ଯଦି ATM ରେ ଟଙ୍କା ଫସି ଯାଉଛି, ତା ହେଲେ କରନ୍ତୁ ଏହି କାମ,ନହେଲେ ଟଙ୍କା ପାଇବା ହୋଇଯିବ କଷ୍ଟ !

ଆଜି କାଲି ଲୋକମାନେ ଟଙ୍କା ଉଠାଇବା ପାଇଁ ATM ର ବ୍ୟବହାର କରିଥାଆନ୍ତି। କେତେଥର ଆପଣ ଶୁଣିଥିବେ ATM ରୁ ଆପଣ ଟଙ୍କା ଉଠାଇବା ସମୟରେ ଟଙ୍କା ଅଟକି ଯାଇଥାଏ। ଏମିତିରେ କିଛି ଲୋକ ବିଚଳିତ ହୋଇଯାଇଥାନ୍ତି ଓ ନିଜର ଟଙ୍କାକୁ ଆଉଥରେ ATM ରୁ ପାଇବାକୁ ଚେଷ୍ଟା କରନ୍ତି। ଯଦି ଆପଣଙ୍କ ସହ ଏହା ଘଟୁଛି ତାହେଲେ କେମିତି ନିଜର ଟଙ୍କା ପାଇବେ ଏହି ଖବରକୁ ପଢ଼ିଲା ପରେ ଜାଣିପାରିବେ।

ବ୍ୟାଙ୍କକୁ ଏହିପରି ଭାବରେ ସମ୍ପର୍କ କରନ୍ତୁ:-

RBI ଗାଇଡ଼ଲାଇନ ମୁତାବିକ, ଯଦି ବ୍ୟାଙ୍କ ଧାରକ ବ୍ୟାଙ୍କ ATM କିମ୍ବା ଅନ୍ୟ ବ୍ୟାଙ୍କ ATM କୁ ଯାଇ ଟଙ୍କା ଉଠାଇବାକୁ ଚେଷ୍ଟା କରେ କିନ୍ତୁ ଟଙ୍କା ଉଠିନଥାଏ ଓ ଆକାଉଣ୍ଟରୁ ଟଙ୍କା କଟି ଯାଇଥାଏ ତାହେଲେ ଆକାଉଣ୍ଟ ଧାରକ ବ୍ୟାଙ୍କର ପାଖ ଶାଖାକୁ ଯାଇ ତୁରନ୍ତ ଏହାବିଷୟରେ ଜଣାଇବାକୁ ହେବ। ଯଦି ବ୍ୟାଙ୍କ ବନ୍ଦ ଅଛି ତାହେଲେ ବ୍ୟାଙ୍କ ର କଷ୍ଟମର କେୟାର ନମ୍ବରରେ ଫୋନ କରି ନିଜ ସୂଚନା ଦେଇପାରିବେ। ଆପଣଙ୍କ ଅଭିଯୋଗ ଜାରି କରାଯିବ ଓ ବ୍ୟାଙ୍କକୁ ଏଥିପାଇଁ ସାତଦିନର ସମୟ ଦରକାର ହେବ।

ଟ୍ରାଞ୍ଜକ୍ସନ ସ୍ଲିପକୁ ପାଖରେ ରଖନ୍ତୁ:-

ଏଟିଏମ ରୁ ଟଙ୍କା ବାହାର କରିବା ସମୟରେ ହୁଏତ ଟ୍ରାଞ୍ଜକ୍ସନ ଫେଲ ହୋଇଯାଇଥିବ କିନ୍ତୁ ଏହାର ସ୍ଲିପ ଆପଣଙ୍କୁ ନିଶ୍ଚୟ ରଖିବାକୁ ହେବ। ଏଥିପାଇଁ କେବେବି ସ୍ଲିପକୁ ନେବା ଭୁଲନ୍ତୁ ନାହିଁ। କୌଣସି କାରଣରୁ ସ୍ଲିପ ନବାହାର କରିପାରିଥିଲେ ଆପଣଙ୍କୁ ବ୍ୟାଙ୍କକୁ ଷ୍ଟେଟମେଣ୍ଟ ଦେବାକୁ ହୋଇଥାଏ। ଟ୍ରାଞ୍ଜକ୍ସନ ସ୍ଲିପ ଏଥିପାଇଁ ଜରୁରୀ ଅଟେ କାରଣ ଏଥିରେ ATM ଆଇଡ଼ି, ଲୋକେସନ ଓ ସମୟ ଓ ବ୍ୟାଙ୍କ ତରଫରୁ ରେସ୍ପନ୍ସ ସମୟ ପ୍ରିଣ୍ଟ ହୋଇଥାଏ।

7 ଦିନ ଭିତରେ ଟଙ୍କା ଫେରାଇଥାଏ ବ୍ୟାଙ୍କ:-

RBI ଏହିପ୍ରକାରର ମାମଲାକୁ ଦେଖି ଗାଇଡ଼ଲାଇନ ବନାଇଛି। ଏହିପରି ମାମଲାରେ ବ୍ୟାଙ୍କ ସାତଦିନ ଭିତରେ ଟଙ୍କା ଫେରାଇ ଥାଏ ଯଦି ବ୍ୟାଙ୍କ ଟଙ୍କା ଫେରସ୍ତ ନକରେ ତାହେଲେ ଆପଣ ବ୍ୟାଙ୍କର ଲୋକପାଳ ସହିତ ସାକ୍ଷାତ କରିପାରନ୍ତି। ଯଦି ବ୍ୟାଙ୍କ 7 ଦିନ ଭିତରେ ଗ୍ରାହକଙ୍କ ଟଙ୍କା ତଥାପି ନାଆସେ ତାହେଲେ ବ୍ୟାଙ୍କକୁ ପ୍ରତିଦିନର ହିସାବରେ 100 ଟଙ୍କା ଗ୍ରାହକଙ୍କୁ ଦେବାକୁ ହୋଇଥାଏ।

odia sambada
Comments (0)
Add Comment