ପ୍ରତିଦିନ ପେଟ୍ରୋଲ- ଡ଼ିଜେଲ ଦରରେ 80 ପଇସା କଣପାଇଁ ବୃଦ୍ଧି ପାଉଛି ? କଣ ରହିଛି ସରକାରଙ୍କ ଏହା ପଛର ଗଣିତ !

ଦେଶରେ ନିର୍ବାଚନ ଶେଷ ହେବାପରେ ପୁଣିଥରେ ପେଟ୍ରୋଲ ଚିନ୍ତା ସାମ୍ନାକୁ ଆସିଛି। ଲୋକେ ବଢ଼ୁଥିବା ପେଟ୍ରୋଲ ଦରକୁ ନେଇ ଅସନ୍ତୁଷ୍ଟ ଜତାଉଛନ୍ତି। ବିଗତ 16 ଦିନରେ ଲଗାତାର 14 ଥର ପେଟ୍ରୋଲ ଦର ବୃଦ୍ଧି ପାଇଛି। ବୁଧବାର ଦିନ ପୁଣି ଥରେ ପେଟ୍ରୋଲିୟମ କମ୍ପାନୀ 80 ପଇସା ପେଟ୍ରୋଲ ଓ ଡ଼ିଜେଲ ଦରରେ ବୃଦ୍ଧି କରିଛନ୍ତି। କିନ୍ତୁ କଣପାଇଁ ପ୍ରତିଦିନ 80 ପଇସା ବୃଦ୍ଧି ପାଉଛି ଓ ଏହା ପଛର କାହାଣୀ କଣ ରହିଛି, ଆସନ୍ତୁ ଜାଣିବା।

ଆକାଶ ଛୁଆଁ ପେଟ୍ରୋଲ ଦର:-

ଲଗାତାର ବଢ଼ୁଥିବା ତେଲ ରେଟ ଯୋଗୁଁ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 105 ଟଙ୍କା ଓ ମୁମ୍ବାଇରେ ଏହାର ଦର 118 ଟଙ୍କା ରହିଛି। ବିଗତ 16 ଦିନରେ କେବଳ ମାର୍ଚ୍ଚ 24 ଓ ଏପ୍ରିଲ 1 ତାରିଖରେ ହିଁ ଏମିତି ହୋଇଛି ଯେଉଁଦିନ ତେଲ ରେଟ ବଢ଼ିନାହିଁ। ସେହିପରି ଡ଼ିଜେଲ କଥା କହିବାକୁ ଗଲେ ଡ଼ିଜେଲ ଲିଟର ପିଛା 96.60 ରହିଛି।

ଧିରେ ଧିରେ ବଢ଼ିଲା ବୋଝ:-

ପେଟ୍ରୋଲ ଓ ଡ଼ିଜେଲ ଦର ବିଗତ ନଭେମ୍ବର 4, 2021 ରୁ ମାର୍ଚ୍ଚ 22, 2022 ପର୍ଯ୍ୟନ୍ତ ସ୍ଥିର ଥିଲା କିନ୍ତୁ ଏହା ପରଠାରୁ ନିତିଦିନ ତେଲ ଦର ବୃଦ୍ଧି ପାଉଛି, ଯାହାକି ଲୋକଙ୍କ ପାଇଁ ବୋଝ ହୋଇ ପଡ଼ିଛି। ଏହାଦ୍ୱାରା ସାଧାରଣ ଜନତା ପକେଟ ଉପରେ ମହଙ୍ଗାଇ ଦେଖିବାକୁ ମିଳିଛି।

80 ପଇସା କାହିଁକି:-

ତେଲ ଦର ପ୍ରତିଦିନ 80 ପଇସା ବୃଦ୍ଧି ପାଉଥିବା ବେଳେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, କଣପାଇଁ ପ୍ରତିଦିନ 80 ପ୍ରତିଶତ ବୃଦ୍ଧି ହେଉଛି ଓ କାହିଁକି ଏହାଥରକେ ଦର ବୃଦ୍ଧି ପାଉନାହିଁ ?ଏହାର କାରଣ ହେଉଛି ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି କରାଇବା ପାଇଁ ପ୍ରଥମରୁ କମ୍ପାନୀ ମାନଙ୍କ ପାଖକୁ ଏକ ସରକୁଲାର ଆସିଥିଲା। ଏଥିରେ ସ୍ପଷ୍ଟ କରାଯାଇଥିଲା କି, ଏହାର ଦରରେ 1 ଟଙ୍କା ଯାଏଁ ନିଶ୍ଚିତ ବୃଦ୍ଧି ପାଇବ ଏଥିସହ କମ୍ପାନୀ ଗୁଡ଼ିକ ଏହାର ବୃଦ୍ଧିର ଅଧିକତମ ରାଶି 80 ପଇସା ପ୍ରତି ଲିଟର ତୟ କରିଛନ୍ତି। ଏହି କାରଣ ହେଉଛି ପେଟ୍ରୋଲ ଡ଼ିଜେଲର ଅଧିକତମ ବୃଦ୍ଧି 80 ପଇସା ପର୍ଯ୍ୟନ୍ତ ହୋଇଯାଇଛି।

odia sambada
Comments (0)
Add Comment