହାକି B.A.1 ଏବଂ B.A.2 ର ମିଶ୍ରଣରେ ଗଠିତ। XE ଭାରିଏଣ୍ଟଟି 10% ଅଧିକ ସଂକ୍ରାମକ ଅଟେ କିନ୍ତୁ ଏହାର ଲକ୍ଷଣ ଏତେ ମାତ୍ରାରେ ଭୟଙ୍କର ନୁହେଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାରିଏଣ୍ଟର ୬୦୦ରୁ ଅଧିକ ମାମଲା ଲଣ୍ଡନରେ ପଞ୍ଜୀକୃତ ହୋଇସାରିଛି କିନ୍ତୁ ବିପଦ ବିଷୟରେ ଆଦୌ ଆଲୋଚନା ହେଉନାହିଁ।

ପ୍ରତିବନ୍ଧକ ଉପରେ ବର୍ତ୍ତମାନ ବିଚାର କରାଯାଇ ନାହିଁ:-

ମହାରାଷ୍ଟ୍ର କୋଭିଡ ଟାସ୍କ ଫୋର୍ସ ବର୍ତ୍ତମାନ କୌଣସି ପ୍ରକାର ପ୍ରତିବନ୍ଧକ ଉପରେ ପୁନର୍ବିଚାର କରୁନାହିଁ। ଲୋକମାନଙ୍କୁ ଭୟଭୀତ ନ କରିବାକୁ ଏବଂ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛିଯେ ମହିଳାଙ୍କର ରିପୋର୍ଟର ପୁନଃ ଯାଞ୍ଚ କରାଯିବ ଏବଂ ତା’ପରେ ତାହା XE ଭାରିଏଣ୍ଟ ଅଛି କି ନାହିଁ ତାହା ନିଶ୍ଚିତ କରାଯିବ।

odia sambada
Comments (0)
Add Comment