ଦେଖନ୍ତୁ ଭିଡ଼ିଓ : ପେଟ୍ରୋଲ ପମ୍ପରେ ଭୟଙ୍କର ଦୃଶ୍ୟ, ଅଚାନକ ମାଟି ତଳକୁ ଖସିଗଲେ ଅନେକ ଲୋକ, ଦେଖିଲେ ଲୋମ ଟାଙ୍କୁରୀ ଉଠିବ

ସୋସିଆଲ ମିଡିଆରେ ଆପଣ ଅନେକ ଗୁଡ଼ିଏ ଭୟଙ୍କର ଦୃଶ୍ୟ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବା ପାଇଁ ଯାଉଛୁ ତାକୁ ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରୀ ଉଠିବ । ଭିଡିଓ ଗୋଟିଏ ପେଟ୍ରୋଲ ପମ୍ପର ଅଟେ । ଭିଡ଼ିଓରେ ଆପଣ ଦେଖିପାରିବେ ଯେ ପେଟ୍ରୋଲ ପମ୍ପରେ ଠିଆ ହୋଇଥିବା ବ୍ୟକ୍ତି ଅଚାନକ ଗୋଟିଏ ଗାତରେ ପଶିଯାନ୍ତି । ସିସିଟିଭି କ୍ୟାମେରାରେ ଏହି ଭୟଙ୍କର ଦୃଶ୍ୟ କଏଦ ହୋଇଗଲା ।

ପେଟ୍ରୋଲ ପମ୍ପରେ ହେଲା ଭୟଙ୍କର ଦୁର୍ଘଟଣା :-

ଭିଡିଓରେ ଆପଣ ଦେଖିପାରିବେ ଯେ ପେଟ୍ରୋଲ ପମ୍ପର କର୍ମଚାରୀ ପେଟ୍ରୋଲ ପକାଇବା ପାଇଁ ଆସିଥିବା ଲୋକଙ୍କ ଗାଡ଼ିରେ ତେଲ ଭର୍ତ୍ତି କରୁଛନ୍ତି । ଏହି ସମୟରେ ଅନେକ ଗ୍ରାହକ ପେଟ୍ରୋଲ ପମ୍ପରେ ଠିଆ ହୋଇଥିବାର ଦେଖାଯାନ୍ତି । ଏହା ମଧ୍ୟରେ ଜଣେ ଗ୍ରାହକଙ୍କ ଫୋନକୁ କଲ ଆସେ ଏବଂ ସେ ନିଜ ଫୋନକୁ କାନରେ ଲଗାଇ ଏପଟ ସେପଟ ହୋଇ ଚାଲିବାକୁ ଲାଗେ । ଏଠାରେ ଗୋଟିଏ ଭୟଙ୍କର ଦୁର୍ଘଟଣା ହୁଏ । ବାସ୍ତବରେ ବ୍ୟକ୍ତି ଜଣକ ଯେଉଁ ସ୍ଥାନରେ ଠିଆ ହୋଇଥାନ୍ତି, ସେଠାରେ ଥିବା ମାଟି ଅଚାନକ ଧସକିଯାଏ । ଏହାପରେ ସେ ଗାତରେ ପଶିଯାଆନ୍ତି ।

ଭିଡିଓରେ ଦେଖାଯାଇପାରେ ଯେ ବ୍ୟକ୍ତି ଗାତରେ ପଶିବା ଦେଖି ପେଟ୍ରୋଲ ପମ୍ପର କର୍ମଚାରୀ ଏବଂ ପାଖରେ ଠିଆ ହୋଇଥିବା ଗ୍ରାହକ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସନ୍ତି । କିନ୍ତୁ ସେହି ଲୋକମାନେ ମଧ୍ୟ ଜଣ ଜଣ କରି ଗାତରେ ପଶିବାକୁ ଲାଗନ୍ତି । ଏହି ଦୃଶ୍ୟ ଦେଖିବାପାଇଁ ବହୁତ୍ ଭୟଙ୍କର ଅଟେ । ଭିଡିଓ ଆସିବା ମାତ୍ରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଭିଡିଓକୁ @WWarped ନାମକ ଟୁଇଟର ଆକାଉଣ୍ଟରୁ ପୋଷ୍ଟ କରାଯାଇଛି ।

ଦେଖନ୍ତୁ ଭିଡିଓ :-

13 ସେକେଣ୍ଡର ଆଶ୍ଚର୍ଯ୍ୟଜନକ ଭିଡିଓ :-

ମାତ୍ର 13 ସେକେଣ୍ଡର ଏହି ଆଶ୍ଚର୍ଯ୍ୟଜନକ ଭିଡିଓକୁ ବହୁତ୍ ଲୋକ ଦେଖୁଛନ୍ତି । ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଦେଢ଼ ମିଲିୟନରୁ ଅଧିକ ଭ୍ୟୁ ମିଳିଛି । ସେହିପରି ଲୋକମାନେ ଭିଡିଓକୁ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି । କିଛି ଲୋକ ପଚାରୁଛନ୍ତି ଯେ ଏହି ଭିଡିଓ କେଉଁ ଦେଶର ଅଟେ ? ଭିଡିଓ ଦେଖି ଜଣେ ୟୁଜର କମେଣ୍ଟ କରିଛନ୍ତି, ” ବହୁତ୍ ଭୟଙ୍କର ଦୃଶ୍ୟ ।”

odia sambada
Comments (0)
Add Comment