ବରକୁ ମିଳିଲା ଏପରି ଏକ ଉପହାର ଯେ, ଯାହାପାଇଁ ବର୍ତ୍ତମାନ ସାରା ବିଶ୍ୱରେ ବଢ଼ିଲା ଅସନ୍ତୋଷ ! ଜାଣନ୍ତୁ ପୁରା ଖବର

ନିଜ ବନ୍ଧୁଙ୍କର ବିବାହରେ, ପ୍ରାୟତଃ ସମସ୍ତେ ଏମିତି କିଛି ଉପହାର ଦେବା ପାଇଁ ଚାହାଁନ୍ତି, ଯାହାକୁ ତାଙ୍କର ବନ୍ଧୁ ସବୁବେଳେ ମନେ ରଖିବେ ଏବଂ ମନେ ମଧ୍ୟ ପକାଇବେ। ଯଦିଓ ବଜାରରେ ଅନେକ ଉପହାର ସାମଗ୍ରୀ ଅଛି, କିନ୍ତୁ ତାମିଲନାଡୁରେ ଏକ ଦମ୍ପତିଙ୍କର ବିବାହ ସମୟରେ ତାଙ୍କର ବନ୍ଧୁମାନେ ଏମିତି ଏକ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ପ୍ରତିଦିନ ବଢ଼ି ଚାଲିଛି। ଏହା ଏପରି ଏକ ଜିନିଷ ଅଟେ ଯାହାର ମୂଲ୍ୟ ୧୬ ଦିନ ମଧ୍ୟରେ ୧୪ ଗୁଣ ବୃଦ୍ଧି ପାଇଛି। ସେହି ଜିନିଷ ହେଉଛି ପେଟ୍ରୋଲ ଏବଂ ଡିଜେଲ।

ବନ୍ଧୁମାନେ ସ୍ଥିର କଲେଯେ ଏକ ମୂଲ୍ୟବାନ ଜିନିଷକୁ ଉପହାର ଭାବରେ ଦିଆଯିବା ଉଚିତ। ସାଙ୍ଗମାନେ ଏକାଠି ମଞ୍ଚ ଉପରେ ବରକୁ ଏକ ବୋତଲରେ ଏକ ଲିଟର ପେଟ୍ରୋଲ ଏବଂ ଏକ ଲିଟର ଡିଜେଲ ଉପହାର ଦେଇଥିଲେ। ଏହି ଅନନ୍ୟ ଉପହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାମିଲନାଡୁର ଚେଙ୍ଗଲପଟ୍ଟୁରେ ବିବାହରେ ଗିରିଶ କୁମାର ଏବଂ କିର୍ଥାନା ନିଜର ବନ୍ଧୁମାନଙ୍କଠାରୁ ଏହି ଉପହାରକୁ ଗ୍ରହଣ ମଧ୍ୟ କରିଥିଲେ।

ସୂଚନା ଅନୁସାରେ ବିବାହରେ ପେଟ୍ରୋଲ ଏବଂ ଡିଜେଲ ଉପହାର ଦେବା ଆଜିକାଲି ଏକ ପ୍ରକାର ଟ୍ରେଣ୍ଡରେ ପରିଣତ ହେଉଛି। ଏହାପୂର୍ବରୁ ଫେବୃଆରୀ ମାସରେ ଏକ ବିବାହରେ ସାଙ୍ଗମାନେ ବରକୁ ଏପରି ଏକ ଆକର୍ଷଣୀୟ ଉପହାର ଦେଇଥିଲେ। ତାମିଲନାଡୁର ବନ୍ଧୁମାନେ ବିବାହରେ ବରକୁ ପେଟ୍ରୋଲରେ ପରିପୂର୍ଣ୍ଣ ଏକ ଗ୍ୟାଲନ, ଏକ ଏଲପିଜି ସିଲିଣ୍ଡର ଏବଂ ପିଆଜ ମଧ୍ୟ ଉପହାର ଦେଇଥିଲେ। ବିବାହରେ ଏହି ଜିନିଷଗୁଡ଼ିକୁ ଉପହାର ରୂପରେ ଦେବା ହସଖୁସିର ବିଷୟ ଅଟେ, କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଆଦୌ ଆନନ୍ଦପ୍ରଦ କଥା ନୁହେଁ। ଦେଶର ପ୍ରାୟ ସମସ୍ତ ସହରର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଅଛି।

odia sambada
Comments (0)
Add Comment